କନ୍ଧମାଳରେ କେନ୍ଦ୍ରୀୟ ମେଡିକାଲ ଟିମ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୧୯ା୧୦-କନ୍ଧମାଳ ଜିଲା ଗସ୍ତରେ କେନ୍ଦ୍ରର ଏକ ୮ ଜଣିଆ ଟିମ୍‌ ଆସି ଶୁକ୍ରବାର ପହଞ୍ଚତ୍ଛନ୍ତି। ଏହି ଟିମ୍‌ ୪ ଦିନଧରି ଜିଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ, ବାରଖମା, ଟିକାବାଲି, ଜି.ଉଦୟଗିରି, ଗୋଚ୍ଛାପଡ଼ା, ଦାରିଙ୍ଗବାଡ଼ି ଓ ସିମନବାଡ଼ି ଆଦି ଅଞ୍ଚଳରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଦେଖିବାର କାଯର୍‌ୟକ୍ରମ ରହିଛି। ପ୍ରଥମ ଦିନରେ ଏହି ଟିମ୍‌ ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା କ୍ଷେତ୍ର ପରିଦର୍ଶନ କରିଛନ୍ତି। ଗୋଚ୍ଛାପଡା ମେଡିକାଲ, ଲୋହରାସାହି ଅଙ୍ଗନୱାଡି କେନ୍ଦ୍ର, ଖଜୁରିଗଁ।ରେ ଥିବା ଛତୁଆ ଉତ୍ପାଦନ କେନ୍ଦ୍ର ଆଦି ବୁଲି ଦେଖିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆନୁସଙ୍ଗିକ ବ୍ୟବସ୍ଥା, ରୋଗୀଙ୍କୁ ଚିକତ୍ସା ସେବା କିପରି ଯୋଗାଇ ଦିଆଯାଉଛି ତାହାର ତର୍ଜମା କରିଥିଲେ। ଏଥିସହ ଜାତୀୟ ଯୋଜନାର ଅଗ୍ରଗତି ଉପରେ ମଧ୍ୟ ପଚାରି ବୁଝିଥିଲେ।
ଏହି ଟିମ ଫୁଲବାଣୀରେ ପହଞ୍ଚତ୍ ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ଏକ ବୈଠକରେ ଯୋଗ ଦେଇଥିଲେ। ଜିଲାପାଳ ଡ଼ା. ବୃନ୍ଦା ଡ଼ି, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସମୀର କୁମାର ଦାସ, ଏଡ଼ିଏମ୍‌ଓ ମନୋରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ କେନ୍ଦ୍ରୀୟ ଟିମ ଗସ୍ତ କାର୍ଯ୍ୟକ୍ରମ ସର୍ମ୍ପକରେ ସୂଚନା ପ୍ରଦାନ କରିଥିଲେ। ଜିଲାପାଳ ଏହି ଅବସରର ଆମେ ଚଳିତ ବର୍ଷ ଆନୁଷ୍ଠାନିକ ପ୍ରସବ ଉପରେ ବିଶେଷ ଧ୍ୟାନ ଦେଇ ସଫଳତା ପାଇଛୁ। ଏବର୍ଷ ଶିଶୁ ମୃତ୍ୟୁ ହାର ଉପରେ କାମ ଆରମ୍ଭ କରିଛୁ ବୋଲି ସୂଚନା ଦେଇଥିଲେ। କେନ୍ଦ୍ରୀୟ ଟିମ୍‌ ଜିଲା ମେଡ଼ିକାଲ ସ୍ଥିତି ସହ ସ୍ବାସ୍ଥ୍ୟ ସେବା, ଡ଼ାକ୍ତର, ରୋଗୀମାନଙ୍କ ଚିକତ୍ସା ସହିତ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକର ସ୍ଥିତି ଓ ପରିଚାଳନା ସର୍ମ୍ପକରେ ପଚାରି ବୁଝିଥିଲେ। ଏଥିସହ ଜାତୀୟ ଯୋଜନାର ରୁପରେଖ ସର୍ମ୍ପକରେ ମଧ୍ୟ ପଚାରିଥିଲେ। ଅନୁଷ୍ଠିତ ବୈଠକରେ ଡିପିଏମ୍‌ ବୁଲୁନାଥ ସାହୁ, ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ଅଧିକାରୀ ଆଶିଷ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦ୍ରୀୟ ଟିମ୍‌ରେ ଡା. ହିମାଂଶୁ ଭୁଷଣ, ଡା.ଏସ୍‌ସି ଅଗ୍ରୱାଲ, ଡା. ବୁଲୁନାଥ ମୋଟୋ, ଡା. ଅସୀମା ଭଟନାଗର, ପ୍ରୋଗ୍ରାମ ଅଫିସର ସୌରଭ ଶର୍ମା, ଡା. ୱାରିସ ମାରିୟାମ ପ୍ରମୁଖ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ: ମୁଖ୍ୟ ଫାଟକ ନିର୍ମାଣ ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟାର ସମାଧାନ ପାଇଁ…

ବାରହା ଆକ୍ରମଣରେ ଗାଈ ଜଗାଳି ଗୁରୁତର: ପୋଷା ବାରହାକୁ ନେଇ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ

ଖଜୁରୀପଡ଼ା,୨୯।୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭେଇଗୁଡ଼ା ଗ୍ରାମର ଗୋପାଳ ବେହେରା (୫୦) ଗୁରୁବାର ନେଡ୍ରିଖୋଲ ଗ୍ରାମର ଝରନିଖୋଲ ନିକଟରେ ଗାଈ ଚରାଉଥିବା ସମୟରେ ଏକ ପୋଷା…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?