କଳାହାଣ୍ଡି

କୋଭିଡ୍‌ ନିୟମ ଉଲ୍ଲଘଂନ: ୫ ଦୋକାନ ସିଲ୍‌

କେସିଙ୍ଗା,୧୪।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର କୋଭିଡ୍‌ ନିୟମ ଉଲ୍ଲଘଂନ ନେଇ ୫ଟି ଦୋକାନକୁ ସୋମବାର ଏନ୍‌ଏସି ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଉକ୍ତ ୫ ଟି ଦୋକାନକୁ ଏନ୍‌ଏସିର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ନେତୃତ୍ୱରେ ଚଢ଼ାଉ କରି…

ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

କୋକସରା,୯।୬: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ମହିମା ପଞ୍ଚାୟତ ତେନ୍ତୁଲିପଡାର ଚାଷ ଜମି ନିକଟ ଏକ ବରଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ବୁଧବାର ପୋଲିସ ଜବତ କରିଛି। ଉଭୟ ଯୁବକ ଓ ଯୁବତୀ ନିକଟ ଗୌନ୍ତିଆପଡାର ଅମିତ…

ଅକ୍ସିଜେନ ବୋଝେଇ ଟ୍ରେନ୍‌ରୁ ଦୀର୍ଘ ୧୧ ଘଣ୍ଟା ଧରି ଅକ୍ସିଜେନ ଲିକ୍‌

କେସିଙ୍ଗା,୯ା୬(ଡି.ଏନ୍‌.ଏ.): ସମ୍ବଲପୁର ରେଲଓ୍ବେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲଓ୍ବେ ଷ୍ଟେଶନରେ ଏକ ଅକ୍ସିଜେନ ବୋଝେଇ ଟ୍ରେନ୍‌ରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲିକ୍‌ ହୋଇଥିଲା। କେସିଙ୍ଗା ରେଲଓ୍ବେ ଷ୍ଟେଶନ ମାଷ୍ଟର ସ୍ଥାନୀୟ ଅଗ୍ନିଶମ ବିଭାଗର ଓଆଇସି ଅନିଲ କୁମାର ମିଶ୍ରଙ୍କୁ ଜଣାଇଥିଲେ। ଖବର…

ମହଙ୍ଗା ପଡ଼ିଲା ବାର୍‌ହା ମାଂସ କିଣିବା

କୋକସରା,୨।୬: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ବନ ବିଭାଗ କର୍ମଚାରୀ ୫ କେଜି ବାର୍‌ହା ମାଂସ ସହ ୨ ଜଣ ଯୁବକଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଗିରଫ ୨ ଅଭିଯୁକ୍ତ ହେଲେ ମୈଦଲପୁର ଗାଁର ବନମାଳୀ ପୁଝାରୀ(୫୮) ଏବଂ ଗୋପିଗୁଡା…

ଦୁଆର ମୁହଁରେ ଚାଲିଗଲା ଜୀବନ

ଗୋଳାମୁଣ୍ଡା,୩୧।୫: କଳାହାଣ୍ଡି ଜିଲା ଗୋଳାମୁଣ୍ଡା ଥାନା ଅଧୀନ ସିନାମାଳ ଗ୍ରାମରେ ସୋମବାର ବଜ୍ରପାତ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପଙ୍କଜ ନାଗଙ୍କ ସାନ ପୁଅ ନରେନ୍ଦ୍ର ନାଗ। ମିଳିଥିବା ସୂଚନା ଅନୁଯାୟୀ, ନରେନ୍ଦ୍ର ଖାଇ ସାରି ହାତ…

କରୋନା କଟକଣାକୁ ଫୁ: ୪ ଦୋକାନକୁ ୮୫ ହଜାର ଜରିମାନା

କେସିଙ୍ଗା,୩୧।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ନେଇ ସୋମବାର ୪ଟି ଦୋକାନକୁ ସିଲ କରାଯାଇଛି। ଏହି ୪ଟି ଦୋକାନରୁ ୮୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସାମାଜିକ ଦୂରତାକୁ ଅବମାନନା କରିବା ଏବଂ ଦୋକାନ ଖୋଲିବା…

କାନ୍ଧ ଦେଲେନି ପଡ଼ୋଶୀ: କରୋନା ରୋଗୀଙ୍କ ମୃତଦେହ ସତ୍କାର କଲେ ବିଡିଓ

କେସିଙ୍ଗା,୧୬।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଉତ୍କେଲା ପଞ୍ଚାୟତର କୋକୋଡମାଲ ଗ୍ରାମର ଇନ୍ଦ୍ରମଣି ପଟ୍ଟନାୟକ କରୋନା ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଥିଲେ। ରବିବାର ତାଙ୍କର ମୃତ୍ୟୁ ଘଟିଥିବାରୁ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଓଦୁଙ୍କ ଉପସ୍ଥିତିରେ ରବିବାର ସକାଳେ…

ମହାମାରୀରୁ ମୁକ୍ତି ପାଇଁ ଦେବଦେବୀଙ୍କ ଶରଣ ପଶିଲେ ଗ୍ରାମବାସୀ

କୋକସରା/ଭବାନୀପାଟଣା:୧୩।୫: କରୋନା ଏବେ ଗାଁ ମୁହାଁ। ଗାଁର ଭୟ, ଆତଙ୍କର ବାତାବରଣ। ଦିନେ ଗାଁ ଦାଣ୍ଡ ସକାଳୁ ଗୋଧୂଳି ସହ ସନ୍ଧ୍ୟାରେ ମନ୍ଦିର ଘଣ୍ଟ ଶବ୍ଦରେ ଫାଟି ପଡୁଥିଲା। ଆଜି ସେଇଠି ନୀରବତା । ଗାଁ ଦାଣ୍ଡ ଶୂନ୍‌ଶାନ। ତାଟି କବାଟ…

ବିଦ୍ୟୁତତାର ଲାଗି ଚାଲିଗଲା ଯୁବକଙ୍କ ଜୀବନ

ନର୍ଲା,୮।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ରୋଡ୍‌ ପଞ୍ଚାୟତର ବରଗା ଗ୍ରାମର ଭିକାରୀ ସାହୁ (୩୦) ବିଦ୍ୟୁତତାର ସଂସ୍ପର୍ଶରେ ଆସିବାରୁ ଶନିବାର ତାଙ୍କର ମୃତ୍ୟୁ ଘଟିଛି। ସେ ଅସୁରଗଡ଼ ଗ୍ରାମର ରୋହିତ ମହାନନ୍ଦଙ୍କ ଷ୍ଟାଣ୍ଡ ହାଉସ ଠାରେ କାମ…

ଘରେ ପଶିଲା ଆଳୁ ବୋଝେଇ ଟ୍ରକ: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ବର୍ତ୍ତିଲେ ସ୍ବାମୀ

କେସିଙ୍ଗା,୮।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କନ୍ତେସିର ଗ୍ରାମର ଜାତୀୟ ରାଜପଥ ୨୬ ନିକଟରେ ଥିବା ଏକଘର ଭିତରେ ଶନିବାର ସକାଳେ ଆଳୁ ବୋଝେଇ ଟ୍ରକ ପଶିଯାଇଥିଲା। ଏଥିରେ ମନ୍ଦନୀ ରଣାଙ୍କ (୫୬) ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମନ୍ଦନୀ ରଣାଙ୍କ ସ୍ବାମୀ…

ଗଛ ତଳେ କ୍ୱାରେଣ୍ଟିନ୍‌ ଥିଲେ କରୋନା ଆକ୍ରାନ୍ତ

କୋକସରା, ୨।୫: କଳାହାଣ୍ଡି ଜିଲା କୋକସରା ବ୍ଲକ ଛିଲିପାମାଲ ଗ୍ରାମର ଜଣେ ଯୁବକ କରୋନା ଆକ୍ରାନ୍ତ ହେବା ପରେ ସଂଘରୋଧରେ ରହିବା ପାଇଁ ଘରେ କୌଣସି ସୁବିଧା ନ ଥିବାରୁ ଗାଁମୁଣ୍ଡ ଏକ ବରଗଛ ତଳେ ଆଶ୍ରୟ ନେଇଥିଲେ। ଘଟଣା ୩…

ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ାରେ ଚାଲିଗଲା ପଡ଼ୋଶୀର ଜୀବନ

ଭବାନୀପାଟଣା,୧।୫: କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଏକ ଅଘଟଣ ଘଟିଛି । ସହରର ମନ୍ଦାରବଗିଚାପଡ଼ାରେ ରାଜୁ ରଣା ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ମାଡ ମାରୁଥିଲେ। ଭଡା ଘରେ ରହୁଥିବା ପଡୋଶୀ ରବୀନ୍ଦ୍ର ପାତ୍ର ଛଡାଇବାକୁ ଆସିଥିଲେ। ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?