କେନ୍ଦ୍ରାପଡ଼ା

ଜିପ୍‌ସମ୍‌ ଗୁଣ୍ଡ ଧୂଳିରେ ପଥଚାରୀ ଅଣନିଃଶ୍ୱାସୀ

ମହାକାଳପଡ଼ା, ୨୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ-ମାର୍ଶାଘାଇ ମୁଖ୍ୟ ବ୍ରିଟିଶ କେନାଲ ୨୪ କି.ମି. ରାସ୍ତା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୧୦୪ କୋଟି ଟଙ୍କା ବ୍ୟୟରେ ନବୀକରଣ ହେଉଛି। ନିର୍ମାଣ କାର୍ଯ୍ୟରେ ଜିପ୍‌ସମ୍‌ ଗୁଣ୍ଡ ବ୍ୟବହାର କରାଯାଉଛି।…

୧୦ ହଜାର ନଳକୂପରୁ ବାହାରୁଛି ଲୁଣିପାଣି

କେନ୍ଦ୍ରାପଡ଼ା,୨୮ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ପ୍ରବାହିତ ହେଉଥିବା ସତ୍ତ୍ୱେ ଏଠାରେ ପାନୀୟ ଜଳ ସଙ୍କଟ ଏକ ମୁଖ୍ୟ ସମସ୍ୟା ହୋଇରହିଛି। କାରଣ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ବ୍ୟାରେଜ, ଶିଳ୍ପ, କ୍ଷେତ ୭ ନଦୀରୁ ଜଳ…

ବିବାହର ୩ ମାସ ପରେ ନବବଧୂଙ୍କ ମୃତ୍ୟୁ: ଯୌତୁକ ପାଇଁ ହତ୍ୟା ଅଭିଯୋଗ

ପଟ୍ଟାମୁଣ୍ଡାଇ, ୨୮ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ମାଟିଆ ଗ୍ରାମରେ ଅଧିକ ଯୌତୁକ ପାଇଁ ଶନିବାର ଜନୈକା ବଧୂଙ୍କୁ ହତ୍ୟା କରାଯାଇଥିବା ନେଇ ବାପା ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ…

ପରିବେଶ ପାଇଁ ଅନୁକୂଳ ହେନ୍ତାଳ ଜଙ୍ଗଲ ସୃଷ୍ଟି

ମହାକାଳପଡ଼ା,୨୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଶ୍ୱରେ ଜଳବାୟୁ ପରିବର୍ତ୍ତନରେ ପରିବେଶ ବିଜ୍ଞାନୀମାନଙ୍କ ଚିନ୍ତା ବଢ଼ାଇଛି। ପୂର୍ବ ଅପେକ୍ଷା ପରିବେଶ ବିଗିଡ଼ିବାରେ ଲାଗିଛି। ଗ୍ରୀନ୍‌ଲ୍ୟାଣ୍ଡରୁ ବରଫ ତରଳି ସମୁଦ୍ର ଜଳ ପତ୍ତନ ବୃଦ୍ଧି, ମୃତ୍ତିକା ଓ ଜଙ୍ଗଲ ଅବକ୍ଷୟ, ବୃହତ୍‌ ଜଙ୍ଗଲ ସହିତ ପାହାଡ଼ରେ…

ଜବରଦଖଲ: ଜଳ ନିଷ୍କାସନରେ ବାଧା, ଫସଲହାନି

ପଟ୍ଟାମୁଣ୍ଡାଇ, ୨୬ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଅଳଭା ଗ୍ରାମର ବିଲବାଡିରେ ବର୍ଷସାରା ଜଳ ଜମି ରହି ବହୁ ଏକର ଚାଷଜମୀ ନଷ୍ଟ ହେଉଥିବା ବେଳେ ବାଡ଼ି ବଗିଚା ସନ୍ତସନ୍ତିଆ ଅବସ୍ଥାରେ ପଡ଼ି ରହୁଛି। ଅଳଭା ଘେରିରୁ ଜଳ…

ପହଲଗାମ୍‌ରେ ଆକ୍ରମଣ ପରେ ଉପକୂଳରେ ହାଇ ଆଲର୍ଟ

ମହାକାଳପଡ଼ା, ୨୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶର ଜମ୍ମୁ-କଶ୍ମୀର ପହଲଗାମ୍‌ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ନିରୀହ ପର୍ଯ୍ୟଟକମାନଙ୍କ ଉପରେ ବର୍ବରୋଚିତ ଭାବେ ଆକ୍ରମଣକୁ ଦେଶବାସୀ ଘୋର ନିନ୍ଦା କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀ ଯେଉଁଠି ଥାଆନ୍ତୁ ନା କାହିଁକି କେନ୍ଦ୍ର ସରକାର…

ଗହୀରମଥା ଚଳଚଞ୍ଚଳ: ଦୁଇଦିନରେ ୮୨ ଲକ୍ଷ କଇଁଛ ଶାବକ ଅଣ୍ଡାରୁ ବାହାରି ହେଲେ ସମୁଦ୍ରମୁହାଁ

ରାଜନଗର,୨୫ା୪: ଦୀର୍ଘ ୫୦ ଦିନ ପରେ କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ପୁଣି ଚଳଚଞ୍ଚଳ ହୋଇପଡ଼ିଛି। ଲକ୍ଷଲକ୍ଷ ମାଈ କଇଁଛ ଗହୀରମଥାର ଅଗରନାସୀ-୨ରେ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଶେଷ କରିଛନ୍ତି। ଗତ ଦୁଇଦିନ ଭିତରେ ୮୨ ଲକ୍ଷ ଶାବକ ଅଣ୍ଡାରୁ ବାହାରି ମା’ଙ୍କ…

୨ କ୍ୟାବିନ୍‌ ଉପରେ ମାଡ଼ିଗଲା ଯାତ୍ରାପାର୍ଟି ଟ୍ରକ୍‌, ବାଇକ୍‌କୁ ନେଲା ଘୋଷାଡ଼ି

କେନ୍ଦ୍ରାପଡ଼ା,୨୦ା୪(ଜଗନ୍ନାଥ ଧଳ): ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ପଟ୍ଟାମୁଣ୍ଡାଇ ଆଡୁ ଆସୁଥିବା ପୃଥ୍ବୀରାଜ ଯାତ୍ରା ପାର୍ଟିର ଏକ ଟ୍ରକ ଭାରସାମ୍ୟ ହରାଇ ଜିଲା ଶିକ୍ଷାଅଧିକାରୀ୍‌ଙ୍କ କାର୍ଯ୍ୟାଳୟ ସାମ୍ନାରେ ଥିବା ଦୁଇଟି କ୍ୟାବିନ୍‌(ପାନ ଦୋକାନ) ଉପରେ ମାଡ଼ି ଯାଇଥିଲା। ଏଥିସହ ରାସ୍ତା…

ପେଟ ପାଇଁ ଗାଁ ବୁଲୁଛି ଓଟ

ମହାକାଳପଡ଼ା, ୧୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ସୁଦୂର ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ କେତେଜଣ ବ୍ୟକ୍ତି ଓଟକୁ ଧରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଗାଁକୁ ଗାଁ ବୁଲି ଧାନ, ଚାଉଳ, ଟଙ୍କା, ପନିପରିବା ଆଦି ଯିଏ ଯାହା ଦେଲା ତାହା ଗ୍ରହଣ କରୁଛନ୍ତି।…

ଯୌତୁକ ପାଇଁ ୯ ମାସର ଗର୍ଭବତୀଙ୍କୁ ମାରିଦେଲେ ଶାଶୁଘର ଲୋକେ

ରାଜନଗର,୧୯।୪(କୃତିବାସ ପ୍ରଧାନ): ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ। କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ବାଲିସାହିପାଟଣା ଗାଁ ରେ ଘଟିଛି ଏହି ଅଭାବନୀୟ ଘଟଣା। ଅଭିଯୋଗ ମୁତାବକ, ଆଳି ଥାନା ନଳପାହି ଗାଁର ଜୈରାମ ପରିଡାଙ୍କ ଝିଅ କଳ୍ପନା ପରିଡା ବାଲିସାହିପାଟଣା…

ତୁଳସୀ କ୍ଷେତ୍ରରେ ଐତିହ୍ୟ ସ୍ମାରକୀକୁ ଅଣଦେଖା

କେନ୍ଦ୍ରାପଡ଼ା,୧୯ା୪ (ଜଗନ୍ନାଥ ଧଳ): ଶୁକ୍ରବାର ବିଶ୍ୱ ଐତିହ୍ୟ ଦିବସ ପାଳିତ ହୋଇଯାଇଛି। ନିଜ ଅଞ୍ଚଳର ଐତିହ୍ୟ ସ୍ମାରକୀ ଚିହ୍ନଟ ଓ ଏହାର ସଂରକ୍ଷଣ ପାଇଁ ଇଣ୍ଟରନ୍ୟାଶନାଲ କାଉନସିଲ ଅନ୍‌ ମନୁମେଣ୍ଟ ଆଣ୍ଡ ସାଇଟସ ପକ୍ଷରୁ ୧୯୮୨ ମସିହାରୁ ଉଦ୍ୟମ ହେଉଥିଲେ ମଧ୍ୟ…

କାର୍ଯ୍ୟକ୍ଷମ ଅପେକ୍ଷାରେ ସହରର ଡ୍ରେନେଜ ସିଷ୍ଟମ୍‌ ପ୍ଲାନ

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ପୌରାଞ୍ଚଳ ଡ୍ରେନେଜ ସିଷ୍ଟମର ପୁନରୁଦ୍ଧାର ଏକ ସମସ୍ୟା ଭାବେ ଉଭା ହୋଇଛି। ପୌରପାଳିକା ପକ୍ଷରୁ ଡ୍ରେନ ସଫେଇକୁ ଗୁରୁତ୍ୱ ଦିଆଯାଉଛି। ମାତ୍ର ଏହି ସମସ୍ୟାର ସାମାଧାନ ପାଇଁ ରାଜ୍ୟ ସରକାରଙ୍କ ସହର ଉନ୍ନୟନ ବିଭାଗ ପକ୍ଷରୁ ୨ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?