ଜି.ଉଦୟଗିରି ବିଧାୟକଙ୍କ ମନ୍ତବ୍ୟକୁ ଭାଜପାର ବିରୋଧ

ଫୁଲବାଣୀ ଅଫିସ, ୧୩ା୧୦-ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏକ ସଭାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ କହୁଛନ୍ତି, ଯେଉଁମାନେ ତାଙ୍କୁ ଭୋଟ ଦେଇନାହାନ୍ତି ସେମାନଙ୍କ ପାଇଁ କାମ କରିବେନି। ଏହାକୁ ଭାଜପା ପକ୍ଷରୁ ବିରୋଧ କରାଯାଇଛି। ଭାଜପା ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଅର୍ଚ୍ଚନା ପ୍ରଧାନ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି, ବିଧାୟକ ଏବେ ଗର୍ବରେ ଫାଟି ପଡୁଛନ୍ତି। ଲୋକଙ୍କ ପ୍ରତି ସେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ଗଣତନ୍ତ୍ର ରାଷ୍ଟ୍ରରେ ଜଣେ ଜନପ୍ରତିନିଧିଙ୍କ ଏଭଳି ଆଚରଣ ଓ ଉଚ୍ଚାରଣ ଅତ୍ୟନ୍ତ ନିନ୍ଦନୀୟ ା ବିଧାୟକ ତାଙ୍କ ମନ୍ତବ୍ୟରେ ୧୧ ନଂ. ଜୋନର ବ୍ରାହ୍ମଣୀଗାଁ, ହାତୀମୁଣ୍ଡା, ସରାମୂଳି, କୁମ୍ଭାରିଗାଁ, ତାଜୁଙ୍ଗିଆ ଓ ଦାରିଙ୍ଗିବାଡି ପଞ୍ଚାୟତରେ ବିଜେଡି ଭୋଟ ହାର କମିଥିବା ଯୋଗୁ ତାଗିଦ କରିଛନ୍ତି। ଯାହାକି ଏହି ଜୋନର ଜନସାଧାରଣଙ୍କୁ ଭୟ ଦେଖାଇବା ସହ ସମାନ ା ଜଣେ ଜନ ପ୍ରତିନିଧି ସାମ୍ବିଧାନିକ ନୀତି ଓ ନିୟମକୁ ଆଧାର କରି ଶପଥ ପାଠ କଲା ପରେ ସର୍ବ ସମ୍ମୁଖରେ ଏଭଳି କହିବା ନିନ୍ଦନୀୟ ା ବିଧାୟକ ସର୍ବସମ୍ମୁଖରେ କ୍ଷମା ମାଗିବା ସହ ଭୋଟ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ବିଧାନସଭା ମଣ୍ଡଳୀର ଉନ୍ନତି ଦିଗରେ ଦୃଷ୍ଟି ଦିଅନ୍ତୁ। ନଚେତ୍‌ ତାଙ୍କ ବିରୋଧରେ କନ୍ଧମାଳ ଜିଲାରେ ଆନ୍ଦୋଳନ ହେବ ବୋଲି ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଦାରିଙ୍ଗବାଡିରେ ଭୋଟ ପରିଚୟପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଆରମ୍ଭ: ବିଭିନ୍ନ ବୁଥ୍ ବୁଲି ସମୀକ୍ଷା କଲେ ବିଡ଼ିଓ

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ଠାରୁ ଭୋଟ ପରିଚୟ ପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ…

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଜିଲା ପ୍ରଶାସନର ଗୁରୁତ୍ୱ, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ କରିବା ନେଇ ବିଡିଓଙ୍କୁ…

ଦାରିଙ୍ଗବାଡ଼ି,୩୦ା୫(ଅରୁଣ ସାହୁ): ମଧ୍ୟପ୍ରାଚୀ ଯୁଦ୍ଧ ପାଇଁ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଖାଯାଇଛି। ଏହି ସଙ୍କଟ ଆଗକୁ…

ଟାଣ ଖରାରେ ପିକଅପ ଭ୍ୟାନରେ ବୁହା ହେଉଛନ୍ତି ଲୋକେ: ଶୋଇଛି ପରିବହନ ବିଭାଗ

ଦାରିଙ୍ଗବାଡି,୩୦।୫(ଅରୁଣ ସାହୁ): ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୦ଟାଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଜରୁରୀ କାମଧନ୍ଦା ନ ଥିଲେ ଲୋକ ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri