କନ୍ଧମାଳ

କୁଡୁତୁଲି ସରପଞ୍ଚଙ୍କୁ ଆକ୍ରମଣ, ୨ ଭାଇ ଗିରଫ

କ.ନୂଆଗାଁ ୨୨ା୯(ଡି.ଏନ୍‌.ଏ.): କ.ନୂଆଗାଁ ବ୍ଲକ ଅନ୍ତର୍ଗତ କୁଡୁତୁଲି ସରପଞ୍ଚ ଶ୍ରୀ ଚୈତନ୍ୟ ମଲ୍ଲିକଙ୍କୁ ଆକ୍ରମଣ ଅଭିଯୋଗରେ ସ୍ଥାନୀୟ ଥାନା ପୋଲିସ ୨ଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଗୁରୁବାରିଆ ଦିଗାଳ ଓ ତାଙ୍କ ଭାଇ ବିନାଶ। ବୁଧବାର...

ଏଏନ୍‌ଏମ୍‌ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ,୨୨ା୯: କନ୍ଧମାଳ ଜିଲା କୋଟଗଡ଼ ଥାନା ଅଧୀନ ଶ୍ରୀରାମପୁର ଏଏନ୍‌ଏମ୍‌ ଅସଦାଚରଣ ମାମଲାର ବିଚାର କରି କୋଟଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅନୁରାଗ ଦେହୁରୀ ଗୁରୁବାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଲମ୍ବୁ ବଳିଆରସିଂଙ୍କୁ ୩...

ଗାଜଲବାଡ଼ି ଘାଟିରେ ଭୂ-ସ୍ଖଳନ

ଦାରିଙ୍ଗବାଡ଼ି,୨୧ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରେ ତିନୋଟି ଅର୍ଥାତ ୩ ନଂ ଘାଟି ବୁଲାଣି ରାସ୍ତା ସମେତ ୪ ନଂ ଏବଂ ୫ ନଂ ବୁଲାଣି ରାସ୍ତାରେ ଭୂ-ସ୍ଖଳନ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ...

ବାଘ ନଦୀରେ ଫସି ରହିଥିବା ୫ ଉଦ୍ଧାର

ଫୁଲବାଣୀ ଅଫିସ/ କୋଟଗଡ଼(ଡି.ଏନ୍‌.ଏ.)୨୧ା୯: ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲାରେ ସୋମବାର ରାତିରୁ ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁ ଜିଲାର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ବାଘଡୁଙ୍ଗୁରି ଗ୍ରାମର ୫ଜଣ ଲୋକ ମଙ୍ଗଳବାର ସକାଳେ...

ଲଗାଣ ବର୍ଷାରେ ଧୋଇଗଲା ପୋଲ, ଅନେକ ଗାଁ ଜଳବନ୍ଦୀ

କୋଟଗଡ,୨୦।୯(ଡି.ଏନ.ଏ.): ଲଘୁଚାପ ଲଗାଣ ବର୍ଷାରେ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳରେ ବର୍ଷା ଲାଗି ରହିଛି। ଫଳରେ ବାଲିଗୁଡା,କୋଟଗଡ,ତମୁଡିବନ୍ଧ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ଏପରିକି କୋଟଗଡ ବ୍ଲକ ଅନ୍ତର୍ଗତ ପାରିଗଡ ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବତେଡିମୁଣ୍ଡା ନିକଟସ୍ଥ...

ପ୍ରବଳ ବର୍ଷା: ବାଲିଗୁଡା ଜଳମଗ୍ନ

କୋଟଗଡ,୨୦।୯(ଡି.ଏନ.ଏ.): ଲଘୁଚାପ ବର୍ଷାରେ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ବାଲିଗୁଡା ବସଷ୍ଟାଣ୍ଡ ଏବଂ ଆଖପାଖ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହା...

ଶୋଇଥିବା ବେଳେ ମହିଳାଙ୍କୁ କାମୁଡ଼ିଲା ସାପ, ଚାଲିଗଲା ଜୀବନ

ଦାରିଙ୍ଗବାଡ଼ି,୧୭ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ କୁମ୍ଭାରମୁଣ୍ଡା ଗ୍ରାମ କଲୋନୀ ସାହିରେ ବିଷଧର ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ କସ୍ମିତା ଦିଗାଲ (୩୮) ବୋଲି ତଦନ୍ତକାରୀ ଅଧିକାରିଣୀ ଲକ୍ଷ୍ମୀ ମାଝି କହିଛନ୍ତି।...

ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ ମାନ ଯାଞ୍ଚ

କୋଟଗଡ,୧୭ା୯(ଡି.ଏନ.ଏ.): କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଗୁରୁବାର କୋଟଗଡ଼ ଗସ୍ତ କରି ବ୍ଲକରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। କୋଟଗଡ଼ ବ୍ଲକର ସମସ୍ତ ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା ସହ ବିଭିନ୍ନ ନଥିପତ୍ର ଯାଞ୍ଚ କରିବା ଦେଖିବାକୁ...

ଜମି ବିବାଦ: ଶୁଣିଲାଣି ପ୍ରଶାସନ, ଜବରଦଖଲ ଉଚ୍ଛେଦ କଲା ସ୍ବୟଂ ସହାୟକ ଗୋଷ୍ଠୀ

ଦାରିଙ୍ଗବାଡ଼ି,୧୫ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଜୋହନପଲି ସାହିର ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ଜମିକୁ ନେଇ ବିବାଦ ଦେଖାଦେଇଛି। ଏହି କାରଣରୁ ମାତୃଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ଉକ୍ତ ଜମିରୁ ଜବରଦଖଲ ହଟାଇଛନ୍ତି।...

ସମିତି ବୈଠକରେ ହଟ୍ଟଗୋଳ, ଉତ୍ତେଜନା

ଦାରିଙ୍ଗବାଡ଼ି,୧୪।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଚତୁର୍ଥ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡିଓ ଗଦାଧର ପାତ୍ର ସଂଯୋଜନା କରିଥିଲେ। ବୈଠକରେ...

କୋଟଗଡ଼ରେ ପୁଣି ବ୍ୟାନର ଲଗାଇଲେ ମାଓବାଦୀ

କୋଟଗଡ଼,୧୩।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ମାଦାଗୁଡ଼ା ଛକରେ ମଙ୍ଗଳବାର ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। ମାଓବାଦୀମାନେ ଏକ ଗଛରେ ଏହି ବ୍ୟାନନ ମାରି ସେପ୍ଟେମ୍ବର ୧୩ ତାରିଖକୁ ସ୍ବାଧୀନ ସଂଗ୍ରାମୀ ଦିବସ ଓ ରାଜନୈତିକ ବନ୍ଦିମୁକ୍ତି ଦିବସ ଭାବେ ପାଳନ...

ଲଗାଣ ବର୍ଷାରେ ଭାଙ୍ଗିଲା ଘର, କାନ୍ଥ ପଡ଼ି ୨ ଗାଈ ମୃତ

ଦାରିଙ୍ଗବାଡ଼ି,୧୧ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି। ରବିବାର ଭ୍ରମରବାଡ଼ି ପଞ୍ଚାୟତ ପୁଡ଼ିରାଜଲା ଗ୍ରାମରେ ଏକ ଘର ଭାଙ୍ଗିଯିବାରୁ କାନ୍ଥ ପଡ଼ି ଉକ୍ତ ଗ୍ରାମର ବୁଡୁ ସାହୁଙ୍କ ଦୁଇଟି ଗାଈଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri