କନ୍ଧମାଳ

ସିଆରପିଏଫ କ୍ୟାମ୍ପରେ ଅଘଟଣ, ଜେନେରେଟର କରେଣ୍ଟ ଲାଗି ଯବାନଙ୍କ ମୃତ୍ୟ

ବାଲିଗୁଡା, ୦୮।୦୫(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡରଙ୍ଗି ସିଆରପିଏଫ କ୍ୟାମ୍ପରେ ଅଘଟଣ । ଜେନେରେଟର ଇଲେକ୍ଟ୍ରିକ୍‌ ସକ୍‌ରେ ସୋମବାର ଯବାନଙ୍କ ମତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଯବାନ ଜଣକ ହେଉଛନ୍ତି ଯାଜପୁର ଜିଲାର ବାଲିଚାନ୍ଦପୁର…

ଅଧାରୁ ପାଠ ଛାଡୁଛନ୍ତି ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ,୮ା୫: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଉଚ୍ଚ ବିଦ୍ୟାଳୟ ନାହିଁ। ବଣ ପାହାଡ଼ ଘେରା ଏହି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନ ଥିବାରୁ ଛାତ୍ରୀଛାତ୍ରମାନେ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି। ଏ ଦିଗରେ ଜିଲା…

୫ ଗାଁକୁ ଖୋଲିବ ରାସ୍ତା

ରାଇକିଆ,୬ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମାଣିକେଶର ପଞ୍ଚାୟତର କୁରୁଗୁଡ଼ା ପୋଲର ଶିଳାନ୍ୟାସ କରିଛନ୍ତି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ। ୫ ଊଦ୍ଧର୍‌ବ ଗାଆଁକୁ ସଂଯୋଗ କରୁଥିବା ଏହି ଏହି ରାସ୍ତା ଉପରେ ପୋଲ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ…

ପୁଣି ସ୍ଥିତି ଜାହିର କଲେ ମାଓବାଦୀ, ଗଛ ପକାଇ ପୋଷ୍ଟର ମାରିଲେ

ବାଲିଗୁଡ଼ା,୬ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ଅଧିନସ୍ଥ ଗୁମା ଛକ ମୁଖ୍ୟ ରାସ୍ତାରେ ଶନିବାର ଗଛ ପକାଇ ଚେତାବନୀ ପୂର୍ଣ୍ଣ ଏକାଧିକ ପୋଷ୍ଟର ଛାଡ଼ିଛନ୍ତି ମାଓବାଦୀ। ଭୟରେ ବେଲଘର ତୁମୁଡିବନ୍ଧ ଯାତାୟାତ ଠପ୍‌ ହୋଇଯାଇଛି।…

ପଟ୍ଟାଜମିରେ ଗୁଣ୍ଡାଗର୍ଦ୍ଦି, ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଲୋକେ

ବାଲିଗୁଡ଼ା,୪ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ଼ଠାରେ ଦୀର୍ଘବର୍ଷ ହେଲା ରହିଆସୁଥିବା ସାଧାରଣ ଲୋକଙ୍କ ସେଟେଲମେଣ୍ଟ ପଟ୍ଟା ଜମି ଉପରେ କିଛି ଅସାମାଜିକ ବ୍ୟକ୍ତି ଜୋର ଜବରଦସ୍ତି ଆସି ଗୁଣ୍ଡା ଗର୍ଦ୍ଦି କରି ଜାଗା ଅକ୍ତିଆର ଘଟଣା…

୧୧ ସ୍ମାର୍ଟ ବିଦ୍ୟାଳୟକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି,୪।୫(ଡି.ଏନ.ଏ): କନ୍ଧମାଳ ଜିଲାରେ ଗୁରୁବାର ୭୭ଟି ରୂପାନ୍ତରୀକରଣ କରାଯାଇଥିବା ବିଦ୍ୟାଳୟକୁ ଭର୍ଚୁଆଲ ମାଧ୍ୟମରେ ଶୁଭ ଉଦ୍‌ଘାଟନ କରାଯାଇଛି। ସେଥି ମଧ୍ୟରେ ଦାରିଙ୍ଗବାଡି ବ୍ଲକର ୧୧ଟି ଉଚ୍ଚ ବିଦ୍ୟାଳୟ କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଗୁରୁବାର ଗୁମାଗଡ଼ ଓ ଦାରିଙ୍ଗବାଡି ବ୍ଲକର ଶ୍ରାନିକେତା…

ଜିଲାପାଳଙ୍କୁ ଦାବିପତ୍ର ଦେଲେ ହିତାଧିକାରୀ

ଫୁଲବାଣୀ ଅଫିସ, ୪ା୫: କନ୍ଧମାଳ ଜିଲା ଫୁଲବାଣୀ ସହରରେ କିଓସ୍କ ବ୍ୟାଙ୍କି ସଂସ୍ଥା ଠକେଇ ଘଟଣାରେ ହିତାଧିକାରୀ କିପରି ଟଙ୍କା ପାଇବେ ତାହାକୁ ନେଇ ସେମାନଙ୍କ ମଧ୍ୟରେ ଭାଳେଣି ପଡିଛିା ଗରିବ ଶ୍ରେଣୀର ଏହି ହିତାଧିକାରୀମାନେ ଟଙ୍କା ନ ପାଇ ବହୁ…

ଦୁଇ ବହିଷ୍କୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାମରେ ଏତଲା ଦେଲେ ବିଇଓ

ଫୁଲବାଣୀ ଅଫିସ,୩।୫: କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକରେ ଦୁଇ ଶିକ୍ଷକ ଶିକ୍ଷୟିତ୍ରୀ ନକଲି ବିଇଡି ପ୍ରମାଣପତ୍ର ଦାଖଲ କରି ଚାକିରି ହରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଯାଞ୍ଚ ବେଳେ ବିଇଡି ନକଲି ପ୍ରମାଣପତ୍ର ଦେଇ କନିଷ୍ଠ ଶିକ୍ଷକ ଭାବେ କଟକ ଜିଲା…

ବର୍ଷାରେ ପୋଲ ଭୁଶୁଡ଼ିଲା, ଯାତାୟାତ ଠପ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୩।୫:କନ୍ଧମାଳ ଜିଲାରେ ବର୍ଷା ପ୍ରଭାବରେ ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ କଡୁରାହାଠାରୁ ଜ୍ରାକିରାହାକୁ ସଂଯୋଗ କରୁଥିବା ରାସ୍ତାର ପୋଲ ଭୁଷୁଡି ପଡିଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁତ୍ଥିବା ଲୋକଙ୍କ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ସୋମବାର…

ରାଷ୍ଟ୍ର ଗଠନରେ ଶ୍ରମିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଦାରିଙ୍ଗବାଡି,୧।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ସୋମବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ରାଷ୍ଟ୍ର ଗଠନରେ ଶ୍ରମିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶ୍ରମିକ ନ ଥିଲେ ସାରା ବିଶ୍ୱ ଆଜି ସମସ୍ୟାରେ ପଡିଥାନ୍ତା। ବିନା ଶ୍ରମିକରେ ଗାଁଠାରୁ ସହର…

ଗାଜଲବାଡି ଘାଟିରେ ଓଲଟିଲା ପିକ୍‌ଅପ୍‌

ଦାରିଙ୍ଗବାଡି,୩୦।୪(ଡି.ଏନ.ଏ): କନ୍ଧମାଳ ଜିଲାକୁ ସଂଯୋଗ କରୁଥୁବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ରବିବାର ଏକ ଫୁଲକୋବି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଯୋଗୁ ରାଜପଥ ଅବରୋଧ ହୋଇ ରହିଥିଲା। ଖବର ପାଇ ପୋଲିସ ଏବଂ ଦାରିଙ୍ଗବାଡି ଅଗ୍ନିଶମ…

ଡମ୍ବାଦାଇ ଗାଁ ରାସ୍ତା ପାଲଟିଛି ମରଣଯନ୍ତା

ଫିରିଙ୍ଗିଆ,୨୯।୪: ସରକାର ଆଦିବାସୀ ବହୁଳ ଜିଲା ଗୁଡ଼ିକରେ ଗମନା ଗମନ କ୍ଷେତ୍ରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହା ଖାଲି କାଗଜପତ୍ରରେ ସୀମୀତ ଭଳି ଅନେକ ସମୟରେ ନଜିର ରହିଛି। ଆଜି ଯାଏ କନ୍ଧମାଳ ଜିଲାର ସବୁଠୁ ବଡ ସମସ୍ୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri