କଳାହାଣ୍ଡି

ବିଦ୍ୟୁତ  ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି 

କେସିଙ୍ଗା,୭।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି  ଜିଲା କେସିଙ୍ଗା ବ୍ଲକ ଅଧୀନ ଉତ୍‌କେଲା ଫାଣ୍ଡି ଅନ୍ତର୍ଗତ ଚିଚର୍ଲା ଗ୍ରାମରେ ଥିବା ଦାରକାପୁରୀ ଟେକ୍ସଟାଇଲ କପା  ମିଲରେ ଜଣେ ଶ୍ରମିକ କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଶନିବାର ସକାଳେ  ମୃତ୍ୟୁ ଘଟିଛି।...

୨୨ରେ ମା’ ମାଣିକେଶରୀଙ୍କ ଛତରଯାତ୍ରା: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ

ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ମା’ ମାଣିକେଶରୀ ପବିତ୍ର ଛତର ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଉପସ୍ଥିତ...

ଚର୍ଚ୍ଚାରେ ଅନମୋଲ ଅଙ୍କିତା

ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଭବାନୀପାଟଣା ସହରର ଝିଅ ଅନମୋଲ ଅଙ୍କିତା ନୂଆଦିଲ୍ଲୀସ୍ଥିତ ନୂଆ ସଂସଦ ଭବନରେ ଲାଲବାହାଦୁର ଶାସ୍ତ୍ରୀଙ୍କ ଉପରେ ଇଂଲିଶରେ ବକ୍ତୃତା ଉପସ୍ଥାପନା କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର...

ଶକ୍ତି, ଶୌର୍ଯ୍ୟର ପ୍ରତୀକ ଖଣ୍ଡାବସା

ଆସୁଛି ପାର୍ବଣ। ଚାଲିଛି ପ୍ରସ୍ତୁତି। ଶରତକାଳୀନ କାଶତଣ୍ଡୀ ଫୁଲର ସମ୍ଭାର ପାର୍ବଣ ଋତୁ ଆଗମନର ସୂଚନା ଦେଲାଣି। ମା’ ଦୁର୍ଗାଙ୍କ ଆବାହନ ପାଇଁ ସଜେଇ ହେଉଛି ପୂଜା ମଣ୍ଡପ। ଶକ୍ତିପୀଠରେ ବି ଜମି ଆସୁଛି ଶ୍ରଦ୍ଧାଳୁଙ୍କ ଭିଡ। ମହିଷମର୍ଦ୍ଦିନୀ ମା’...

୩୭ ଦିନରେ ପହଞ୍ଚିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବି

କୋକସରା,୪ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବିରେ ଗଣଧାରଣା ଆଜିକୁ ୩୭ ଦିନରେ ପହଞ୍ଚିଛି। ବୁଧବାର କ୍ରିୟାନୁଷ୍ଠାନ କମିଟିର ଡାକରାରେ ଧର୍ମଗଡ଼ ଉପଖଣ୍ଡର ଗୋଲାମୁଣ୍ଡା, ଧର୍ମଗଡ଼, କୋକସରା, କଲମପୁର ବ୍ଲକରେ ବନ୍ଦ ଡାକରା ଦିଆଯାଇଛି।...

ଏପଟେ ଚାଲିଛି ସାଇବର ସଚେତନ ପକ୍ଷ, ସେପଟେ ୫୬ ହଜାର ଟଙ୍କା ଠକେଇର ଶିକାର ଛାତ୍ରୀ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଛି। ଏହି ସାଇବର ଠକାମୀରୁ ବଞ୍ଚିବା ପାଇଁ ପୋଲିସ ବିଭାଗ ପକ୍ଷରୁ ସାଇବର ସଚେତନ ଅଭିଯାନ ସାରା ରାଜ୍ୟରେ ପାଳନ କରାଯାଉଛି। ସରକାରଙ୍କ ତରଫରୁ ମଧ୍ୟ ବ୍ୟାପକ ସଚେତନ କରାଯାଉଛି।...

କାନ୍ଥ ତଳେ ଚାପି ହୋଇ ଶିଶୁ କନ୍ୟାଙ୍କ  ମୃତ୍ୟୁ 

କୋକସରା,୨।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ  ଆମପାଣି ଥାନା ଅଧୀନରେ ଥିବା କୁସୁମଖୁଣ୍ଟି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମରେ ଥିବା ପରିତ୍ୟକ୍ତ କ୍ଲବ ଘର କାନ୍ଥ ଭୁଶୁଡ଼ି ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି।...

ବାଲୁକା କଳାରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି

କର୍ଲାମୁଣ୍ଡା,୨ା୧୦(ପ୍ରଦୀପ କୁମାର ସାହୁ): ସାରା ଦେଶରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସୋମବାର ପାଳିତ ହେଉଛି। ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଡଙ୍ଗରମୁଣ୍ଡା ଗ୍ରାମର ବାଲୁକା ଶିଳ୍ପୀ ଓମ୍‌ ପ୍ରକାଶ ସାହୁ ତାଙ୍କ ବାଲୁକା କଳା...

ଜୁନାଗଡ଼ରେ ଟ୍ରିପଲ୍‌ ମର୍ଡର: କାରଣ ଖୋଜୁଛି ପୋଲିସ

ଭବାନୀପାଟଣା/ଜୁନାଗଡ଼,୨ା୧୦(ଉତ୍ତମ କୁମାର ଦାଶ/ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗ୍ରାମରେ ରବିବାର ଟ୍ରିପଲ ମର୍ଡର ହୋଇଥିବା ସୂଚନା ମିଳିଛି। କେହି ଦୁର୍ବୃତ୍ତ ୩ଜଣଙ୍କୁ ଗଳାକାଟି ହତ୍ୟା କରି ଫେରାର ହୋଇଯାଇଛି। ମୃତକମାନେ ହେଲେ ଶଙ୍କରପଲା ଗ୍ରାମର...

ପୋଖରୀରେ ବୁଡ଼ି ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

କୋକସରା,୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝୀଗୁଡ଼ା ଗ୍ରାମରେ ରବିବାର ପୋଖରୀରେ ବୁଡ଼ି ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଝୀଗୁଡ଼ା ପୋଢ଼ପଡାରେ ରହୁଥିବା ଅଭିଲାଲ ପୋଢ଼ଙ୍କ ୮ ବର୍ଷର ଝିଅ। ମିଳିଥିବା ସୂଚନା...

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

ଭବାନୀପାଟଣା,୧।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ଯୁଗସାଇପାଟଣା ପଞ୍ଚାୟତ ସିକେରଗୁଡା ଗାଁରେ ରବିବାର ଏକ ଅଭବାନୀୟ ଘଟଣା ଘଟିଛି। ଗୁଣିଗାରେଡି ସନ୍ଦେହ କରି ବଡ଼ଭାଇ ଜଳ ନାଏକଙ୍କୁ ସାନଭାଇ ପରିବେଶ ନାଏକ ଏବଂ ୨...

ଖବରଦାତାଙ୍କୁ ହତ୍ୟାଧମକ ଘଟଣା:ଅତିରିକ୍ତ ଏସ୍‌ପିଙ୍କୁ ଭେଟିଲେ ସାମ୍ବାଦିକ ସଂଘ କର୍ମକର୍ତ୍ତା

ବେହେରା, ୩୦।୯(ଭୂପେଶ ତିୱାରୀ)-ଏକ ଦୈନିକ ଖବର କାଗଜର କଳାହାଣ୍ଡି ଜିଲା କୋକସରା ବ୍ଲକ ପ୍ରତିନିଧିଙ୍କୁ ହତ୍ୟା ଧମକ ଓ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଦେଷୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଶୁକ୍ରବାର ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ସାମ୍ବାଦିକ ସଂଘର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri