କନ୍ଧମାଳ

ପୋଲରୁ ଖସିଲା ପୋଲିସ ଗାଡ଼ି : ଥାନାଧିକାରୀ, ଡ୍ରାଇଭର ଗୁରୁତର

ରାଇକିଆ,୧୪ା୧(ଡ଼ି.ଏନ.ଏ)-କନ୍ଧମାଳ ଜିଲା ରାଇକିଆ ଥାନା ପୋଲିସ ଗାଡ଼ି ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗଞ୍ଜେଇ ଚାଲାଣ କରୁଥିବା ଏକ କାର୍‌ ପିଚ୍ଛା କରିବା ବେଳେ ଭାରସାମ୍ୟ ହରାଇ ପୋଲିସ ଗାଡ଼ିଟି ପୋଲ ତଳକୁ ଖସିପଡ଼ିଥିଲା। ଏଥିରେ ଥାନାଧିକାରୀ ଅଲେଖ ଗରଡ଼ିଆ, ଡ୍ରାଇଭର ଆର୍ଯ୍ୟଦେବ…

ଗୁଣି ସନ୍ଦେହରେ ଜଣଙ୍କୁ ହତ୍ୟା: ମାମୁ, ଭଣଜା ଗିରଫ

ଦାରିଙ୍ଗବାଡ଼ି,୧୪ା୧(ଡ଼ି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କ୍ରୁପାଗାଡ଼ି ଜଙ୍ଗଲରେ ଗତ ୩ ତାରିଖରେ କାଟିଙ୍ଗିଆ ପଞ୍ଚାୟତ ତଳକୁଟ୍ରୁକା ଗ୍ରାମର ସୁଦାମ ମଲ୍ଲିକ (୪୦)ଙ୍କୁ ହତ୍ୟା କରାଯାଇଥିଲା। ଗୁଣି ସନ୍ଦେହରେ ତାଙ୍କୁ ହତ୍ୟାକରି ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ପୋଡ଼ି ଦିଆଯାଇଥିଲା।…

ଜି.ଉଦୟଗିରିରେ ତୁଷାରପାତ: ଘନ କୁହୁଡ଼ିରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଜି.ଉଦୟଗିରି,୧୩ା୧(ଡି.ଏନ.ଏ.)-ଜି.ଉଦୟଗିରି ସହର ତଥା ଆଖପାଖ ଅଞ୍ଚଳରେ ଗତ ତିନିଦିନ ଧରି ଶୀତର ଲହରି ଜାରି ରହିଛି। ସୋମବାର ପାରଦ ୭ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିଲେ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ତୁଷାରପାତ ଦେଖାଦେଇଛି। ବିଶେଷକରି ୯ ନମ୍ବର ୱାର୍ଡର କିଛି ଚାଷଜମିରେ…

ପୋଲତଳକୁ ଖସିଲା ପୋଲିସ ଗାଡ଼ି, ଥାନାଧିକାରୀ ଗୁରୁତର

ରାଇକିଆ,୧୩।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆଠାରେ ଏକ ଗଞ୍ଜେଇ ଗାଡ଼ିକୁ ପିଛା କରୁଥିବା ବେଳେ ସୋମବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ  ପୋଲ ତଳକୁ ପୋଲିସ ଗାଡ଼ି ଖସିପଡ଼ିଛି। ଫଳରେ ରାଇକିଆ ଥାନାଧିକାରୀ ଅଲେଖ ଗରଡ଼ିଆ ଏବଂ ହୋମଗାର୍ଡ ତଥା ଡ୍ରାଇଭର ଆର୍ଯ୍ୟଦେବ ପ୍ରଧାନ…

ଫୁଲବାଣୀରେ ୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ତୁଷାରପାତ

ଫୁଲବାଣୀ ଅଫିସ/ ଦାରିଙ୍ଗବାଡି, ୧୩ା୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲାରେ ହାଡଭଙ୍ଗା ଶୀତ। ଶନିବାର ରାତିରୁ ରବିବାର ସକାଳ ସୁଦ୍ଧା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଏବଂ ଦାରିଙ୍ଗିବାଡିରେ ୭.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଭ୍ୟନ୍ତରୀଣ ତୁମୁଡିବନ୍ଧ, କୋଟଗଡ, ରାଇକିଆ, ଚକାପାଦ ଆଦି ଅଞ୍ଚଳରେ…

ଦାରିଙ୍ଗବାଡ଼ିରେ ପୁଣି ତୁଷାରପାତ, ତାପମାତ୍ରା ୭ ଡିଗ୍ରୀ

ଦାରିଙ୍ଗବାଡ଼ି,୧୨।୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ରବିବାର ପୁଣି ତୁଷାରପାତ ହୋଇଛି। ଶନିବାର ତାପମାତ୍ରା ୯ ଡିଗ୍ରୀ ତଳେ ରହିଥିବା ବେଳେ ରବିବାର ସକାଳେ ୭ ଡିଗ୍ରୀ ହୋଇଛି। ଦାରିଙ୍ଗବାଡ଼ି ସମେତ ଦାସିଂବାଡ଼ି,କାଣ୍ଡାପା,ସିମନବାଡ଼ି, କିଲାବାଡି,ଲଦପଙ୍କା,ଗ୍ରୀନବାଡ଼ି,ଦାସିକେତା,ପ୍ଳିହେରୀ ଆଦି ଅଞ୍ଚଳରେ…

ଧରିତ୍ରୀ ଖବରଦାତାଙ୍କୁ ହତ୍ୟା ଧମକ

ଫୁଲବାଣୀ ଅଫିସ, ୧୨ା୧-କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଧରିତ୍ରୀ ଖବରଦାତାଙ୍କୁ ମିଳିଛି ହତ୍ୟା ଧମକ। କୌଣସି ଅପରାଧ ଶ୍ରେଣୀର ଲୋକ ନୁହନ୍ତି, ଖଜୁରିପଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ବନଶ୍ରୀ ନାୟକ ଏବଂ ଶିକ୍ଷକ ସ୍ବାମୀ ବିନୋଦ କୁମାର ନାୟକ…

ବାଲିଗୁଡ଼ାରେ ପର୍ଯ୍ୟଟନ ମନ୍ତ୍ରୀ, ବିଭିନ୍ନ ସମସ୍ୟା ନେଇ ଆଲୋଚନା

ବାଲିଗୁଡ଼ା,୧୧।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶନିବାର ଅପରାହ୍ନରେ ସ୍ଥାନୀୟ ବନବାସୀ ସେବା ସମିତିରେ ପହଞ୍ଚି ଅନ୍ତେବାସୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅନୁଷ୍ଠାନ ଦ୍ୱାରା ପରିଚାଳିତ ବିଭିନ୍ନ ବିଭାଗର ସୁବିଧା ଆସୁବିଧା…

ଜଙ୍ଗଲରୁ ଗଛକଟା ଘଟଣା: ଖବର ପ୍ରକାଶ ପରେ ବନ ବିଭାଗ ତତ୍ପର

ଦାରିଙ୍ଗବାଡ଼ି,୧୧।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳ ସିମନବାଡ଼ି ସେକ୍ସନ ଗଦଡ଼ି ସଂରକ୍ଷିତ ଜଙ୍ଗଲରୁ କେହି ଦୁର୍ବୃତ୍ତ ଗଛ କାଟି ନେବା ଘଟଣାରେ ବନ ବିଭାଗର ତପତ୍ରତା ପ୍ରକାଶ ପାଇଛି। ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ପାଗଳ ପୁଅଙ୍କ ଆକ୍ରମଣରେ ବାପା ମୃତ, ମା’ ଗୁରୁତର

ତୁମୁଡ଼ିବନ୍ଧ,୧୧।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବେଲଘର ଥାନା ଅନ୍ତର୍ଗତ ଝାଲିପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାଗଳ ପୁଅଙ୍କ ଆକ୍ରମଣରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ମୃତକ ହେଲେ ଅଗାଧୁ ନାୟକ(୫୦)। ସେହିଭଳି ଲକ୍ଷ୍ମୀ ନାୟକଙ୍କୁ ଗୁରୁତର…

ଜିଲା ଶିକ୍ଷାଧିକାରୀଙ୍କ ଉପରେ ବର୍ଷିଲେ ୩ ବିଧାୟକ

ଫୁଲବାଣୀ ଅଫିସ,୧୧ା୧ -ଜିଲା ଉନ୍ନୟନ ସମନ୍ବୟ ଏବଂ ମନିଟରିଂ କମିଟି (ଦିଶା) ବୈଠକ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଥମଥର ପାଇଁ ପ୍ରଶାସନିକ ଅଧିକାରୀଙ୍କ ଉପରେ ବିଧାୟକ ଏବଂ ଏମ୍‌ପି ବର୍ଷିଛନ୍ତି। ବିଶେଷ କରି ଶିକ୍ଷା…

ଗଦାପୁର ସ୍ବାସ୍ଥ୍ୟକର୍ମୀଙ୍କ ନାମରେ ଜିଲାପାଳଙ୍କୁ ଅଭିଯୋଗ: ଏଡିଏମ୍‌, ଇନ୍‌ଚାର୍ଜଙ୍କ ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୧୦।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ଉପ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ କଳ୍ପନା ଘଡ଼େଇ ସ୍ଥାନୀୟ ଆଶାକର୍ମୀଙ୍କୁ ଖରାପ ବ୍ୟବହାର କରିବା ସହ ସ୍ଥାନୀୟ ସରପଞ୍ଚଙ୍କ ପରାମର୍ଶକୁ ବେଖାତିର କରୁଥିବା ନେଇ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri