କଳାହାଣ୍ଡି

ସ୍ୱାସ୍ଥ୍ୟକର୍ମୀ ଦ୍ୱାରା ଚାଲିଛି ରୋଗୀ ସେବା

କେସିଙ୍ଗା,୨୫।୩(ଡି.ଏନ.ଏ.): ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ବିଭିନ୍ନ ମେଡିକାଲର ଭିତ୍ତିଭୂମି ସଜାଡ଼ିବା ଦିଗରେ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। କିନ୍ତୁ ଅନେକ ମେଡିକାଲରେ ଆବଶ୍ୟକ ଡାକ୍ତର ନ ଥିବା ଅଭିଯୋଗ ହେଉଛି। କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ…

୩ ମାସର ପିଡିଏସ୍‌ ଚାଉଳ ହଡ଼ପ

ଲାଞ୍ଜିଗଡ଼,୨୪।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମଳିଜୁବାଙ୍ଗ ପଞ୍ଚାୟତରେ ୩ ମାସର ୭୨ କୁଇଣ୍ଟାଲ ପିଡିଏସ ଚାଉଳ ହଡ଼ପ କରିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଜିଲାପାଳ ଏହାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ…

ଦୀର୍ଘ ଦିନର ଦାବି ପରେ ମିଳିଲା ରାଜସ୍ବ ଗ୍ରାମ ମାନ୍ୟତା

କୋକସରା,୨୩।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ ଅଧୀନ ଆମପାଣି ପଞ୍ଚାୟତ ପାତ୍ରବସା ଗ୍ରାମକୁ ଦୀର୍ଘ ବର୍ଷ ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଳିିଛି। ପୂର୍ବରୁ ଉକ୍ତ ଗ୍ରାମ କନ୍ଦାଗଡ ରାଜସ୍ବ ଗ୍ରାମ ଅଧୀନରେ ରହିଥିଲା। ପାତ୍ରବସା ଗ୍ରାମବାସୀ ଦୀର୍ଘଦିନ ହେଲା ରାଜସ୍ବ…

ଦାଦନ ଖଟି ୩ ସନ୍ତାନ, ଶାଶୁଙ୍କ ବୋଝ ସମ୍ଭାଳୁଛନ୍ତି ତିଳୋତ୍ତମା

କର୍ଲାମୁଣ୍ଡା:୨୩।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଂଜା ପଞ୍ଚାୟତ ରେଙ୍ଗାଲି ଗ୍ରାମର ତିଳୋତ୍ତମା ରଣା(୨୮)ସ୍ବାମୀଙ୍କ ବିୟୋଗ ପରେ ଦାଦନ ଖଟି ୩ ପିଲାଙ୍କ ସହ ଶାଶୁଙ୍କ ବୋଝ ସମ୍ଭାଳୁଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ, ବ୍ଲକ ସଦରଠାରୁ ପ୍ରାୟ ୩…

ଆମ ଜଙ୍ଗଲ କାମ୍ପା ଯୋଜନାରେ ଦୁର୍ନୀତି: ଜେଲ ଗଲେ ପୂର୍ବତନ ଡିଏଫ୍‌ଓ, ଏସିଏଫ୍‌

ଭବାନୀପାଟଣା,୨୧।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡର ନର୍ଲା ବନ ବିଭାଗ ରେଞ୍ଜରେ ଦୁର୍ନୀତି କରି ଶେଷରେ ପୋଲିସ ହାତରେ ବନ୍ଧା ହୋଇ ଜେଲ ଯାଇଛନ୍ତି ପୂର୍ବତନ ବନ ଅଧିକାରୀ। ‘ଆମ ଜଙ୍ଗଲ କାମ୍ପା ଯୋଜନା’ରେ ୨୦୧୫-୧୬ ଓ ୨୦୧୬-୧୭ରେ ଖେରାବାଣ୍ଡି, ନର୍ଲା…

୮ ଭରିର ସୁନାଗହଣା ସହ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଭବାନୀପାଟଣା,୨୧।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଇଛାପୁର ଗାଁରେ ଏକ ବଡ଼ଧରଣର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ୮ ଭରି ସୁନା ଗହଣା ସହ ୭ ଲକ୍ଷ ୬୪ ହଜାର ଟଙ୍କା ଲୁଟି ନେଇଛନ୍ତି। ପୋଲିସ ସୂଚନାନୁସାରେ, ଇଛାପୁର ଗାଁର…

ଶ୍ରମିକ ବଦଳରେ ମେଶିନ କରୁଛି କାମ

କୋକସରା,୨୦।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଲ ପଞ୍ଚାୟତ କୁମୁଡାମୁଣ୍ଡା ଗାଁରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ଫେଲ୍‌ ମାରିଛି। ଏଠାରେ ଶ୍ରମିକ ବଦଳରେ ମେଶିନ କରୁଛି କାମ। ଉକ୍ତ ଯୋଜନାରେ ଏକ ଚେକଡ୍ୟାମ କାର୍ଯ୍ୟ…

କଳାହାଣ୍ଡିରେ ସରୁନି ଦାଦନ ଦୁଃଖ

ଭବାନୀପାଟଣା,୨୦।୩(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ଦିନକୁ ଦିନ ଦାଦନ ସମସ୍ୟା ଉଗ୍ର ରୂପ ଧାରଣ କରିଛି। ମାଳମାଳ ସରକାରୀ ଯୋଜନା ସତ୍ତ୍ବେ ଏଠି ସରୁନି ଦାଦନ ଦୁଃଖ। ପେଟପାଟଣା ଆଶାରେ ଗରିବ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ସେଠାରେ ନିର୍ଯାତନା…

ଦୀର୍ଘ ସମୟ ଧରି ଅଟକି ରହୁଛି ଯାନବାହନ

ଭବାନୀପାଟଣା,୨୦।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଟ୍ରାଫିକ ଏବେ ମୁଖ୍ୟ ସମସ୍ୟାରେ ପରିଣତ ହୋଇଛି। ରବିବାର ପିଆଇ କଲେଜ ନିକଟରେ ଓ ତହସିଲ ଯିବା ରାସ୍ତାରେ ଦୀର୍ଘ ଅନେକ ସମୟ ଧରି ଚାରି ଚକିଆ ଯାନଗୁଡିକ ଅଟକି ରହିଥିବା ଦେଖିବାକୁ ମିଳିଥିଲା।…

ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ

ଭବାନୀପାଟଣା,୧୯।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ୨ ବର୍ଷ ହେଲା କରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଦିଲ୍ଲୀର ଗୁରୁଗାଓଁରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଛନ୍ତି। ଏପରିକି ପୂର୍ବ ପେକ୍ଷା ପ୍ରଦୀପ୍ତ…

ନଦୀପଠାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

କେସିଙ୍ଗା,୧୮ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ତେଲ୍‌ ନଦୀପଠାରୁ ଏକ ଶିଶୁପୁତ୍ର ଶନିବାର ଉଦ୍ଧାର ହେଇଛି। ସୂଚନାନୁଯାୟୀ, କେସିଙ୍ଗା ବ୍ଲକ ତହସିର ଗ୍ରାମର ଜଣେ ଲୋକ ଶୌଚ ପାଇଁ ନଦୀପୀଠକୁ ଯାଇ ଥିବା ବେଳେ ପ୍ରଥମେ ସେ ସେହି ଶିଶୁଟିକୁ ଦେଖିଥିଲେ। ପରେ…

ଘରକୁ ଫେରିଲେ ତାମିଲନାଡୁରେ ବନ୍ଧା ପଡ଼ିଥିବା ଶ୍ରମିକ

ଭବାନୀପାଟଣା,୧୭।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଙ୍ଗୁଡ଼ିସର ଗ୍ରାମର ଗୋଟିଏ ପରିବାରର ୧୦ଜଣ ଦାଦନ ଶ୍ରମିକ ତାମିଲନାଡୁର ବୀରାକୁପମ ନିକଟରେ ବନ୍ଧା ପଡିଥିଲେ। ଏହି ଘଟଣା ପ୍ରଥମେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଗ୍ରାମର ଜଣେ ଦଲାଲ କଥାରେ ପଡି ଗତ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?