ମଦ ବିରୋଧରେ ତାତିଲେ ମହିଳା

ଫୁଲବାଣୀ ଅଫିସ, ୨୯ା୮-ଜି.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମରେ ବ୍ୟାପକ ଦେଶୀ ଏବଂ ବିଦେଶୀ ମଦ କାରବାର ଚାଲିଛି ା ଥାନା ପାଖରୁ ମାତ୍ର ଅଳ୍ପ ଦୂରରେ ଦେଶୀ ମଦ ରନ୍ଧା ଯାଉଛି। ପୋଲିସ କି ଅବକାରୀ ବିଭାଗ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଓଲଟା ସେମାନଙ୍କୁ ଏହି କାରବାରରେ ସହଯୋଗ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି କଳିଙ୍ଗା ଅଞ୍ଚଳର ମହିଳା ତଥା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟମାନେ ା ୧୦୦ରୁ ଉର୍ଦ୍ଧ୍ୱ ମହିଳା ଫୁଲବାଣୀ ଆସି ଅବକାରୀ ଅଧିକ୍ଷକ, ଜିଲାପାଳଙ୍କୁ ଭେଟିବା ସହ ଏ ସଂକ୍ରାନ୍ତରେ ଦାବିପତ୍ର ପ୍ରଦାନ କରିଛନ୍ତି।
କଳିଙ୍ଗାରେ ଗ୍ରାମରେ ଦେଶୀ ଏବଂ ବିଦେଶୀ ମଦ କାରବାର ବେଧଡକ ଚାଲିଛି ା କଳିଙ୍ଗା ଛକ, ଅଙ୍ଗନୱାଡି କେନ୍ଦ୍ର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ପୋଲିସ ବିଟ୍‌ ହାଉସ ଥିବା ସତ୍ତ୍ୱେ ଚତୁପାର୍ଶ୍ୱରେ ବେଆଇନ ମଦ କାରବାର ଚାଲୁଛି ା ଦିନକୁ ଦିନ ଅସାମାଜିକଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି ା ପୋଲିସ ସବୁ ଜାଣି ମଧ୍ୟ ଚୁପ୍‌ ରହୁଛି ା ସେହିପରି ଅବକାରୀ ବିଭାଗ ମଧ୍ୟ ଚଢ଼ାଉ କରୁନାହିଁ। ୧୫ ଦିନ ମଧ୍ୟରେ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମହିଳା ଗୋଷ୍ଠୀ ସଦସ୍ୟାମାନେ ଚେତାବନୀ ଦେଇଛନ୍ତି। ଏସ୍‌ପିଙ୍କ ସହ କଥା ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିବା ଗୋଷ୍ଠୀ ସଭ୍ୟା ଜୁଲିମା ନାୟକ, ଗୀତାଞ୍ଜଳି ନାୟକ, ସରମା ପ୍ରଧାନ, କାଜଲ ଦିଗାଲ, ଜ୍ଞାନି ନାୟକ, ମମତା ନାୟକ, ପ୍ରମିଳା ପ୍ରଧାନ, ନିବେଦିତା ପ୍ରଧାନ, ଖୁସ୍‌ବୁ ନାୟକ ପ୍ରମୁଖ ପ୍ରକାଶ କରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri