ଦାରିଙ୍ଗବାଡ଼ି-ବେଲଘରରେ ହେବ ପର୍ଯ୍ୟଟକଙ୍କ ପାଇଁ ବ୍ୟବସ୍ଥା: ଗାଁ ଭିତରେ ହେବ ହୋମ୍‌ ଷ୍ଟେ

ଦାରିଙ୍ଗବାଡ଼ି,୨୦ା୭(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ଏଥିପାଇଁ ନୂତନ ଯୋଜନାକୁ ସଫଳ କରିବା ପାଇଁ ସର୍ଭେ କାର୍ଯ୍ୟ କରାଉଛନ୍ତି। ବିଶେଷକରି କନ୍ଧମାଳ ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରହିଥିବା ବେଳେ ପର୍ଯ୍ୟଟକମାନେ ଆଦିବାସୀଙ୍କ ଚଳଣି ପାରମ୍ପରିକ ଖାଦ୍ୟ, ନାଚ, ବାଦ୍ୟଯନ୍ତ୍ର, ପୂଜା ପାର୍ବଣ, ଧରଣୀ ପେନୁଙ୍କ ପୂଜା ପଦ୍ଧତି, ଅଳଙ୍କାର ଧାରଣ, ପାରମ୍ପରିକ ଚାଷ, ସେମାନଙ୍କ ଅତିତ ବିଷୟରେ ଜାଣିବାକୁ ସମସ୍ତଙ୍କ ଆଗ୍ରହ ରହିଛି ତେଣୁ ଏହି ସବୁ ଜାଣିବା ଓ ଗାଁ ଗାଁରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ରୋଜଗାର ବୃଦ୍ଧି ସହ ସ୍ବାବଲମ୍ବୀ କରାଯିବା ପାଇଁ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନଜାତିଙ୍କ ବସ୍ତିରେ ଖାଲି ପଡ଼ିଥିବା ଜମିରେ ହୋମ୍‌ ଷ୍ଟେ’ର ବ୍ୟବସ୍ଥା କରିବା ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କନ୍ଧମାଳ ଜିଲାରେ ଜନଜାତି ଉନ୍ନୟନ ସଂସ୍ଥା ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ଏକ୍ସପର୍ଟଙ୍କ ମିଳିତ ସର୍ଭେ କାର୍ଯ୍ୟ କରାଯାଉଛି। ତୁମୁଡିବନ୍ଧ ବ୍ଲକ ବେଲଘର ପର୍ଯ୍ୟଟନକ୍ଷେତ୍ରର ଦେଓଗଡ଼ାଠାରେ ହୋମଷ୍ଟେଏ କରାଯିବାକୁ ଚି଼ହ୍ନଟ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଶନିବାର ସର୍ଭେ ଦଳ ଦାରିଙ୍ଗବାଡ଼ି ବ୍ଲକର ଗ୍ରୀନବାଡ଼ି ପଞ୍ଚାୟତ ସମେତ ସିଆଙ୍ଗବାଲିର କିସୁବାଡ଼ି ଦାସିଙ୍ଗବାଡ଼ି ପଞ୍ଚାୟତର ମିଡିୟୁବାନ୍ଦା ଜଳପ୍ରପାତ, ଦାରିଙ୍ଗବାଡ଼ି ପଞ୍ଚାୟତର ହିଲଭିୟୁ ପାର୍କ ନିକଟ ହାତୀମୁଣ୍ଡା ପଞ୍ଚାୟତ ପୀଡିକାରିପି ଆଦି ଅଞ୍ଚଳରେ ସର୍ଭେ କରାଯାଉଥିବା ଜଣାପଡ଼ିଛି। ଏନେଇ ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା କହିଛନ୍ତି। ଏହା ସରକାରଙ୍କ ଧରଣୀ ଆବା ଜନଜାତୀୟ ଗ୍ରାମୀଣ ଉତ୍କର୍ଷ ଅଭିଯାନ ତଥା ଭାରତ ଦର୍ଶନ ଚିନ୍ତାକଳ୍ପରେ ପର୍ଯ୍ୟଟନକ୍ଷେତ୍ରର ବିକାଶ ଯୋଜନାରେ ଏହା କରାଯିବ। ଗାଁ ମଝିରେ ହୋମଷ୍ଟେ କରାଗଲେ ଗାଁର ବାସ୍ନାକୁ ପର୍ଯ୍ୟଟକ ଅନୁଭବ କରିବେ। ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ି ବୁଲିବାକୁ ଆସି ଦିନରେ ଆସି ଦିନରେ ଫେରିଯାଇଥାନ୍ତି। ଯଦି ସେମାନଙ୍କ ପାଇଁ ଗାଁରେ ହୋମଷ୍ଟେ ବ୍ୟବସ୍ଥା କରାଗଲେ ସେମାନେ ରାତ୍ରିଯାପନ କରିବା ସହ ଗାଁ ବିଷୟରେ ଜାଣିପାରିବେ ଗାଁର ବୃଦ୍ଧ ମାନଙ୍କଠାରୁ ପୁରୁଣା ସ୍ମୃତି କାହାଣୀ ଭଳି ଶୁଣି ଜାଣିପାରିବେ। ସେମାନଙ୍କ ଚଳଣି ସମ୍ପର୍କରେ ଜାଣିବା ସହ ସ୍ଥାନୀୟ ଏସଏଚ୍‌ଜିମାନଙ୍କଠାରୁ ପର୍ଯ୍ୟଟକ ପାରମ୍ପରିକ ଖାଦ୍ୟ ଖାଇବାକୁ ପାଇବେ। ଫଳରେ ଗାଁ ପରିବେଶ ଦେଖିବାକୁ ଜାଣିବାକୁ ଆସୁଥିବା ସହରୀ ପର୍ଯ୍ୟଟକଙ୍କୁ ଏହା ଆକୃଷ୍ଟ କରିପାରିବ ବୋଲି ସେ କହିଛନ୍ତି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ହୋମଷ୍ଟେରେ ମୌଳିକ ସମସ୍ତ ବ୍ୟବସ୍ଥା ରହିବା ସହ ସମ୍ପୂର୍ଣ୍ଣ ଗାଁ ଭଳି ହୋମଷ୍ଟେଟି ପର୍ଯ୍ୟଟକଙ୍କୁ ଅନୁଭୂତି ହୋଇପାରିବ ବୋଲି କୁହାଯାଇଛି। ଏହି ସର୍ଭେ ଦଳରେ ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକଙ୍କ ସହ ଭୁବନେଶ୍ୱରର ପର୍ଯ୍ୟଟନ ବିଭାଗର ଏକ୍ସପର୍ଟ ଶ୍ରଦ୍ଧା ହୋତାଙ୍କ ସମେତ ଅନ୍ୟ ପ୍ରତିନିଧିଦଳ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?