କନ୍ଧମାଳ

ବାଲିଗୁଡ଼ା ବସଷ୍ଟାଣ୍ଡରେ ଦୋକାନ କରି ବିକୁଥିଲେ ବିଦେଶୀ ମଦ ସହ ଗଞ୍ଜେଇ, ବେପାରୀ ଗିରଫ

ବାଲିଗୁଡା,୨୯।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସ୍ଥିତ ବସଷ୍ଟାଣ୍ଡରେ ଦୋକାନ କରିଥିବା ବରଡ଼ ଭେରାଇଟ ଷ୍ଟୋରରେ ଚକଲେଟ, ବିସ୍କୁଟ, ମିକ୍ଚର ବିକ୍ରି ନାମରେ ଦୀର୍ଘଦିନ ଧରି ବିଦେଶୀ ମଦ ବିକ୍ରି କରାଯାଉଥିଲା। ଏନେଇ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ...

କୃଷି ସମବାୟ ସମିତି ଉଦ୍‌ଘାଟନ:କୃଷକମାନଙ୍କର ହେବ ବିକାଶ

କେସିଙ୍ଗା,୨୯/୩ (ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପଠାରେ ସଭାପତି ପ୍ରଫୁଲ୍ଲ ନାଏକଙ୍କ ନେତୃତ୍ୱରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିଃର ଉଦ୍‌ଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ...

ଦାରିଙ୍ଗବାଡ଼ି ଓକିଲ ସଂଘ ନିର୍ବାଚନ ଶେଷ: ପ୍ରଦୀପ ସଭାପତି, ଇନ୍ଦ୍ରମଣୀ ସମ୍ପାଦକ

ଦାରିଙ୍ଗବାଡି, ୨୯।୩ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଓକିଲ ସଙ୍ଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଂଘର ମୁଖ୍ୟ ପଦବୀ ସଭାପତି ଭାବେ ପ୍ରଦୀପ କୁମାର ସାହୁ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଇନ୍ଦ୍ରମଣୀ...

ବାର ଆସୋସିଏଶନର ନିର୍ବାଚନ: ଚନ୍ଦ୍ରଶେଖର ସଭାପତି, ବୀରେନ୍ଦ୍ର ସମ୍ପାଦକ

ଫୁଲବାଣୀ, ୨୯ା୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ବାର ଆସୋସିଏଶନର ନିର୍ବାଚନ ଶନିବାର ଶେଷ ହୋଇଛି । ସଭାପତି ଭାବେ ଚନ୍ଦ୍ରଶେଖର ପରିଡା, ଉପସଭାପତି ଦିଲ୍ଲୀପ କୁମାର ବାନାର୍ଜୀ, ସମ୍ପାଦକ ଭାବେ ବୀରେନ୍ଦ୍ର କୁମାର ସୁବୁଦ୍ଧି, ଯୁଗ୍ମ ସମ୍ପାଦକ ଭାବେ ତୁଷାର...

ସୌନ୍ଦର୍ଯ୍ୟ ହରାଉଛି ହିଲ୍‌ଭିୟୁ ଘାଟି, କୁଢ଼କୁଢ଼ ଆର୍ବଜନା ଦେଖି ପର୍ଯ୍ୟଟକ କ୍ଷୁବ୍ଧ

ଦାରିଙ୍ଗବାଡ଼ି,୨୯ା୩(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ତଥା ପର୍ଯ୍ୟଟନ କ୍ଷେତ୍ର ପାଇଁ ଦାରିଙ୍ଗବାଡ଼ି ଦେଶ ଓ ବିଦେଶରେ ପରିଚିତ। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବାକୁ ଆସୁଥିବା ବେଳେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ କୁଢ଼କୁଢ଼ ପ୍ଲାଷ୍ଟିକ, ବର୍ଜ୍ୟବସ୍ତୁକୁ ନେଇ ଚିନ୍ତା...

ଗାଁ ଗାଁରେ ପୁଷ୍ଟିସାର ଖାଦ୍ୟ ଖାଇବା ଲାଗି ସଚେତନତା, ତାଲିମ ପାଉଛନ୍ତି ଅଙ୍ଗନଓ୍ବାଡି-ଓ୍ବାର୍ଡ ସଭ୍ୟାସଭ୍ୟ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ): ରାଜ୍ୟରେ ଅପପୁଷ୍ଟି ରୋକିବା ସହ ସାଧାରଣ ଲୋକ କିଭଳି ସୁସ୍ଥ ଜୀବନଯାପନ କରିପାରିବେ ସେନେଇ ରାଜ୍ୟସରକାର ପ୍ରୟାସ ଜୋରଦାର କରିଛନ୍ତି। ସମସ୍ତେ ସୁସ୍ଥ ରହିଲେ ଲୋକଙ୍କ ଆର୍ଥିକ ପରିସ୍ଥିତିରେ ମଧ୍ୟ ସୁଧାର ଆସିବ। ଏଥିପାଇଁ...

୨ ପଞ୍ଚାୟତର ୬୩ ହିତାଧିକରୀଙ୍କୁ ଜଙ୍ଗଲ ଜମିପଟ୍ଟା ବଣ୍ଟନ

ଖଜୁରୀପଡ଼ା, ୨୮।୩( ବିଦୁର ବେହେରା): ଖଜୁରୀପଡ଼ା ତହସିଲ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରାଯାଇଛି। ନୂଆଁ ଗାଁ ପଞ୍ଚାୟତର ବାଳିଶୁଗ୍ରି, ବରେଗୁଡ଼ା ଏବଂ ଦଳ ପଡା ପଞ୍ଚାୟତର ଡାଞ୍ଜୁ ଗାଁର ୬୩ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି...

ଲାଞ୍ଚ ମାମଲାରେ ଡାକ୍ତରଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ,୨୮।୩(ରାକେଶ କୁମାର ରାଉତ): ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ଶୁକ୍ରବାର ଏକ ଲାଞ୍ଚ କାରବାର ମାମଲାରେ ଜଣେ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ...

ହଜି ଯାଉଥିବା ପାରମ୍ପରିକ ଖାଦ୍ୟ, ବାଦ୍ୟଯନ୍ତ୍ରର ପୁନରୁଦ୍ଧାର ପାଇଁ ପ୍ରୟାସ

ଦାରିଙ୍ଗବାଡ଼ି,୨୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ଜନଜାତି ସମ୍ମିଳନୀ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଦୀପ ମଲିକ ମଞ୍ଚ ପରିଚାଳନା କରିଥିବାବେଳେ ବସନ୍ତ ମହାନ୍ତି, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ପୂର୍ବତନ...

ବାଇକ୍‌ ଦୁର୍ଘଟଣାରେ ଜଣଙ୍କ ଜୀବନ ଗଲା, ଜଣେ ଆହତ

ତୁମୁଡ଼ିବନ୍ଧ,୨୮ା୩(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ଓ ରାୟଗଡ଼ା ଜିଲା ସଂଯୋଗ କରୁଥିବା ଝିରିପାଣିଠାରୁ ଅମ୍ବାଦୋଳା ରାସ୍ତାର ବର ଗାଁ ଘାଟି ତଳେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ ଆଉ ଜଣେ ଆହତ ହୋଇଥିବା ଖବର ଶୁକ୍ରବାର ଜଣାପଡ଼ିଛି।...

‘ଶିକ୍ଷକ-ଅଭିଭାବକଙ୍କ ମଧ୍ୟରେ ସମନ୍ବୟ ରହିଲେ ବିଦ୍ୟାର୍ଥୀଙ୍କ ବିକାଶ ହେବ’

ଦାରିଙ୍ଗବାଡ଼ି,୨୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ‘ଆମେ ଜାଣିବା, ଆମେ ଜିଣିବା’ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ଯୋଗଦେଇଥିବା ବେଳେ...

ଶିଳ୍ପ ବିହୀନ କନ୍ଧମାଳରେ ଗ୍ରାଫାଇଟ୍‌ ସନ୍ଧାନ: ଭୂତତ୍ତ୍ୱବିତ୍‌ଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ ଜୋରଦାର

ଦାରିଙ୍ଗବାଡ଼ି,୨୮ା୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଏବଂ କୁମ୍ଭାରିପଦର ଅଞ୍ଚଳରେ ଗ୍ରାଫାଇଟ୍‌ର ସନ୍ଧାନ ମିଳିଛି। ଏହାକୁ ନେଇ ବ୍ରହ୍ମପୁରରୁ ଭୂତତ୍ତ୍ୱବିତ୍‌ ବୈଜ୍ଞାନିକମାନେ ସର୍ଭେକୁ ଜୋରଦାର କରିଛନ୍ତି। ପ୍ରାୟ ୦.୨୫ ସ୍କୋୟାର କିଲୋମିଟର ସ୍ଥାନକୁ ଏବେ ମାପ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri