ଦରମା ମିଳିବାରେ ବିଳମ୍ବ : ଶିକ୍ଷକ ମହଲରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୮।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ବିଭିନ୍ନ ବର୍ଗର ୧ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କ ଦରମା ମିଳୁ ନ ଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବିଇଓ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ୩୨୪ ଜଣ ଜେଡିପି ଶିକ୍ଷକଙ୍କ ସମେତ ୧୫୬ ପ୍ରାଥମିକ ଶିକ୍ଷକ, ୪୪ ମଧ୍ୟଇଂରାଜୀ ଏବଂ ଜୁଲାଇରେ ରେଗୁଲାର ହୋଇଥିବା ୨୫ଜଣ ଶିକ୍ଷକଙ୍କ ସମେତ ଅନ୍ୟ ୪ ଶହରୁ ଊର୍ଦ୍ଧ୍ୱ ଶିକ୍ଷକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୫୪୯ ଜଣଙ୍କ ଦରମା ସବ୍‌ ଟ୍ରେଜେରୀରୁ ବିଲ୍‌ ପାସ୍‌ କରାଯାଇ ଦରମା ମଞ୍ଜୁର କରାଯାଇଛି। ତେବେ ଅଦ୍ୟାବଧି ସେମାନଙ୍କ ଦରମା ମିଳି ନ ଥିବା ନେଇ ଅଭିଯୋଗ ହୋଇଛି। ଦରମା ବିଲ୍‌ ଟ୍ରେଜେରୀକୁ ପଠାଯାଇଥିବା କୁହାଯାଉଥିଲେ ସୁଦ୍ଧା ଦରମା କାହିଁକି ମିଳୁନି ବୋଲି ଶିକ୍ଷକ ସଂଘ ପ୍ରଶ୍ନ କରିଛି। ଅନ୍ୟପକ୍ଷରେ ବିଇଓ ବ୍ରହ୍ମାନନ୍ଦ ରାଉତ ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ନିକଟରେ ୬ କୋଟି ୯୦ ଲକ୍ଷ ଟଙ୍କା ଦରମା ଦେବାକୁ ଆର୍ଥିକ ଅନୁଦାନ ରାଶି ରହିଛି କିନ୍ତୁ କୌଣସି ଟେକ୍‌ନିକାଲ ସମସ୍ୟା ପାଇଁ ଟ୍ରେଜେରୀ କାର୍ଯ୍ୟାଳୟରେ ଏହା ଅଟକି ରହିଛି ା ୧ ତାରିଖରୁ ଡାଇରେକ୍ଟରଙ୍କ କାର୍ଯ୍ୟାଳୟରୁ ସବ୍‌ଟ୍ରେଜରୀକୁ ଶିକ୍ଷକଙ୍କ ଦରମା ପ୍ରଦାନ ପାଇଁ ଆର୍ଥିକ ଅନୁଦାନ ଆସିସାରିଛି ବୋଲି ସେ କହିଛନ୍ତି । ତେଣୁ ୬ ତାରିଖରେ ବିଇଓଙ୍କ କାର୍ଯ୍ୟାଳୟରୁ ବିଲ୍‌ କରି ଟ୍ରେଜେରୀ ପଠାଯାଇଥିବା କାଯର୍ର୍‌ୟାଳୟର ବରିଷ୍ଠ କିରାଣି ଚିତ୍ତରଞ୍ଜନ ସିଂ କହିଛନ୍ତି। ଏହାକୁ ବିଇଓ ରାଉତ ସ୍ବୀକାର କରିବା ସହ ଶୀଘ୍ର ତାଙ୍କ ଦରମା ମିଳିଯିବ ଏବଂ ବଳକା ୪ଶହରୁ ଊର୍ଦ୍ଧ୍ୱ ବିଭିନ୍ନ ବର୍ଗର ଶିକ୍ଷକଙ୍କୁ ସର୍ବଶିକ୍ଷା ଅଭିଯାନର ଜିଲା କାର୍ଯ୍ୟାଳୟରୁ ଆର୍ଥିକ ଅନୁଦାନ ଆସିଲେ ଦରମା ମିଳିବ ବୋଲି କହିଛନ୍ତି। ତେବେ ବିଇଓ କାର୍ଯ୍ୟାଳୟର ବିଇଓ ଏବଂ ଅନ୍ୟ କର୍ମଚାରୀଙ୍କ ଦକ୍ଷତା ଉପରେ ଶିକ୍ଷକ ସଂଘ ପ୍ରଶ୍ନ କରିଛି। ବିଇଓ କାର୍ଯ୍ୟାଳୟରେ ଏଭଳି ଶିକ୍ଷକଙ୍କ ପ୍ରତି ଅଣଦେଖା ପ୍ରତିବାଦରେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ଏନେଇ ବିଇଓ ରାଉତ କହିଛନ୍ତି ଯେ, ବରିଷ୍ଠ କିରାଣିଙ୍କୁ ଭୁବନେଶ୍ୱର ପଠାଯାଇଛି।କେଉଁଠି ସମସ୍ୟା ରହିଛି ତାହା ଜଣାପଡ଼ିବ। ଏନେଇ ସବ୍‌ ଟ୍ରେଜେରୀର ଅଧିକାରୀ ରଜନୀକାନ୍ତ ଭୋଇଙ୍କ ସହ ଯୋଗାଯୋଗ କରାଯିବାରୁ ଆର୍ଥିକ ଅନୁଦାନ ଆସିନାହିଁ। ଯାହା ଆସିଥିଲା ତାହା ଗତ ମଙ୍ଗଳବାର ଏବଂ ଶୁକ୍ରବାର କିଛି ବିଲ୍‌ ପାସ କରାଯାଇଛି।
ସୂଚନାଯୋଗ୍ୟ, ସବ୍‌ଟ୍ରେଜେରୀ କାର୍ଯ୍ୟାଳୟ ସହ ବିଇଓ କାର୍ଯ୍ୟାଳୟର ମତାମତରେ କୌଣସି ତାଳମେଳ ରହୁନଥିବାରୁ ଶିକ୍ଷକମାନଙ୍କ ଦରମା ମିଳିବା ନେଇ ଅନିଶ୍ଚିତତା ଦେଖାଯାଇଛି। ଫଳରେ ଅସନ୍ତୋଷ ବୃଦ୍ଧି ପାଇବା ସହ ଶିକ୍ଷକ ସଂଘ ଏବଂ ବିଇଓଙ୍କ କାର୍ଯ୍ୟ ମଧ୍ୟରେ ତିକ୍ତତା ବୃଦ୍ଧିପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri