କନ୍ଧମାଳ

ଚାଇଲ୍ଡ ଲାଇନ ପକ୍ଷରୁ ୭୧ଶିଶୁ ଉଦ୍ଧାର

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨ା୮(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଏବଂ ଗଦାପୁର ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ଛାତ୍ରାବାସ ଉପରେ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣଙ୍କ ନେତୃତ୍ୱରେ ସିଡବ୍ଲ୍ୟୁସି କଳ୍ପନା ମହାନ୍ତି, ଶିବ ଶଙ୍କର…

କନ୍ଧମାଳ ଜିଲାପାଳଙ୍କ ଶ୍ରାନିକେତା ଗସ୍ତବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟର ସ୍ଥିତି ପରଖିଲେ

ଦାରିଙ୍ଗବାଡ଼ି,୨।୮(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତ ଅଞ୍ଚଳକୁ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ଅଚାନକ ଗସ୍ତ କରିଛନ୍ତି। ସେ ପ୍ରଥମେ ଶ୍ରାନିକେତା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସେଠାରେ କେହି କର୍ମଚାରୀ ନଥିବା ଜାଣି ଉଦ୍‌ବେଗ ପ୍ରକାଶ କରିବା ସହ ଚାଲିଥିବା…

ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇଲେ ଛାତ୍ରୀଛାତ୍ର

ଶଙ୍କରାଖୋଲ,୨ା୮(ଡି.ଏନ.ଏ.)- ଶଙ୍କରାଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟ ଗେଟ ସମ୍ମୁଖରେ ଗୁରୁବାର ସକାଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ତାଲା ପକାଇ ବିକ୍ଷୋଭ କରିଥିଲେ। ଗଣଶିକ୍ଷା ବିଭାଗର ନିୟମ ଅନୁଯାୟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ଉଚ୍ଚ ବିଦ୍ୟାଳୟରେ ମିଶିବା ପାଇଁ ନିର୍ଦ୍ଦେଶ ରହିଛି।…

ମାଓବାଦୀଙ୍କ ଶହୀଦ ସପ୍ତାହ : ଲାଗିଲା ମାଓ ପୋଷ୍ଟର, ଲୋକେ ଆତଙ୍କିତ

ଦାରିଙ୍ଗବାଡ଼ି,୩୧।୭(ଡି.ଏନ.ଏ): ମାଓବାଦୀଙ୍କ ଶହୀଦ ସପ୍ତାହର ଚତୁର୍ଥ ଦିନ ଅର୍ଥାତ ବୁଧବାର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅନ୍ତର୍ଗତ ସିମନବାଡ଼ିର ଏକ ଦୋକାନ ସମ୍ମୁଖରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗାଁ…

ଶ୍ରେଣୀଗୃହ ଅର୍ଥ ତୋସରପାତ ମାମଲା: ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ, ୩୧ା୭ – ଏକ ଶ୍ରେଣୀଗୃହ ନିର୍ମାଣ ବାବଦ ଅର୍ଥ ତୋସରପାତ ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଭଗବାନ ପ୍ରଧାନ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୬ ଲକ୍ଷ…

ଗଛରେ ପିଟିହେଲା ମିକ୍ସର ମେଶିନ, ଯନ୍ତ୍ରୀ ମୃତ

ତୁମୁଡ଼ିବନ୍ଧ,୩୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧର ଡଡ଼ଙ୍ଗ ନିକଟରେ ସୋମବାର ବିଳମ୍ବିତ ରାତିରେ ମିକ୍ସର ମେଶିନ ଗାଡ଼ି ଗଛରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସୂର୍ଯ୍ୟକାନ୍ତ ସେନାପତି।(୨୫)। ସୂର୍ଯ୍ୟକାନ୍ତ ଆର୍‌କେଡି ଠିକା ସଂସ୍ଥାର କାର୍ଯ୍ୟରତ ଯନ୍ତ୍ରୀ ବୋଲି ଜଣାପଡ଼ିଛି।…

ସାଢ଼େ ୯ କୁଇଣ୍ଟାଲ ଗଞ୍ଜେଇ ଜବତ ଘଟଣା: ପୁଣି ଗଞ୍ଜେଇ ଚାଲାଣ ଗାଡ଼ି ମାଲିକ ଗିରଫ

ଫୁଲବାଣୀ ଅଫିସ, ୩୦୭-ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ବାଲନ୍ଦାପଡା ଫାଣ୍ଡି ଅଞ୍ଚଳରେ ପୋଲିସ ୨୧ ତାରିଖରେ ଏକ ଗାଡିରୁ ୯ କୁଇଣ୍ଟାଲ ୫୪ କେଜି ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ୨ ଜଣଙ୍କୁ ଧରିଥିବାବେଳେ ଗାଡି ଜବତ କରିଥିଲେ। ପରେ…

ଆର୍‌ଟିଆଇ ସଂଶୋଧନକୁ ବିରୋଧ

ଫୁଲବାଣୀ ଅଫିସ, ୨୮।୭-କେନ୍ଦ୍ର ସରକାର ଆରଟିଆଇ ବିଲ୍‌ ସଂଶୋଧନ ଆଣି ଉଭୟ ସଦନରେ ପାରିତ କରିଛନ୍ତି। ହେଲେ ଏହା ଠିକ୍‌ ନୁହେଁ ବୋଲି ଆର୍‌ଟିଆଇ (ଜନ ସୂଚନା ଅଧିକାର) କର୍ମୀ କହିଛନ୍ତି। ଏହି କ୍ରମରେ ରବିବାର ଫୁଲବାଣୀର ସୂଚନା ଅଧିକାରୀ କର୍ମୀ…

ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ : ପ୍ରଶାସନ ପକ୍ଷରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସରକାରୀ ବସ୍‌ ଚଳାଚଳ ବନ୍ଦ

ଦାରିଙ୍ଗବାଡ଼ି,୨୮।୭(ଡି.ଏନ୍‌.ଏ.) : କନ୍ଧମାଳ ଜିଲାରେ ମାଓବାଦୀଙ୍କ ଶହୀଦ ସପ୍ତାହ ରବିବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ଦାରିଙ୍ଗବାଡ଼ି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ସରକାରୀ ବସ୍‌ ଚଳାଚଳକୁ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ…

ବର୍ଷାରେ ଧୋଇଗଲା ପୋଲ ଉପର ରାସ୍ତା

ଦାରିଙ୍ଗବାଡ଼ି,୨୮ା୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ରାଇକିଆ ପୂର୍ତ୍ତବିଭାଗର ଗଦଡ଼ି ପୋଲ ରାସ୍ତା ପାର୍ଶ୍ୱ ଧୋଇଯିବା ଫଳରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଉକ୍ତ ରାସ୍ତା ଦେଇ ଯାତ୍ରୀବାହୀ ବସ୍‌ ଚଳାଚଳରେ ସମସ୍ୟା ଦେଖାଦେଇଛି। ନିର୍ମାଣର ୨ବର୍ଷ ନପୂରୁଣୁ ରାସ୍ତା ଧୋଇଯିବାକୁ ନେଇ…

ନିଖୋଜ ନାବାଳିକା ୭ ଦିନ ପରେ ଉଦ୍ଧାର

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗଁ।,୨୮।୭ (ଡି.ଏନ.ଏ.): ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗଁ। ଥାନା ମାର୍ଦ୍ଦିପଙ୍କା ଅଞ୍ଚଳରୁ ନିଖୋଜ ନାବାଳିକାଙ୍କୁ ୭ଦିନ ପରେ ବ୍ରାହ୍ମଣୀଗାଁ ପୋଲିସ ଶନିବାର ଦାରିଙ୍ଗବାଡ଼ି ଚାରିଛକରୁ ଉଦ୍ଧାର କରିଛି । ଫୁଲବାଣୀ ଜିଲା ସ୍ବାସ୍ଥ୍ୟକେନ୍ଦକ୍ରରେ ଚିକିତ୍ସା ପରେ ତାଙ୍କୁ ସିଡବ୍ଳୁସିଙ୍କୁ ହସ୍ତାନ୍ତର କରାଯାଇଥିବା ବ୍ରାହ୍ମଣୀଗଁା…

ଧୋଇଗଲା ରାସ୍ତା: ସିମନବାଡ଼ି-ରାଇକିଆକୁ ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୨୭।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ରାଇକିଆ ପୂର୍ତ୍ତ ବିଭାଗର ଗଦଡ଼ିପୋଲ ଧୋଇ ହୋଇଯିବାରୁ ଗର୍ତ୍ତ ସୃଷ୍ଟିହୋଇଛି। ଏ ନେଇ ସିମନବାଡ଼ି-ରାଇକିଆକୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ବିପଦସଙ୍କୁଳ ପରିସ୍ଥିତିରେ ଯାନବାହନ ଚଳାଚଳ ହେଉଥିବା ଦେଖିବାକୁ ମିଳିଛି। ନିମ୍ନମାନର କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?