ଦାରିଙ୍ଗବାଡି ବ୍ଲକ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଏମ୍ପି, ବିଧାୟକ
ଦାରିଙ୍ଗବାଡ଼ି,୧୧ା୮(ଡି.ଏନ.ଏ.)- କନ୍ଧମାଳ ଏମ୍ପି ଡ. ଅଚ୍ୟୁତ ସାମନ୍ତ ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ରବିବାର ଦାରିଙ୍ଗବାଡ଼ି ବ୍ଲକରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ଅଞ୍ଚଳବାସୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି। ଏମ୍ପି ପ୍ରଥମେ ଦାରିଙ୍ଗବାଡ଼ି ଗାନ୍ଧୀ ପାଠାଗାରଠାରେ…
ସପ୍ତାହେ ହେଲା ବ୍ରାହ୍ମଣୀଗାଁ ଅଞ୍ଚଳରେ ବିଦ୍ୟୁତ, ମୋବାଇଲ ସେବା ବାଧାପ୍ରାପ୍ତ
ଦାରିଙ୍ଗବାଡ଼ି,୧୧।୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ସମେତ ଦାରିଙ୍ଗବାଡ଼ିରେ ଗତ କିଛିଦିନ ହେଲା ମୋବାଇଲ ସେବା ବାଧାପ୍ରାପ୍ତ ହୋଇଛି। ବ୍ରାହ୍ମଣୀଗାଁ ସମେତ ଗଦାପୁର, ତାଜୁଙ୍ଗିଆରେ ଏକ ସପ୍ତାହ ହେଲା ଏହି ସେବା ବନ୍ଦ ରହିଥିବା ବେଳେ ଦାରିଙ୍ଗବାଡ଼ିରେ…
ଆର୍ତ୍ତନାଦ ଦିବସରେ ଶୋଭାଯାତ୍ରା, ଦଳିତ ଖ୍ରୀଷ୍ଟିଆନ୍ଙ୍କୁ ମିଳୁ ଅନୁସୂଚିତ ଜାତି ମାନ୍ୟତା
ବ୍ରହ୍ମପୁର ଅଫିସ୍,୧୧ା୮- ହିନ୍ଦୁଙ୍କ ଭଳି ଖ୍ରୀଷ୍ଟିଆନ୍ ଧର୍ମରେ ଥିବା ଦଳିତମାନଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦାବି ନେଇ ଶନିବାର ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜାତୀୟ ଦଳିତ ଖ୍ରୀଷ୍ଟିଆନ୍ ପରିଷଦର ଓଡ଼ିଶା ଶାଖା ପକ୍ଷରୁ ଆର୍ତ୍ତନାଦ ଦିବସ ପାଳନ ଅବସରରେ…
ମିିନିବସ୍ ଓଲଟି ୧୩ ଆହତ
ଶଙ୍କରାଖୋଲ,୧୧ା୮(ଡି.ଏନ.ଏ.)-ଟିକାବାଲି ନିକଟ କୋଚିଲା ଗଡନାଳ ଡାଇଭର୍ସନ ରୋଡରେ ଶନିବାର ଏକ ମିନିବସ୍ ଓଲଟି ପଡିବାରୁ ୧୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଜିଉଦୟଗିରିର ଫିରଜା ପ୍ରଧାନ, ଅଞ୍ଜୁଳା ପ୍ରଧାନ, ଅମିତ କୁମାର ପ୍ରଧାନ, ସାରଙ୍ଗଗଡ ଥାନା ରତିଫ ଗ୍ରାମର ସାବିତ୍ରୀ…
ଲଗାଣ ବର୍ଷାରେ ଘର ଭାଙ୍ଗିଲା, ପୋଲ ଦବିଲା
ଖଜୁରୀପଡ଼ା,୧୦ା୮(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି। ଖଜୁରିପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିଥିବାବେଳେ କେତେକ ସ୍ଥାନରେ ପୋଲ ଦବିଯାଇଛି। ବଲସକୁମ୍ପା ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ନିକଟରେ ପୁରୁଣା…
ଗାଳି ଗୁଲଜ କରି ଶିକ୍ଷକ ନିଲମ୍ବିତ
ଫିରିଙ୍ଗିଆ,୧୦ା୮: ଗୋଟିଏ ବିଦ୍ୟାଳୟର ଶିକ୍ଷକ ଅନ୍ୟ ବିଦ୍ୟାଳୟକୁ ଯାଇ ସେଠାରେ ଥିବା ଶିକ୍ଷକ ଏବଂ ପିଲାମାନଙ୍କୁ ଗାଳି ଗୁଲଜ କରିବା ମହଙ୍ଗା ପଡିଛି ା ଏ ନେଇ ଫିରିଙ୍ଗିଆ ବ୍ଲକ ଶିକ୍ଷାଧିକାରୀଙ୍କ ପାଖରେ ଅଭିଯୋଗ ହେବାରୁ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।…
ବିଭିନ୍ନ ଦାବି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ଫୁଲବାଣୀ ଅଫିସ,୧୦ା୮-କୁଇ ସମାଜ ସେବା ସମିତି ପକ୍ଷରୁ ଶୁକ୍ରବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ରାଲି ମାଦିକୁନ୍ଦା ଛକରୁ ବାହାରିଥିଲା। କେତେଜଣ ଆଦିବାସୀ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ଅସ୍ତ୍ରଶସ୍ତ୍ର ଧରିଥିଲେ। ସମସ୍ତେ ଶୋଭାଯାତ୍ରାରେ ସହର…
ଶହୀଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ
ବାଲିଗୁଡା,୯ା୮(ଡି.ଏନ.ଏ.)-କନ୍ଧମାଳ ଜିଲା ବାଲିଗୁଡା ନୂଆସାହିରର ଜଣେ ବିଏସ୍ଏଫ୍ ଯବାନ ପଶ୍ଚିମବଙ୍ଗର ଶାନ୍ତିନଗର ବାଲାଂଦେଶ ବର୍ଡରରେ କର୍ତ୍ତବ୍ୟରତ ସମୟରେ ସହୀଦ ହୋଇଛନ୍ତି। ସେ ହେଲେ ନୂଆସାହିର ବିଜୟ କୁମାର ପାତ୍ରଙ୍କ ପୁଅ ଦୀନେଶ କୁମାର ପାତ୍ର। ଦିନେଶ ବିଏସ୍ଏଫ୍ ୧୪୬ନଂ ବାଟାଲିୟନରେ କାର୍ଯ୍ୟ…
ଗଳୁଛି ପାଣି, ଛତାଧରି ପଢ଼ିଲେ ଛାତ୍ରୀଛାତ୍ର
ଫୁଲବାଣୀ ଅଫିସ, ୯ା୮- କନ୍ଧମାଳ ଜିଲା କ. ନୂଆଗଁ। ବ୍ଲକ ସାଇନପଡ଼ା ପଞ୍ଚାୟତର ତିଲକପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ଅସୁରକ୍ଷିତ। ସାମାନ୍ୟ ବର୍ଷା ହେଲେ ଶ୍ରେଶୀ ଗୃହରେ ପାଣି ଗଳୁଛି। ପିଲାମାନେ ପଢ଼ିବାକୁ ହଇରାଣ ହେଉଛନ୍ତି। ପ୍ରାୟ ୬ ବର୍ଷ…
କୋଟଗଡ଼ ବ୍ଲକରେ ବିଦ୍ୟୁତ୍, ଫୋନ ସେବା ବଚ୍ଛିନ୍ନ
କୋଟଗଡ଼, ୮।୮(ଡି.ଏନ୍.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଲଗାଣ ବର୍ଷା ଯୋଗୁ ବିଗତ ୫ଦିନ ହେବ ବିଦ୍ୟୁତ୍ ଓ ଫୋନ ସେବା ବିଚ୍ଛିନ୍ନ ହୋଇପଡିଛି। ଫଳରେ ୧୫ ପଞ୍ଚାୟତ ଲୋକେ ଅନ୍ଧାରରେ ରାତି ବିତାଇବା ସହ ନାହିଁ ନ ଥିବା ଅସୁବିଧାର…
ଦରମା ମିଳିବାରେ ବିଳମ୍ବ : ଶିକ୍ଷକ ମହଲରେ ଅସନ୍ତୋଷ
ଦାରିଙ୍ଗବାଡ଼ି,୮।୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ବିଭିନ୍ନ ବର୍ଗର ୧ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କ ଦରମା ମିଳୁ ନ ଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବିଇଓ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ୩୨୪ ଜଣ ଜେଡିପି ଶିକ୍ଷକଙ୍କ…
ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ କଲଭର୍ଟ, କଳାହାଣ୍ଡି-କନ୍ଧମାଳ ଯୋଗାଯୋଗ ବିଚ୍ଛିନ୍ନ
ବାଲିଗୁଡ଼ା,୭।୮(ଡି.ଏନ୍.ଏ.): ଲଗାଣ ବର୍ଷାରେ କନ୍ଧମାଳ ଜିଲାର ବାଲିଗୁଡ଼ା ଅଞ୍ଚଳ ବେହାଲ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁ ମଙ୍ଗଳବାରଠାରୁ ବାଲିଗୁଡ଼ା ବ୍ଲକ ବାଟାଗୁଡା ୫୯ ନଂ ଜାତୀୟ ରାଜପଥର ଅସ୍ଥାୟୀ କଲଭର୍ଟ ଉପରେ ପ୍ରବଳ ପାଣି ଚାଲିଛି। ଫଳରେ ଯାତାୟାତରେ ଘୋର ଅସୁବିଧା…

