କନ୍ଧମାଳ

ସ୍ବାଗତ ପାଇଁ ଖରାରେ ଛିଡାହେଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ କୋଠାକୁ ଶୁକ୍ରବାର କନ୍ଧମାଳ ଏମ୍‌ପି ଡ.ଅଚ୍ୟୁତାନନ୍ଦ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି ା ତାଙ୍କୁ ସ୍ବାଗତ କରିବାକୁ ପାଇଁ ବିଦ୍ୟାଳୟ ଶିକ୍ଷୟିତ୍ରୀଶିକ୍ଷକ, ଛାତ୍ରୀଛାତ୍ର ଓ ବିଇଓ…

କନ୍ଧମାଳରେ କେନ୍ଦ୍ରୀୟ ମେଡିକାଲ ଟିମ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୧୯ା୧୦-କନ୍ଧମାଳ ଜିଲା ଗସ୍ତରେ କେନ୍ଦ୍ରର ଏକ ୮ ଜଣିଆ ଟିମ୍‌ ଆସି ଶୁକ୍ରବାର ପହଞ୍ଚତ୍ଛନ୍ତି। ଏହି ଟିମ୍‌ ୪ ଦିନଧରି ଜିଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ, ବାରଖମା, ଟିକାବାଲି, ଜି.ଉଦୟଗିରି, ଗୋଚ୍ଛାପଡ଼ା, ଦାରିଙ୍ଗବାଡ଼ି ଓ ସିମନବାଡ଼ି ଆଦି ଅଞ୍ଚଳରେ ଥିବା ଗୋଷ୍ଠୀ…

ନଳକୂପ ପାଇପରୁ ନିର୍ମାଣ ହେଲା ଟାୱାର

ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତରେ ଶୁକ୍ରବାର ସଂନ୍ଧ୍ୟା ୭ଟାରେ ବିଏସ୍‌ଏନ୍‌ଏଲ୍‌ ମୋବାଇଲ ସେବାର ଶୁଭାରମ୍ଭ ହୋଇଯାଇଛି। ଏହି ସେବା ତିଲୋରୀର ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ ଲୋକ ପାଇବେ। ଅଞ୍ଚଳବାସୀ ମୋବାଇଲ ସେବା ପାଇଁ ଦୀର୍ଘଦିନ ହେଲା ଦାବି କରିଆସୁଥିଲେ ମଧ୍ୟ ହୋଇପାରୁନଥିଲା।…

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂତନ କୋଠା ଉଦ୍‌ଘାଟନ କଲେ କନ୍ଧମାଳ ଏମ୍‌ପି, ବିଧାୟକ

ଦାରିଙ୍ଗବାଡ଼ି,୧୮।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂତନ କୋଠାକୁ ଶୁକ୍ରବାର ମିଳିତ ଭାବେ କନ୍ଧମାଳ ଏମ୍‌ପି ଡ.ଅଚ୍ୟୁତାନନ୍ଦ ସାମନ୍ତ,ବିଧାୟକ ସାଲୁଗା ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତ। ଏହି ଅବସରରେ…

ଅଟୋ ସହ ଶାଳକାଠ ଜବତ: ୨ ଗିରଫ

ବାଲିଗୁଡା/କ.ନୂଆଗାଁ,୧୫ା୧୦(ଡି.ଏନ୍‌.ଏ.)- ବାଲିଗୁଡା ବନଖଣ୍ଡ ଅଧୀନ କିରିକୁଟି ପଞ୍ଚାୟତ ୫୯ନଂ. ଜାତୀୟ ରାଜପଥ କ.ନୂଆଗାଁ ବନ ବିଭାଗ ତରଫରୁ ସୋମବାର ରାତ୍ରକାଳୀନ ପାଟ୍ରୋଲିଙ୍ଗ ଚାଲିଥିଲା। କିରିକୁଟି ଗ୍ରାମକୁ ଯାଉଥିବା ଏକ ଅଟୋ (ନଂ.ଓଡ଼ି୧୨ଏ-୨୩୭୪)କୁ ଲକଟି ଛକ ନିକଟରେ ବନ କର୍ମଚାରୀ ଅଟକାଇଥିଲେ। ଯାଞ୍ଚବେଳେ…

ଅଧିକାରୀଙ୍କ ଅନୁପସ୍ଥିତି ନେଇ ଏନ୍‌ଏସି କାର୍ଯ୍ୟାଳୟରେ ତାଲା

ବାଲିଗୁଡ଼ା,୧୫ା୧୦(ଡି.ଏନ୍‌.ଏ.)-ବାଲିଗୁଡ଼ା ଏନ୍‌ଏସିରେ କର୍ମଚାରୀଙ୍କ ଅନୁପସ୍ଥିତି ନେଇ ସୋମବାର କାଉନ୍‌ସିଲରମାନେ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ବିଭିନ୍ନ କାର୍ଯ୍ୟନେଇ ଲୋକମାନେ ଏନ୍‌ଏସିକୁ ଆସୁଥିଲେ। କିନ୍ତୁ ସେଠାରେ ନିୟମିତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀଙ୍କ ସମେତ ଅନ୍ୟ କର୍ମଚାରୀମାନେ କାର୍ଯ୍ୟାଳୟରେ ରହୁନଥିବାରୁ ଲୋକଙ୍କ କାର୍ଯ୍ୟରେ ଅସୁବିଧା…

ଦୁଇ ହଷ୍ଟେଲରେ ଛାତ୍ର ମୃତ୍ୟୁ ଘଟଣା: ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ, ଶିକ୍ଷକଙ୍କୁ ବଦଳି କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧୩ା୧୦-କନ୍ଧମାଳ ଜିଲା ମଙ୍ଗଳ ବିଭାଗ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ବିଭାଗ ଅଧୀନରେ ଚାଲିଥିବା ଦୁଇଟି ହଷ୍ଟେଲର ୨ ଛାତ୍ରୀଛାତ୍ରଙ୍କ ଗତ ମାସରେ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗୋଟିଏ ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଇଥିବା…

ଜି.ଉଦୟଗିରି ବିଧାୟକଙ୍କ ମନ୍ତବ୍ୟକୁ ଭାଜପାର ବିରୋଧ

ଫୁଲବାଣୀ ଅଫିସ, ୧୩ା୧୦-ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏକ ସଭାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ କହୁଛନ୍ତି, ଯେଉଁମାନେ ତାଙ୍କୁ ଭୋଟ ଦେଇନାହାନ୍ତି ସେମାନଙ୍କ ପାଇଁ କାମ କରିବେନି। ଏହାକୁ ଭାଜପା ପକ୍ଷରୁ ବିରୋଧ କରାଯାଇଛି। ଭାଜପା…

ପଲିଥିନ୍‌ ବ୍ୟବହାର ପ୍ରତିବନ୍ଧକକୁ ମାନୁନାହାନ୍ତି ଲୋକେ, ସୌନ୍ଦର୍ଯ୍ୟ ହରାଉଛି ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୨।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରର ସୌନ୍ଦର୍ଯ୍ୟ ଦିନକୁ ଦିନ ହରାଇବାକୁ ବସିଛି। ସରକାରଙ୍କ ପକ୍ଷରୁ ପଲିଥିନ୍‌ ବେଆଇନ ଘୋଷଣା ପରେ ବି ଲୋକେ ପ୍ରତିବନ୍ଧକକୁ ନ ମାନି ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ଅଳିଆ ଆବର୍ଜନା ସହ ହୋଟେଲର…

୫-ଟି ଉପରେ ସମୀକ୍ଷା କଲେ ସଚିବ

ଫୁଲବାଣୀ ଅଫିସ, ୧୨ା୧୦- ସରକାର ଏବେ ୫-ଟି (ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟାଇମ୍‌ ଲିମିଟ୍‌, ଟ୍ରାନ୍ସଫର୍ମେଶନ ଓ ଟ୍ରାନ୍ସପରେନ୍ସି) ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା କିପରି କାର୍ଯ୍ୟକାରୀ ହେଉଛି ତାହାର ତଦାରଖ ସଚିବମାନେ କରୁଛନ୍ତି। ସରକାରୀ ଯୋଜନା କିପରି ଚାଲିଛି, ଲୋକଙ୍କ…

ସିଆର୍‌ପିଏଫ୍‌କୁ ଜାଗା ଦେବାରୁ ଗ୍ରାମବାସୀଙ୍କ ବିରୋଧ

ବାଲିଗୁଡା,୧୧ା୧୦(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗଁା ବ୍ଲକ ମହାସିଙ୍ଗ ପଞ୍ଚାୟତରେ ଏକ ଜାଗାକୁ ସରକାର କେନ୍ଦ୍ରୀୟ ସଂରକ୍ଷଣ ପୋଲିସ ବାହିନୀ (ସିଆର୍‌ପିଏଫ୍‌)କୁ କ୍ୟାମ୍ପ କରିବାକୁ ଦେଇଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ କହିବା ପ୍ରକାରେ ଏହି ପଞ୍ଚାୟତରେ…

ଜୁଆ ଆଡ୍ଡାରେ ଚଢ଼ାଉ, ୧୫ ଗିରଫ

ଦାରିଙ୍ଗବାଡ଼ି,୧୧।୧୦(ଡି.ଏନ୍‌.ଏ)- ଦାରିଙ୍ଗବାଡ଼ି ଥାନା ପୋଲିସ ବୁଧବାର ରାତିରେ ସିମନବାଡ଼ିର ଜହୋନପଲ୍ଲି ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୧୫,୨୦୦ ଟଙ୍କା ସହ ୪ଟି ମୋବାଇଲ ଫୋନ ଜବତ କରାଯାଇଛି। ନଂ.୧୦୨/୧୯ରେ ମାମଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri