ଫୁଲବାଣୀ ଅଫିସ, ୧୩ା୧୦-କନ୍ଧମାଳ ଜିଲା ମଙ୍ଗଳ ବିଭାଗ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ବିଭାଗ ଅଧୀନରେ ଚାଲିଥିବା ଦୁଇଟି ହଷ୍ଟେଲର ୨ ଛାତ୍ରୀଛାତ୍ରଙ୍କ ଗତ ମାସରେ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗୋଟିଏ ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଅନ୍ୟ ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ (ଡେପୁଟେଶନ)ଙ୍କୁ ନିଜ ମୂଳସ୍ଥାନକୁ ଫେରାଇ ନିଆଯାଇଛି । ତେବେ ଘଟଣା ସମାନ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଅଲଗାକୁ ନେଇ ସବୁଠି ଅସନ୍ତୋଷ ଦେଖାଦେଇଛି ।
ଟିକାବାଲି ଥାନା କୋଚିଲାଗଡ଼ରେ ଥିବା ଅନ୍ବେଶା ହଷ୍ଟେଲରେ ଗତ ୨୧ ତାରିଖରେ ଚତୁର୍ଥ ଶ୍ରେଣୀ ଛାତ୍ର ବାବୁଲା ପ୍ରଧାନ ତାଜାରୁ ଖସି ପଡିଥିଲେ ା ଖଟରେ ମଶାରୀ ବନ୍ଧାଯିବା ପାଇଁ ଥିବା ରଡ ପିଚାରେ ପଶିଯିବାରୁ ସେ ଗୁରୁତର ହୋଇଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସେ ସମୟରେ ଜିଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରା ଘଟଣାର ତଦନ୍ତ ରିପୋର୍ଟ ଆଧାରରେ ନିଷ୍ପତ୍ତି ନେବେ ବୋଲି କହିଥିଲେ ା ତଦନ୍ତ ଏପରି ହେଲା ଯେ ଡେପୁଟେଶନରେ ଆସିଥିବା ଶିକ୍ଷକ ତଥା ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ଗୁରୁ ପ୍ରସାଦଙ୍କୁ ନିଜ ସ୍ଥାନ ଡୁଙ୍ଗି ସ୍କୁଲକୁ ଫେରାଇ ନିଆଗଲା ା ଅନ୍ୟପକ୍ଷରେ ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ହାଇସ୍କୁଲ ହଷ୍ଟେଲରେ ରହି ପଢ଼ୁଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ ଜସ୍ମିନ ଦିଗାଲଙ୍କ ମୃତ୍ୟୁ ଘଟଣାରେ ସୁପରିଣ୍ଟେଣ୍ଡେଣ୍ଟ ସରୋଜିନୀ ନାୟକଙ୍କୁ ନିଲମ୍ବିତ କରାଗଲା ା ଜସ୍ମିନ ପୂର୍ବରୁ ସିକଲସେଲ ରୋଗରେ ପୀଡ଼ିତ ଥିଲେ। ସେ ହଠାତ ଅସୁସ୍ଥ ହୋଇପଡିଥିଲେ ା ପ୍ରଧାନଶିକ୍ଷକ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ତାଙ୍କୁ ଚିକିତ୍ସା ପାଇଁ ନେବାରେ ଅବହେଳା ପ୍ରଦର୍ଶନ କରିଥିଲେ। ଏହି ଖବର ପାଇବା ପରେ ଜସ୍ମିନଙ୍କ ମା’ ବାପା ପହଞ୍ଚି ତାଙ୍କୁ ଫୁଲବାଣୀ ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ଗତ ୨୯ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ହଷ୍ଟେଲରୁ ଜସ୍ମିନଙ୍କୁ ମେଡିକାଲ ନେବାରେ ବିଳମ୍ବ କରାଯିବାରୁ ଏଭଳି ଘଟିଲା ଦର୍ଶାଯାଇ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସୁପରିଣ୍ଟେଣ୍ଡେଣ୍ଟ ସରୋଜିନୀଙ୍କୁ ନିଲମ୍ବିତ କରାଗଲା ା ଛାତ୍ର ହଷ୍ଟେଲ ତାଜା ଉପରକୁ ଚଢ଼ିବା ଏବଂ ସେଠାରୁ ଗଳି ପଡିବା ଘଟଣାରେ ସୁପରିଣ୍ଟେଣ୍ଡେଣ୍ଟଙ୍କ କୌଣସି ଦୋଷ ନ ଥିବା ଭଳି କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତିି ନିଆଗଲା। କୌଣସି ସରକାରୀ ଅଧିକାରୀଙ୍କ ପୁଅ କ୍ଷେତ୍ରରେ ଏଭଳି ଘଟଣା ଘଟିଥିଲେ କ’ଣ ଏହି ନିଷ୍ପତ୍ତି ନିଆଯାଇଥାନ୍ତା ବୋଲି ପ୍ରଶ୍ନ ଉଠିଛି। ଏହି ଘଟଣାର ତଦନ୍ତ ଅନ୍ୟ ବିଭାଗର ଅଧିକାରୀଙ୍କ ଦ୍ୱାରା କରାଯିବାକୁ ସହରର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ଦୁଇ ହଷ୍ଟେଲରେ ଛାତ୍ର ମୃତ୍ୟୁ ଘଟଣା: ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ, ଶିକ୍ଷକଙ୍କୁ ବଦଳି କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ
ଆକ୍ସନ ମୁଡ୍ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…
ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…
ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ
ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…
ଦାରିଙ୍ଗବାଡିରେ ଭୋଟ ପରିଚୟପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଆରମ୍ଭ: ବିଭିନ୍ନ ବୁଥ୍ ବୁଲି ସମୀକ୍ଷା କଲେ ବିଡ଼ିଓ
ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ଠାରୁ ଭୋଟ ପରିଚୟ ପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ…
ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଜିଲା ପ୍ରଶାସନର ଗୁରୁତ୍ୱ, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ କରିବା ନେଇ ବିଡିଓଙ୍କୁ…
ଦାରିଙ୍ଗବାଡ଼ି,୩୦ା୫(ଅରୁଣ ସାହୁ): ମଧ୍ୟପ୍ରାଚୀ ଯୁଦ୍ଧ ପାଇଁ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଖାଯାଇଛି। ଏହି ସଙ୍କଟ ଆଗକୁ…
ଟାଣ ଖରାରେ ପିକଅପ ଭ୍ୟାନରେ ବୁହା ହେଉଛନ୍ତି ଲୋକେ: ଶୋଇଛି ପରିବହନ ବିଭାଗ
ଦାରିଙ୍ଗବାଡି,୩୦।୫(ଅରୁଣ ସାହୁ): ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୦ଟାଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଜରୁରୀ କାମଧନ୍ଦା ନ ଥିଲେ ଲୋକ ଘରୁ…
ସରକାରୀ ଆଇଟିଆଇରେ ସିଟ ସଂଖ୍ୟା ସୀମିତ:ବହୁ ଛାତ୍ରୀଛାତ୍ର ହେଉଛନ୍ତି ଶିକ୍ଷାରୁ ବଞ୍ଚିତ
ଦାରିଙ୍ଗବାଡି, ୨୯।୫ (ଅରୁଣ ସାହୁ):କନ୍ଧମାଳ ଜିଲାରେ ଶିଳ୍ପ ନ ଥିଲେ ମଧ୍ୟ ବହୁ ଛାତ୍ରୀଛାତ୍ର ଏବେ ନିଜ ଦକ୍ଷତା ବୃଦ୍ଧି ଓ ସ୍ବରୋଜଗାର ପାଇଁ ସରକାରୀ ଆଇଟିଆଇରେ…
ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରୋଗୀ: ସେବା ପାଇଁ ଆଗେଇ ଆସିଲେ ୩ ଯୁବକ, ସାଉଁଟୁଛନ୍ତି ପ୍ରଶଂସା
ଦାରିଙ୍ଗବାଡି,୨୯।୫(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏବେ ପ୍ରଚଣ୍ଡ ଖରା ସାଙ୍ଗକୁ ଗରମ ଗୁଳୁଗୁଳି ଜାରି ରହିଛି। ଗତ ୨ ଦିନ ହେଲା କାଳ ବୈଶାଖୀର…
ଦାରିଙ୍ଗବାଡ଼ିରେ ଫେଲ୍ ମାରୁଛି ଶିଶୁ ସୁରକ୍ଷା ଅଭିଯାନ, ଟାଣଖରାରେ ଖଟୁଛନ୍ତି ଶିଶୁଶ୍ରମିକ
ଦାରିଙ୍ଗବାଡ଼ି,୨୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶିଶୁଶ୍ରମିକ ନିରୋଧ ଯୋଜନା ଫେଲ୍ ମାରୁଛି। ପ୍ରତି ମାସରେ ଏନେଇ ଟାସ୍କ ଫୋର୍ସର ଘନଘନ ବୈଠକ ସତ୍ତ୍ୱେ…
Archives

