ଉପଖଣ୍ଡୀୟ ପେନସନ ଭୋଗୀ କଳାକାର ସଂଘର ନୂଆଁଖାଇ ଭେଟ୍ଘାଟ୍
କୋକସରା,୧୫।୯(ଡି.ଏନ.ଏ.):କଳାହାଣ୍ଡି ଜିଲା ଧର୍ମଗଡ ଉପଖଣ୍ଡୀୟ ପେନସନ ଭୋଗୀ କଳାକାର ମହାସଂଘର ନୂଅଁାଖାଇ ଭେଟଘାଟ କାର୍ଯ୍ୟକ୍ରମ କୋକସରା ବ୍ଲକ ମୋଟେର ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । କଳାକାର ସଂଘ ଜିଲା ସଭାପତି ପ୍ରଦୀପ ଧଙ୍ଗଡାମାଝି ମୁଖ୍ୟଅତିଥି ଏବଂ…
ଟାଟା ମ୍ୟାଜିକ୍ରୁ ୪୦ ଖଣ୍ଡ ଶାଳକାଠ ଜବତ: ମାଲିକ ଗିରଫ
ଭବାନୀପାଟଣା,୧୫।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ମୂଷାନାଳ ସେକ୍ସନ ପକ୍ଷରୁ ଲାଞ୍ଜି ପଞ୍ଚାୟତ ଜାମଚୁଆଠାରେ ଚଢ଼ାଉ ହୋଇଛି। ଏଥିରେ ଟାଟା ମ୍ୟାଜିକ୍ରୁ ୪୦ ଖଣ୍ଡ ଶାଳକାଠ ଜବତ କରାଯାଇଛି। ଗାଡ଼ିକୁ ବନ ବିଭାଗ ଅଟକ ରଖିଥିବା ବେଳେ ମାଲିକ ବିଭୀଷଣ…
ବାର୍ହା ମାରିବାକୁ ଯାଇ ଶିକାରୀ ମୃତ: ପୋଲିସକୁ ନ ଜଣାଇ ମୃତଦେହ ସତ୍କାର କଲେ ଗ୍ରାମବାସୀ, ପୋଲିସର ତନାଘନା
କେସିଙ୍ଗା, ୧୪।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ପଲମଫାଣ୍ଡି ଅନ୍ତର୍ଗତ ଟକର୍ଲା ପଞ୍ଚାୟତ ରାଏଧୁନିପଦର ଗ୍ରାମର କେତେକ ଲୋକ ସଂଘବଦ୍ଧ ହୋଇ ନିକଟସ୍ଥ ବଜରଗଡ଼ ଜଙ୍ଗଲକୁ ଯାଇ ବାର୍ହା ଶିକାର କରୁଥିବା ସମୟରେ ଜଣେ ଶିକାରୀଙ୍କ ମୃତ୍ୟୁ ଘଟିଥିଲା। ସେ…
ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ୩୫ ଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ
ଭବାନୀପାଟଣା,୧୩।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଲାଞ୍ଜିଗଡଠାରେ ବ୍ଲକର ୬ ପଞ୍ଚାୟତର ୩୫ ପ୍ରଧାନଶିକ୍ଷକ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ବ୍ଲକର ଲାଞ୍ଜିଗଡ଼, ବସନ୍ତପଡ଼ା, ବାତେଲିମା, ଜଗନ୍ନାଥପୁର, ଛତ୍ରପୁର ଏବଂ ଚମ୍ପାଦେଇପୁରର କୃତୀ…
ନିୟମଗିରି ଅଞ୍ଚଳରେ ହାତୀ ଉପଦ୍ରବ: ଏକର ଏକର ଚାଷ ନଷ୍ଟ : କ୍ଷତିପୂରଣ ଦାବି
ଭବାନୀପାଟଣା,୧୩।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ନିୟମଗିରି ପାଦଦେଶରେ ଥିବା ଗାଁ ଗୁଡିକରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ହାତୀପଲ ଗାଁ ମୁହଁା ହୋଇ ଧାନ ଫସଲ ନଷ୍ଟ କରୁଛନ୍ତି। ହାତୀପଲ ତାଡିଝୋଲା ଗାଁରେ ଧାନ ଫସଲ ନଷ୍ଟ…
ଲଗାଣ ବର୍ଷାରେ ଭାଙ୍ଗିଲା ଘର: ସରକାରୀ ସହାୟତା ଦାବି
ଭବାନୀପାଟଣା,୧୩।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନି ଗାଁର ହୀରାମଣି ସେନାପତି (୩୭)ଙ୍କ ଘର ଗତ ରବିବାର ଲଗାଣ ବର୍ଷାରେ ଭାଙ୍ଗି ଯାଇଥିଲା। ଏ ନେଇ ତାଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ସୂଚନାଯୋଗ୍ୟ, ହୀରାମଣିଙ୍କ ସ୍ବାମୀ ଦାଦନ ଖଟିବାକୁ…
ବିପଦସଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର : ଅଭିଯୋଗ ସତ୍ତ୍ୱେ ଧ୍ୟାନ ଦେଉନାହାନ୍ତି ଅଧିକାରୀ
କେସିଙ୍ଗା,୧୨।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ରେଲ୍ଓ୍ବେ ଗେଟ୍ ନିକଟରେ ୧୦୦ କେଭି ବିଶିଷ୍ଟ ବିଦ୍ୟୁତ୍ ଟାନ୍ସଫର୍ମର ସ୍ଥାପନ କରାଯାଇଛି। ଜାତୀୟ ରାଜପଥର ପୂର୍ବ ଦିଗରେ ବିପଦସଙ୍କୁଳ ଅବସ୍ଥାରେ ଦୀର୍ଘବର୍ଷ ଧରି ଏହି ଟ୍ରାନ୍ସଫର୍ମରଟି ରହିଛି। ରେଳଫାଟକଠାରୁ ମାତ୍ର ୨୦ ଫୁଟ…
ଜୁନାଗଡରେ ରୋଗୀ କଲ୍ୟାଣ ସମିତି ବୈଠକ: ରକ୍ତଭଣ୍ଡାର କାର୍ଯ୍ୟକ୍ଷମ କରିବା ଉପରେ ଆଲୋଚନା
ଜୁନାଗଡ,୧୧।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହରେ ମଙ୍ଗଳବାର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଚିଲଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ଆଲୋଚନା ହୋଇଥିଲା।…
ବିଶ୍ୱନାଥପୁର ବିଜୁ ଯୁବବାହିନୀ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ
ଲାଞ୍ଜିଗଡ଼,୧୧।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ବିଜୁ ଯୁବବାହିନୀ ପକ୍ଷରୁ ସବୁଜବାହିନୀରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀରମୋହନ ମାଝି, ସମ୍ମାନିତ ଅତିଥି ଭାବେ ଏବିଡିଓ ବିଶ୍ୱଭୂଷଣ ଶତପଥୀ,…
ମାଛ ଚାଷ ଜରିଆରେ ସ୍ବାଭାବଲମ୍ବି ହେବାକୁ ଲକ୍ଷ୍ୟ: ଆଗେଇ ଆସିଲେ ୩୦ ଏସ୍ଏଚ୍ଜି ଗ୍ରୁପ୍
କର୍ଲାମୁଣ୍ଡା,୧୧।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୧୨ଟି ପଞ୍ଚାୟତରେ ଥିବା ବିଭିନ୍ନ ସରକାରୀ ପୋଖରୀରେ ମାଛ ଚାଷ କରି ଆର୍ଥତ୍କ ବିକାଶ କରିବାର ଲକ୍ଷ୍ୟରେ ୨୯ଟି ପୋଖରୀରେ ୩୦ ଏସ୍ଏଚ୍ଜି ସଭ୍ୟାମାନେ ଆଗେଇ ଆସିଥିବା ଦେଖିବାକୁ ମିଳିଛି। ପଞ୍ଚାୟତିରାଜ ବିଭାଗ ଉଦ୍ୟମକ୍ରମେ ମତ୍ସ୍ୟ…
କୋକସରା ବ୍ଲକରେ ଅଭିଯୋଗ ଜନଶୁଣାଣି: ସ୍କୁଲ ପରିଦର୍ଶନ, ପିଲାଙ୍କୁ ପାଠପଢ଼ାଇଲେ ଜିଲାପାଳ
କୋକସରା,୧୧।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ବ୍ଲକଠାରେ ମଙ୍ଗଳବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କୋକସରା ବିଡିଓ ବସନ୍ତ କୁମାର ସେଠୀ ଓ ବ୍ଲକ ଅଧ୍ୟକ୍ଷା ସବ୍ୟାରାନୀ ବାଗଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଜନ ଶୁଣାଣି ଶିବିରରେ ୨୨ଟି ପଞ୍ଚାୟତରୁ ଶତାଧିକ ହିତାଧିକାରୀମାନେ…
୨ ପୁଅ, ମା’ଙ୍କ ମୃତଦେହ ମିଳିବା ଘଟଣା: ସ୍ବାମୀ ହିଁ ହତ୍ୟାକାରୀ, ପ୍ରେମିକାଙ୍କ ସମେତ ୩ ଅଟକ
ଭବାନୀପାଟଣା,୧୧।୯(ସ୍ବ.ପ୍ର.)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନାଠାରୁ ୧୦ କି.ମି. ଦୂର ସିଂଝରଣ ଗ୍ରାମରେ ସୋମବାର ୨ ଶିଶୁଙ୍କ ସମେତ ସ୍ତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରିବା ଘଟଣାର ପୋଲିସ ଫର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ ଲିଙ୍ଗ ମାଝିଙ୍କୁ ଭବାନୀପାଟଣା…
Archives


