ନିୟମଗିରି ଅଞ୍ଚଳରେ ହାତୀ ଉପଦ୍ରବ: ଏକର ଏକର ଚାଷ ନଷ୍ଟ : କ୍ଷତିପୂରଣ ଦାବି

ଭବାନୀପାଟଣା,୧୩।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନିୟମଗିରି ପାଦଦେଶରେ ଥିବା ଗାଁ ଗୁଡିକରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ହାତୀପଲ ଗାଁ ମୁହଁା ହୋଇ ଧାନ ଫସଲ ନଷ୍ଟ କରୁଛନ୍ତି। ହାତୀପଲ ତାଡିଝୋଲା ଗାଁରେ ଧାନ ଫସଲ ନଷ୍ଟ କରିଥିବା ଜଣାପଡିଛି। ହାତୀ ଉପଦ୍ରବରେ ୧୩ ଏକରରୁ ଊର୍ଦ୍ଧ୍ୱ ଧାନ ଫସଲ ନଷ୍ଟ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତାଡିଝୋଲା ଗାଁର କନ୍ଧ ଗଉଡ, ଗଜିନ୍ଦ୍ର ଗଉଡ, ଦୈତାରୀ ଗଉଡ, ଭଦ୍ର ଗଉଡ, କେସବ ଗଉଡ, ଭୀମ ଗଉଡ, ହୃଷୀକେଶ ଗଉଡ, ଜାମୁ ଗଉଡ, ଶିବ ଗଉଡ ଓ ଭକ୍ତ ଗଉଡ ଆଦି ଚାଷୀଙ୍କ ୧୩ ଏକରରୁ ଊର୍ଦ୍ଧ୍ୱ ଧାନ ଚାଷ ନଷ୍ଟ ହୋଇଛି। ଉକ୍ତ ଅଞ୍ଚଳକୁ ୧୫ରୁ ଊର୍ଦ୍ଧ୍ୱ ହାତୀ ଆସି ଗତ ୧୦ ଦିନ ହେଲା ଘୂରି ବୁଲୁଥିବା ଲୋକେ କହିଛନ୍ତି। ଧାନ କିଆରିକୁ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଏହାକୁ ନେଇ ଗ୍ରାମବାସୀ ବନବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ବନବିଭାଗ କର୍ମଚାରୀ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି ବୋଲି କହିଛନ୍ତି।
ସୂଚନାଥାଉ କି ଗତ ମେ’ ମାସରେ ତାଡିଝୋଲା ଗାଁରେ କାଳବୈଶାଖୀ ଓ କରା ମାଡରେ ଅନେକ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଥିଲା । ତତ୍‌କାଳୀନ ତହସିଲଦାର ନିଜେ କ୍ଷୟକ୍ଷତି ଆକଳନ କରିଥିଲେ। ସେହି ସମୟରେ ହାତୀପଲ ମଧ୍ୟ ଅନେକ ଧାନ କିଆରି ନଷ୍ଟ କରିଥିଲେ। ତାହା ମଧ୍ୟ ବିଭାଗ ତରଫରୁ କ୍ଷୟକ୍ଷତି ଆକଳନ କରାଯାଇଥିଲା। ହେଲେ ଏଯାବତ୍‌ କୌଣସି ଚାଷୀକୁ କ୍ଷତିପୂରଣ ମିଳି ନ ଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ସେହିପରି ଲାଞ୍ଜିଗଡ ଅଞ୍ଚଳରେ ଥିବା ଅନେକ ଦୁର୍ଗମ ଗାଁରେ ହାତୀପଲ ଘରଦ୍ୱାର ଭାଙ୍ଗି ଥିଲେ। ହେଲେ ତାହାର କ୍ଷତିପୂରଣ ରାଶି ମଧ୍ୟ ମିଳି ନାହିଁ । ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri