ମନରେଗାରେ ମହାଦୁର୍ନୀତି: କାମ ନ କରି ଟଙ୍କା ହଡ଼ପ ଅଭିଯୋଗ
ଥୁଆମୂଳ ରାମପୁର,୪ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପାଡ଼େପଦର ପଞ୍ଚାୟତରେ ମନରେଗା ଯୋଜନା ଅର୍ଥ ହଡ଼ପ ହୋଇଥିବା ଭଳି ଏକ ସଂଗୀନ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଏହି ପଞ୍ଚାୟତର ଖମାରପଦର ଗ୍ରାମରେ ମନରେଗା ଯୋଜନାରେ କାର୍ଯ୍ୟାଦେଶ…
ଭବାନୀପାଟଣାରେ ମାଙ୍କଡ଼ ଆତଙ୍କ ଜାରି
ଭବାନୀପାଟଣା,୪ା୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ପୁଣି ମାଙ୍କଡ଼ ଆତଙ୍କ ଦେଖିବାକୁ ମିଳିଛି। ଗୁରୁବାର ସହରର ଗୋଦାମପଡ଼ାରେ ଗୋଟିଏ ମାଙ୍କଡ଼ ପ୍ରାୟ ୧୫ ଜଣଙ୍କୁ ଆକ୍ରମଣ କରିଥିଲା। ଏଥିରେ ସମସ୍ତ ଆହତଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।…
ରାଜକୋଟରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
କର୍ଲାମୁଣ୍ଡା/ରିଷିଡ଼ା,୩।୧(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କାମଧନ୍ଦା ନ ପାଇ ରାଜକୋଟକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ଅଭିଯୋଗ ହୋଇଛି। ମୃତକ ହେଲେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜାହାଲ ପଞ୍ଚାୟତ ଗଜାହାଲ ଗ୍ରାମର…
ଅସହାୟ ଅବସ୍ଥାରେ ୩ ଅନାଥ ବାଳିକା
ଭବାନୀପାଟଣା,୩ା୧(ଉତ୍ତମ କୁମାର ଦାଶ): ମା’ବାପାଙ୍କ ମୃତ୍ୟୁ ପରେ ଗୋଟିଏ ପରିବାରର ୨ ଭଉଣୀଙ୍କ ସମେତ ଅନ୍ୟ ଏକ ପରିବାର ଜଣେ ବାଳିକା ଅସହାୟ ହୋଇପଡିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଗଣ୍ଡବାରଝୋଲା ପଞ୍ଚାୟତ କରାଟିକିଲି ଗ୍ରାମରେ।…
ଜନ୍ମ ପ୍ରମାଣ ପତ୍ର କରିବାକୁ ଲାଞ୍ଚ ନେଉଥିଲେ ସୁପର ଭାଇଜର, ଧରିଲା ଭିଜିଲାନ୍ସ
ଥୁଆମୂଳ ରାମପୁର,୨ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମହୁଲପାଟଣା ସ୍ବାସ୍ଥ୍ୟ ଉପକେନ୍ଦ୍ର ହେଲ୍ଥ ୱାର୍କର ଓ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର (ଭାଇଟାଲ ଷ୍ଟାର୍ଟସ୍ଟିକ) କ୍ଲର୍କ ଭାବେ ଦାୟିତ୍ୱରେ ଥିବା…
ମାଙ୍କଡ ଆତଙ୍କ: ଆକ୍ରମଣରେ ୧୫ରୁ ଊଦ୍ଧର୍ବ ଆହତ
ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ କିଛିଦିନ ହେଲା ମାଙ୍କଡ ଆତଙ୍କ ଦେଖାଦେଇଛି। ସହରସ୍ଥିତ ଗୋଦାମପଡ଼ାର ମାଙ୍କଡ ଆକ୍ରମଣରେ ୧୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କୁ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ…
ଦୁଇଦିନ ହେଲା ଆମରଣ ଅନଶନରେ ଚାଷୀ, ଶୁଣିଲେନି ବିଡିଓ-ତହସିଲଦାରଙ୍କ କଥା
କେସିଙ୍ଗା,୨ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ତୁଣ୍ଡଳା ଗ୍ରାମର ଜଣେ ଚାଷୀ ଧାନର କଟ୍ନି ଛଟ୍ନିକୁ ବିରୋଧ କରି ତୁଣ୍ଡଳା ପ୍ୟାକ୍ସ ଆଗରେ ଦୁଇ ଦିନ ହେଲା ଆମରଣ ଅନଶନ କରିଛନ୍ତି। ତୁଣ୍ଡଳା ଗ୍ରାମର ଜଣେ ଶ୍ରେଷ୍ଠ ଚାଷୀ ହେଲେ…
ଟ୍ୟାଙ୍କର ଧକ୍କାରେ ବାଇକ୍ଆରୋହୀଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ବାନେର ଛକ ନିକଟରେ ଗତ ୨୯ ତାରିଖରେ ଜଣେ ବାଇକ୍ଆରୋହୀଙ୍କୁ ଟ୍ୟାଙ୍କର ଧକ୍କା ଦେଇଥିଲା। ଏଥିରେ ବାଇକ୍ଆରୋହୀ ଜଣକ ଗୁରୁତର ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାୟପୁରର ଏକ ଘରୋଇ…
ଅନ୍ତେବାସୀଙ୍କ ଗହଣରେ ନବବର୍ଷ ପାଳିଲେ ଜିଲାପାଳ: ପାଠ ପଢ଼ି ଭଲ ମଣିଷ ହେବାକୁ ଆହ୍ବାନ
ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ):ନୂଆ ଆଶା ଓ ଅଭିଳାଷକୁ ନେଇ ସୁନେଲି ସ୍ବପ୍ନ ଦେଖୁଥିବା ଶିଶୁ ଯତ୍ନ ଅନୁଷ୍ଠାନର କୁନି କୁନି ଶିଶୁମାନଙ୍କ ସହିତ ବୁଧବାର ନବବର୍ଷ ପାଳନ କରିଛନ୍ତି କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଓ ଅନ୍ୟ ଜିଲା ଅଧିକାରୀ।…
କନିଷ୍ଠ ଶିକ୍ଷକଙ୍କୁ ନୂଆବର୍ଷ ଭେଟି: ନିୟମିତ ହେଲେ ୯୨୯ ଶିକ୍ଷୟିତ୍ରୀଶିକ୍ଷକ
ଭବାନୀପାଟଣା, ୨ା୧(ଉତ୍ତମ କୁମାର ଦାଶ):ପ୍ରାଥମିକ ଶିକ୍ଷାକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ କରି କୋମଳମତି ପିଲାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୨୦୧୮ରେ ସରକାର କଳାହାଣ୍ଡି ଜିଲାରେ ୧୦୧୬ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ଏହା ଦ୍ୱାରା ଗ୍ରାମାଞ୍ଚଳରେ ଶିକ୍ଷାଦାନର ସଫଳ ରୂପାୟନ…
୧୭୨୮ବୋତଲ କଫ୍ ସିରପ ଜବତ, ଜଣେ ଗିରଫ
କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ -ଜୋଲକୋ ଗ୍ରାମ ଦେଇ ଯାଇଥିବା ଜାତୀୟ ରାଜପଥରେ କେସିଙ୍ଗା ପୋଲିସ ମଙ୍ଗଳବାର ଚଢାଉ କରି ଏକ କାର୍ରୁ ୧୭୨୮ ବୋତଲ କଫ୍ ସିରପ ଜବତ କରିଛି। ଏହାସହ ନୂଆପଡ଼ା ଜିଲା କୋମନା…
ରାସ୍ତାକାମ ନିମ୍ନମାନର, ହାତମାରିଲେ ଉଠିଯାଉଛି ପିଚୁ
ଥୁଆମୂଳ ରାମପୁର, ୩୧ା୧୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଡାକକୋଟା ଭାରତ ଯାତ୍ରାଠାରୁ ତୁକଗୁଡ଼ା ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତାକାମ ନିମ୍ନମାନର ବୋଲି ଅଭିଯୋଗ ହେଉଛି। ମାତ୍ର ଦିନ କେଇଟା ମଧ୍ୟରେ ହାତ…
Archives


