କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍ପି ସୁଜିତ୍ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମଧ୍ୟ ଗସ୍ତରେ ସାମିଲ ହୋଇଥିଲେ।
ଏହି ଅବସରରେ ସେମାନେ ରେଗଡ଼ା ଅଙ୍ଗନବାଡ଼ି କେନ୍ଦ୍ରଠାରେ ଆୟୋଜିତ ‘ଆଙ୍ଗନ ମିଳନ ସେବା’ ତଥା ‘ସେବା ସଂକଳ୍ପ ଅଭିଯାନ’ରେ ଯୋଗଦେଇଥିଲେ। ପରେ ରେଗଡ଼ା ଆଦର୍ଶ ବିଦ୍ୟାଳୟ ଓ କର୍ଲାମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିଦର୍ଶନ କରିବା ସହ ବୃକ୍ଷରୋପଣ କରିଥିଲେ। ଏହାପରେ କର୍ଲାମୁଣ୍ଡା ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ।
ବ୍ଲକ ସଦରଠାରେ ଥିବା ଭାଜପା କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମଧ୍ୟ ସାଂସଦ ଯୋଗଦେଇଥିଲେ। ଏହି ଅବସରରେ ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।
ଏମ୍ପିଙ୍କ ଗସ୍ତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମୟରେ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବ୍ଲକ ଅଧ୍ୟକ୍ଷା କୁନି ସାହୁ, ବିଡିଓ ସୁଚରିତା ମୁଗ୍ରୀ, ଜିଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ରେଗଡ଼ା ସରପଞ୍ଚ ଦୀପ୍ତିରାଣୀ ସାହୁ, ଯୋରାଡବରା ସରପଞ୍ଚ କ୍ଷିତିସୂତା ସାହୁ, ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର, ଆଦିବାସୀ ଯୁବନେତା ନନ୍ଦୀକିଶୋର ଭୋଇ, ଚିନ୍ମୟ ମିଶ୍ର, ରାଧେ ବାଗ, ତ୍ରିଗତ ସାହୁ, ପ୍ରଦୀପ ସାହୁ, ଲୋକେଶ ସାହୁ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସଭାପତି ମାର୍କଣ୍ଡ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।
ଭାଜପା କାର୍ଯ୍ୟାଳୟରେ କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଲାମଣି ଭୋଇ, ଯୋରାଡବରା ମଣ୍ଡଳ ସଭାପତି ଯତୀନ୍ଦ୍ର ସାହୁ, ପୂର୍ବତନ ଏସ୍ସି ମୋର୍ଚ୍ଚା ଜିଲ୍ଲା ସଭାପତି ଗଣେଶ କୁମାର, ପୂର୍ବତନ ମଣ୍ଡଳ ସଭାପତି ଚିତ୍ରସେନ ସାହୁ, ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଞ୍ଜରୀ ସାହୁ, ଉପସଭାନେତ୍ରୀ ଉମାକାନ୍ତି ସାହୁ, କୃଷକ ମୋର୍ଚ୍ଚା ବ୍ଲକ ସଭାପତି ଦୁର୍ଯ୍ୟୋଧନ ସାହୁ, କୃଷକ ମୋର୍ଚ୍ଚା ମଣ୍ଡଳ ସଭାପତି ବନମାଳୀ ସାହୁ, ଶୁଭ୍ରାଂଶୁ ଶେଖର ସାହୁ, ନାରୀନେତ୍ରୀ ପ୍ରଭାତୀ ଭୋଇ, ପୁଷ୍ପକାନ୍ତି କୁମାର, ଜୟନ୍ତୀ ସାହୁ, ଦୀପା ବାଗ, ସଞ୍ଜୁ ସାହୁ, ସଞ୍ଜୟ ଜୈନ, ଦୟା ସାହୁ ଓ ହିମାଂଶୁ ରଣାଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily

