ଶାନ୍ତିପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ହୋଇଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ

କେସିଙ୍ଗା, ୨୪।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପଞ୍ଚମ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ ଶାନ୍ତିଶୃଙ୍ଖଳା ଭାବେ ସମ୍ପୂର୍ଣ୍ଣ ହୋଇଛି। ଏହି ବ୍ଲକର ୨୬ଟି ପଞ୍ଚାୟତର ୩୦୫ ବୁଥ୍‌ରେ ୭୭ ହାଜର ୭୬୩ ଭୋଟର ରହିଛନ୍ତି। ୧୦୭ ଜଣ ସରପଞ୍ଚ ପ୍ରାର୍ଥୀ ଓ ପ୍ରାର୍ଥୀନୀ ନିର୍ବାଚନ ଲଢ଼ିଥିବା ବେଳେ ୮୬ ଜଣ ସମିତି ସଭ୍ୟ ନିଜ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସେହିପରି ବ୍ଲକର ୯୬ଟି ୱାର୍ଡ଼ରେ ୨୨୨ ଜଣ ୱାର୍ଡ଼ମେମ୍ବର ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୩ଟି ଜିଲାପରିଷଦ ଜୋନରେ ୧୩ ଜଣ ଜିଲାପରିଷଦ ସଭ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସକାଳ ୭ରୁ ଭୋଟିଙ୍ଗ୍‌ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ମତଦାନ ଚାଲିଥିଲା। ସମୁଦାୟ କେସିଙ୍ଗା ବ୍ଲକର ୩୦୫ଟି ବୁଥ୍‌ କେନ୍ଦ୍ରରେ ୮୨.୪୬ ପ୍ରତିଶତ ଭୋଟ ପଡିଥିବା ନିର୍ବାଚନ ଅଧିକାରୀ ତଥା କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଅଦୁ ପ୍ରକାଶ କରିଛନ୍ତି। ୨୬ ତାରିଖରେ ଭୋଟ ଗଣତି କରାଯିବ ବୋଲି କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର: ଗୋଟିଏ ଦିନରେ ୮ ପଜିଟିଭ ଚିହ୍ନଟ, ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୪କୁ ବୃଦ୍ଧି

ବଲାଙ୍ଗୀର ଅଫିସ, ୨୫ା୫: ବଲାଙ୍ଗୀର ଜିଲାରେ ଗୋଟିଏ ଦିନରେ ଅର୍ଥାତ୍‌ ସୋମବାର ଆଉ ୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ...

ସାତ୍‌ସପନ ହେଇଛେ ସରକାରୀ ସାହାଯ୍‌: ଗୁଟେ ପରିବାର: ୪ ଭିନ୍ନକ୍ଷମ ଭାଇବହେନ୍‌

  ପର୍ଲା, ୧୦ା୯ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲର ଧଅଁରପୁର ପଁଚେତ୍‌ ଅଧୀନ ଭାଲୁଚୁଆ ଗଁାରେ ଗୁଟେ ପରିବାରର ୪ ଭାଇବହେନ୍‌...

ଦେଢ଼ କୁଇଣ୍ଟାଲ ରକ୍ତଚନ୍ଦନ ଜବତ, ୩ ଅଟକ

ପାରଳାଖେମୁଣ୍ଡି,୧୭।୧(ଡି.ଏନ୍‌.ଏ.): ଗଜପତି ଜିଲାରେ ବନବିଭାଗକୁ ଏକ ବଡ଼ଧରଣର ସଫଳତା ମିଳିଛି। ବେଆଇନ ରକ୍ତ ଚନ୍ଦନ ଚୋରା ଚାଲାଣ ବେଳେ ଦେଢ଼ କୁଇଣ୍ଟାଲ ରକ୍ତଚନ୍ଦନ ଜବତ କରିଛି...

ବାହାନଗାରୁ ଗଲା ୨ କାଠଘୋଡ଼ା

ବାହାନଗା, ୧୮।୬(ଡି.ଏନ.ଏ.) କୋଲକାତାରେ ଜଗନ୍ନାଥଙ୍କ ରଥ ନିମନ୍ତେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୁହାବାଡ ପଞ୍ଚାୟତ ଦୋଳପୁର ଗ୍ରାମରୁ ଦୁଇଟି କାଠଘୋଡା ନିର୍ମାଣ କରାଯାଇ ସେଠାକୁ...

ବଲାଙ୍ଗୀରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ସ୍ୱାକ୍ଷରିତ ହେଲା ତ୍ରିପାକ୍ଷିକ ବୁଝାମଣାପତ୍ର

ବଲାଙ୍ଗୀର ଅଫିସ,୪ା୪- ବଲାଙ୍ଗୀରରେ ହେବ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । ଏନେଇ ଶୁକ୍ରବାର ବଲାଙ୍ଗୀର (କଳିଙ୍ଗ ଇଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍‌ସେସ୍‌) କିସ୍...

କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ସନ୍ଦେହ

ମହାକାଳପଡ଼ା, ୨୫।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ଥାନା ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ବି.ବି. କଲୋନୀ କାଜୁ ଜଙ୍ଗଲରେ ବୁଧବାର ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ...

ଗଛ ତଳେ କ୍ୱାରେଣ୍ଟିନ୍‌ ଥିଲେ କରୋନା ଆକ୍ରାନ୍ତ

କୋକସରା, ୨।୫: କଳାହାଣ୍ଡି ଜିଲା କୋକସରା ବ୍ଲକ ଛିଲିପାମାଲ ଗ୍ରାମର ଜଣେ ଯୁବକ କରୋନା ଆକ୍ରାନ୍ତ ହେବା ପରେ ସଂଘରୋଧରେ ରହିବା ପାଇଁ ଘରେ କୌଣସି...

ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ଆଶଙ୍କା

ବଅଁରପାଳ,୨୭।୧୨(ଡି.ଏନ.ଏ.)  ଡିସେମ୍ବରରୁ ଏପ୍ରିଲ ରବି ଋତୁର ମାସେ ଶେଷ ହେବାକୁ ବସିଲାଣି। ହେଲେ ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ଅନୁଗୋଳ ବ୍ଲକର ଚାଷୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ବିହନ...

Advertisement
Archives

Model This Week