କନ୍ଧମାଳରେ କେନ୍ଦ୍ରୀୟ ମେଡିକାଲ ଟିମ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୧୯ା୧୦-କନ୍ଧମାଳ ଜିଲା ଗସ୍ତରେ କେନ୍ଦ୍ରର ଏକ ୮ ଜଣିଆ ଟିମ୍‌ ଆସି ଶୁକ୍ରବାର ପହଞ୍ଚତ୍ଛନ୍ତି। ଏହି ଟିମ୍‌ ୪ ଦିନଧରି ଜିଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ, ବାରଖମା, ଟିକାବାଲି, ଜି.ଉଦୟଗିରି, ଗୋଚ୍ଛାପଡ଼ା, ଦାରିଙ୍ଗବାଡ଼ି ଓ ସିମନବାଡ଼ି ଆଦି ଅଞ୍ଚଳରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଦେଖିବାର କାଯର୍‌ୟକ୍ରମ ରହିଛି। ପ୍ରଥମ ଦିନରେ ଏହି ଟିମ୍‌ ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା କ୍ଷେତ୍ର ପରିଦର୍ଶନ କରିଛନ୍ତି। ଗୋଚ୍ଛାପଡା ମେଡିକାଲ, ଲୋହରାସାହି ଅଙ୍ଗନୱାଡି କେନ୍ଦ୍ର, ଖଜୁରିଗଁ।ରେ ଥିବା ଛତୁଆ ଉତ୍ପାଦନ କେନ୍ଦ୍ର ଆଦି ବୁଲି ଦେଖିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆନୁସଙ୍ଗିକ ବ୍ୟବସ୍ଥା, ରୋଗୀଙ୍କୁ ଚିକତ୍ସା ସେବା କିପରି ଯୋଗାଇ ଦିଆଯାଉଛି ତାହାର ତର୍ଜମା କରିଥିଲେ। ଏଥିସହ ଜାତୀୟ ଯୋଜନାର ଅଗ୍ରଗତି ଉପରେ ମଧ୍ୟ ପଚାରି ବୁଝିଥିଲେ।
ଏହି ଟିମ ଫୁଲବାଣୀରେ ପହଞ୍ଚତ୍ ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ଏକ ବୈଠକରେ ଯୋଗ ଦେଇଥିଲେ। ଜିଲାପାଳ ଡ଼ା. ବୃନ୍ଦା ଡ଼ି, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସମୀର କୁମାର ଦାସ, ଏଡ଼ିଏମ୍‌ଓ ମନୋରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ କେନ୍ଦ୍ରୀୟ ଟିମ ଗସ୍ତ କାର୍ଯ୍ୟକ୍ରମ ସର୍ମ୍ପକରେ ସୂଚନା ପ୍ରଦାନ କରିଥିଲେ। ଜିଲାପାଳ ଏହି ଅବସରର ଆମେ ଚଳିତ ବର୍ଷ ଆନୁଷ୍ଠାନିକ ପ୍ରସବ ଉପରେ ବିଶେଷ ଧ୍ୟାନ ଦେଇ ସଫଳତା ପାଇଛୁ। ଏବର୍ଷ ଶିଶୁ ମୃତ୍ୟୁ ହାର ଉପରେ କାମ ଆରମ୍ଭ କରିଛୁ ବୋଲି ସୂଚନା ଦେଇଥିଲେ। କେନ୍ଦ୍ରୀୟ ଟିମ୍‌ ଜିଲା ମେଡ଼ିକାଲ ସ୍ଥିତି ସହ ସ୍ବାସ୍ଥ୍ୟ ସେବା, ଡ଼ାକ୍ତର, ରୋଗୀମାନଙ୍କ ଚିକତ୍ସା ସହିତ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକର ସ୍ଥିତି ଓ ପରିଚାଳନା ସର୍ମ୍ପକରେ ପଚାରି ବୁଝିଥିଲେ। ଏଥିସହ ଜାତୀୟ ଯୋଜନାର ରୁପରେଖ ସର୍ମ୍ପକରେ ମଧ୍ୟ ପଚାରିଥିଲେ। ଅନୁଷ୍ଠିତ ବୈଠକରେ ଡିପିଏମ୍‌ ବୁଲୁନାଥ ସାହୁ, ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ଅଧିକାରୀ ଆଶିଷ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦ୍ରୀୟ ଟିମ୍‌ରେ ଡା. ହିମାଂଶୁ ଭୁଷଣ, ଡା.ଏସ୍‌ସି ଅଗ୍ରୱାଲ, ଡା. ବୁଲୁନାଥ ମୋଟୋ, ଡା. ଅସୀମା ଭଟନାଗର, ପ୍ରୋଗ୍ରାମ ଅଫିସର ସୌରଭ ଶର୍ମା, ଡା. ୱାରିସ ମାରିୟାମ ପ୍ରମୁଖ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

ଉପେନ୍ଦ୍ରଙ୍କ ଦିନରେ ନୁହେଁ, ରାତିରେ ଜମୁଛି ପ୍ରଚାର

ବାଲିଗୁଡା,୨୧।୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ...

ମାମୁ-ଭଣଜା ଗୋଷ୍ଠୀ ସଂଘର୍ଷ: ୬ ଗୁରୁତର

ବାଲିଗୁଡ଼ା,୨୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଶନିବାର ବିଳମ୍ବିତ ରାତିରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri