ଧରିତ୍ରୀ ପୋର୍ଟାଲ ପ୍ରଭାବ: ଫୁଲତୁଲାଙ୍କୁ ମିଳିଲା ପଲିଥିନ
କର୍ଲାମୁଣ୍ଡା,୧୮ା୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରିପଡ଼ାର ଅସହାୟ ବୃଦ୍ଧା ଫୁଲତୁଲା ସାହୁ( ୭୫)ଙ୍କ ଘର ବର୍ଷା ଯୋଗୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା। ଘରର ଛାତ ଓ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ବେଳେ ବର୍ଷାପାଣି…
କଳାହାଣ୍ଡିରେ ୭୧୧ମିମି ବର୍ଷା ରେକର୍ଡ: ଧାନ କଟା ମେଶିନ ଉପରେ ପଡ଼ିଲା ବିରାଟ ଗଛ
ଭବାନୀପାଟଣା,୧୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡିର ବିଭିନ୍ନ ବ୍ଲକରେ ଗୁରୁବାର ଠାରୁ ଲଗାଣ ବର୍ଷା ଜାରି ରହିଛି। ଯାହାଫଳରେ ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଥିବାବେଳେ ଖରିଫ ଚାଷ ପାଇଁ ମଧ୍ୟ ଏହି ବର୍ଷା ସହାୟକ ହୋଇଛି। ଜିଲା ଜରୁରୀକାଳୀନ ପରିଚାଳନା ବିଭାଗ ପକ୍ଷରୁ…
ଲଣ୍ଡନରେ ପ୍ରଦର୍ଶନ ହେବ ସୁଜିତ ମେହେରଙ୍କ ହାବସପୁରୀ ପାଟ
ଭବାନୀପାଟଣା,୧୮ା୭(ଉତ୍ତମ କୁମାର ଦାଶ): ବିଶ୍ୱର ସର୍ବଶ୍ରେଷ୍ଠ ଫ୍ୟାଶନ ଶୋ ‘ଲଣ୍ଡନ ଫ୍ୟାଶନ ୱିକ୍’ ପାଇଁ ଡିଜାଇନ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ଦେଶର ବଡ଼ ବଡ଼ ଡିଜାଇନରଙ୍କ ପ୍ରସ୍ତୁତ ଡିଜାଇନ ସାମିଲ ହେବ। ସେଥିମଧ୍ୟରୁ କଳାହାଣ୍ଡି ଜିଲା ଜୁନାଗଡ଼…
ବର୍ଷା ବିପତ୍ତି: ରାତ୍ରି ଭୋଜନ କରୁଥିବା ବେଳେ ଘର ଉପରେ ଭାଙ୍ଗିପଡ଼ିଲା ବିରାଟ ପଣସ ଗଛ, ଭୟଙ୍କର ଦୁର୍ଘଟଣାରେ…
ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳ ଚୋବରୀ ଗ୍ରାମରେ ଏକ ବଡ଼ ବିପତ୍ତି ଦେଖିବାକୁ ମିଳିଛି। ଶୁକ୍ରବାର ରାତି ପ୍ରାୟ ୮.୩୦ରୁ ୯.୦୦ଟା ମଧ୍ୟରେ ଅଞ୍ଚଳରେ ହୋଇଥିବା…
ଏନ୍ଇଇଟିରେ କ୍ଷୀରୋଦଙ୍କ ସଫଳତା
କଲମପୁର,୧୭ା୭(ଗଣେଶରାମ ବାଗ): କଳାହାଣ୍ଡି ଜିଲା କଲମପୁର ବ୍ଲକ୍ ବଲାଗାଁର କ୍ଷୀରୋଦ କାଣ୍ଡ ଏନ୍ଇଇଟିରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ବଲାଗାଁର ତ୍ରିନାଥ କାଣ୍ଡ ଓ ସପୁର କାଣ୍ଡଙ୍କ ପୁଅ କ୍ଷୀରୋଦ ୫୭୮ ମାର୍କ ରଖିଛନ୍ତି। ଭୁବନେଶ୍ୱରସ୍ଥିତ ବିଦ୍ୟାପୀଠ…
ଥୁଆମୂଳ ରାମପୁର ବ୍ଲକରେ ଭବ୍ୟ ରଥଯାତ୍ରା: ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁ ଟାଣିଲେ ରଥ
ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସଦର ମହକୁମା ସମେତ ଗୋପୀନାଥପୁର, ମହୁଲପାଟଣା, କର୍ଲାପାଟ ଓ ଗୁଣୁପୁର ଆଦି ସ୍ଥାନରେ ଗୁରୁବାର ପବିତ୍ର ରଥଯାତ୍ରା ଉତ୍ସବ ବେଶ୍ ଆନନ୍ଦ ଉଲ୍ଲାସର ସହ ସମ୍ପନ୍ନ ହୋଇଯାଇଛି।…
କେସିଙ୍ଗା ରେଳ ଷ୍ଟେଶନ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ, ୨୨ କୋଟି ବ୍ୟୟ ଅଟକଳରେ ନିର୍ମିତ…
କେସିଙ୍ଗା,୧୭ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ମୁଖ୍ୟଦ୍ୱାର ଦେଶରେ ଥିବା କେସିଙ୍ଗା ରେଲଓ୍ବେ ଷ୍ଟେଶନର ଶୁଭ ଉଦ୍ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଭର୍ଚୁଆଲ ଦ୍ବାରା ଶୁକ୍ରବାର ଅପରାହ୍ନରେ ଉଦ୍ଘାଟନ କରିଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର କୁମାର…
ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଦୁଇ ଭଉଣୀ: ଛୁଟୁଛି ଶୁଭେଚ୍ଛାର ସୁଅ
କର୍ଲାମୁଣ୍ଡା,୧୭।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତିନି ଛାତ୍ରୀଛାତ୍ର ସଫଳତା ପାଇଛନ୍ତି। ଏଥିମଧ୍ୟରୁ ଗୋଟିଏ ପରିବାରର ଦୁଇ ଭଉଣୀ ଏକା ସାଙ୍ଗେ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଖବର ଜଣାପଡ଼ିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସେମାନେ…
ମତ୍ସ୍ୟ ଅବତାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ
ରିଷିଡ଼ା,୧୭ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ସେହିପରି ବ୍ଲକର ରିଷଡ଼ା, ଟକାରୁମାଲ, ରେଗଡ଼ା, ତେରେସିଙ୍ଗା, ଗଜବାହଲ, ରାଜପୁର ଆଦି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ରିଷିଡ଼ା ମାଉସୀମା’ ମନ୍ଦିରଠାରେ…
କେସିଙ୍ଗାରେ ଶାନ୍ତିଶୃଙ୍ଖଳା ସହ ରଥଯାତ୍ରା ସମ୍ପନ୍ନ: ସହାୟତା କଲେ ବିଧାୟକ
କେସିଙ୍ଗା,୧୭।୭(ତୁମେଶ୍ୱର ସାହୁ): ତୁହାକୁ ତୁହା ବର୍ଷା ସତ୍ତ୍ୱେ କେସିଙ୍ଗା ବ୍ଳକର ୨୬ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳିତ ହୋଇଯାଇଛି। କେସିଙ୍ଗା ବ୍ଲକର ସିର୍ଜା ପାଳି ଓ ବେଲଖଣ୍ଡି ଗ୍ରାମରେ…
ତିନି ରଥରେ ଦର୍ଶନ ଦେଲେ ଶ୍ରୀଜୀଉ
କର୍ଲାମୁଣ୍ଡା,୧୬ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବସ୍ତିଠାରେ ଭକ୍ତଙ୍କ ସମାଗମରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ନୀତିକାନ୍ତିରେ ପୂଜାର୍ଚ୍ଚନା ସହ ରଥ ଉପରକୁ ବିଜେ କରାଯାଇଥିଲା।…
୨୨କୋଟି ଵ୍ୟୟ ଅଟକଳରେ ନବୀକରଣ ହୋଇଛି କେସିଙ୍ଗା ରେଲୱେ ଷ୍ଟେଶନ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
କେସିଙ୍ଗା,୧୬।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅଧିନସ୍ଥ କେସିଙ୍ଗା ରେଲୱେ ଷ୍ଟେଶନର ଶୁଭ ଉଦଘାଟନ ଶୁକ୍ରବାର ରେଳ ବିଭାଗ ପକ୍ଷରୁ କରାଯିବ । କେସିଙ୍ଗା ଷ୍ଟେଶନର ନବୀକରଣ ବାବଦକୁ ୨୨କୋଟି ଖର୍ଚ୍ଚ ହୋଇ ଥିବା ରେଲୱେ ବିଭାଗ ପକ୍ଷରୁ ସୂଚନା ଦେଇଛି।…

