ମନରେଗାରେ ମହାଦୁର୍ନୀତି: କାମ ନ କରି ଟଙ୍କା ହଡ଼ପ ଅଭିଯୋଗ

ଥୁଆମୂଳ ରାମପୁର,୪ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପାଡ଼େପଦର ପଞ୍ଚାୟତରେ ମନରେଗା ଯୋଜନା ଅର୍ଥ ହଡ଼ପ ହୋଇଥିବା ଭଳି ଏକ ସଂଗୀନ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଏହି ପଞ୍ଚାୟତର ଖମାରପଦର ଗ୍ରାମରେ ମନରେଗା ଯୋଜନାରେ କାର୍ଯ୍ୟାଦେଶ ନଂ ୧୨୫୪୩ (୨୪୧୦୦୦୭୦୧୩/ପିସି/୧୦୯୧୮୨୨୩) ଅନୁସାରେ ପଥର ହୁଡ଼ା କାର୍ଯ୍ୟ କରିବା କଥା ହେଲେ ଉକ୍ତ କାର୍ଯ୍ୟ ନ କରି ଉଭୟ ଜି.ଆର୍‌.ଏସ୍‌ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚଞ୍ଚକତା କରି କିଛି ଶ୍ରମିକଙ୍କ ଆକାଉଣ୍ଟ ଯାହାକି ମଧୁବାବୁ ପେନ୍‌ସନ୍‌ ଯୋଜନା ପାଉଥିବା ହିତାଧିକାରୀଙ୍କ ଖାତାରେ ଟଙ୍କା ଜମା କରି ଅର୍ଥ ବାଟମାରଣା କରିଥିବା ସ୍ଥାନୀୟ ଜନପ୍ରତିନିଧି ଯଥା ଓ୍ବାର୍ଡମେମ୍ବର, ପଞ୍ଚାୟତ ସମିତି ମେମ୍ବର ଓ ନାଏବ ସରପଞ୍ଚ ବିଡିଓଙ୍କଠାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀମାନେ ହେଲେ ନାଏବ ସରପଞ୍ଚ ମହେନ୍ଦ୍ର ନାଏକ, ଓ୍ବାର୍ଡସଭ୍ୟ/ସଭ୍ୟା ଲକ୍ଷ୍ମୀ ନାଏକ, ଲକ୍ଷ୍ମୀ ମାଝୀ, ରୁମକି ଗଉଡ଼, ଚନ୍ଦ୍ର ମାଝୀ, ତ୍ରିନାଥ ମାଝୀ ଓ ସୂର୍ଯ୍ୟ ମାଝୀ ପ୍ରମୁଖ। ବିଡିଓଙ୍କୁ ଏହାର ସତ୍ୟାସତ୍ୟ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି।

ସେଭଳି ଗତ ମାସ ୨୬ ତାରିଖରେ ମଧ୍ୟ ଅଡ୍ରି ପଞ୍ଚାୟତସ୍ଥିତ ଢୋଲପାସ ଗ୍ରାମରେ ମନରେଗା ଯୋଜନାର ଝିମିକ୍‌ଡଙ୍ଗରଠାରେ ପଥର ବନ୍ଧେଇ ପାଇଁ ଆସିଥିବା ୫ ଲକ୍ଷ ଟଙ୍କାର କିଛି କାମ ନ କରି ଗାଁ ସାଥୀ, ଜି.ଆର୍‌.ଏସ୍‌, ପଞ୍ଚାୟତ ନିର୍ବାହ ଅଧିକାରୀ, ସରପଞ୍ଚ ଏବଂ କନିଷ୍ଠଯନ୍ତ୍ରୀ ଏମାନେ ମିଶି ବ୍ୟାପକ ଭାବରେ ଅନିୟମିତତା କରି ଟଙ୍କାକୁ ହଡ଼ପ କରିଥିବା ନେଇ କିଛି ଓ୍ବାର୍ଡମେମ୍ବରଙ୍କ ସମେତ ଗ୍ରାମବାସୀ ଥୁଆମୂଳ ରାମପୁର ଥାନାରେ ଏବଂ ବିଡିଓଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ଏହାର ତଦନ୍ତ ହୋଇ ନାହିଁ। ଥୁଆମୂଳ ରାମପୁର ବ୍ଲକରେ ଦିନକୁ ଦିନ ମନରେଗା ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିଲା ବେଳେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନୀରବଦ୍ରଷ୍ଟା ସାଜିବା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛ। ବ୍ଲକର ପ୍ରତ୍ୟେକ ମନରେଗା ଯୋଜନାରେ ଯୋଦି ସଠିକ୍‌ ଭାବରେ ଭିଜିଲାନ୍ସର ତଦନ୍ତ ହୁଏ ତେବେ ଏଠାରେ ବହୁତ ବଡ଼ ବଡ଼ ଅଫିସର୍‌, ରାଜନେତା, ଠିକାଦାରଙ୍କ ସଂପୃକ୍ତି ଥିବା ଲୋକଲୋଚନକୁ ଆସିବ ବୋଲି ବିଭିନ୍ନ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଆଲୋଚନା ହେଉଛି। ଏ ସମ୍ପର୍କରେ ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ଏହାର କ’ଣ। ହୋଇଛି ମୁଁ କିଛି ଜାଣିନାହିଁ, କିନ୍ତୁ ଘଟଣାର ଦତନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri