ଯାଜପୁର

ଗାଁରେ ଆଉ ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌

କାଏମା,୨୫ା୩(ଶିବପ୍ରସାଦ ମହାନ୍ତି): ଅନ୍ଧକାରରୁ ମୁକ୍ତି ପାଇଁ ଗାଁଗାଁରେ ଲାଗିଥିଲା ଷ୍ଟ୍ରିଟ ଲାଇଟ୍‌। ମାତ୍ର କିଛି ଦିନ ଜଳିବା ପରେ ତାହା ବନ୍ଦ ହୋଇଯାଇଛି। ଅନେକ ଗାଁରେ ଆଉ ଜଳୁନି ଷ୍ଟ୍ରିଟ୍‌ ଲାଇଟ। ଧର୍ମଶାଳା ବ୍ଲକର ଅନେକ ପଞ୍ଚାୟତରେ ଏହି ଘଟଣା...

ପୁଣି ଖଣିିରୁ ଚୋରି ବଢୁଛି

ଯାଜପୁର/କାଳିଆପାଣି(ହର୍ଷବର୍ଦ୍ଧନ ବେହେରା/ଅସିତ୍‌ ମହାନ୍ତ),୨୫ା୩: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ପୁଣି କ୍ରୋମାଇଟ ମାଫିଆମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ରବିବାର ଓଡ଼ିଶା ଖଣି ନିଗମର ଦକ୍ଷିଣ କାଳିଆପାଣି ଖଣିରୁ ପଶ୍ଚିମବଙ୍ଗ ପୋଲିସ ଖଣିଜ ପଦାର୍ଥ ଚୋରି କରୁଥିବା ଜଣେ ଅଭିଯୁକ୍ତଙ୍କୁ...

୬ ଲୋକ ସଭା, ୪୨ ବିଧାନସଭା ଆସନ ପାଇଁ ବିଜେଡିର ରଣନୀତି

ଭୁବନେଶ୍ୱର, ୨୫।୩(ସୁନିତ୍‌ ମିଶ୍ର): ବିଜେଡି ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଲୋକ ସଭା କ୍ଷେତ୍ର ଏବଂ ଏହାର ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀ ଲୋକମାନଙ୍କୁ ଡାକି ଆଲୋଚନା କରିଚାଲିଛି। ଏହିକ୍ରମରେ ରବିବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର,...

ଶିଳ୍ପ ବଦଳରେ ମୋରମ ଲୁଟ୍‌ ଅଭିଯୋଗ

ଯାଜପୁର,୨୪ା୩(ହର୍ଷବର୍ଦ୍ଧନ ବେହେରା):ରାଜ୍ୟ ସରକାର ଶିଳ୍ପ ସହ ନିଯୁକ୍ତିକୁ ଗୁରୁତ୍ୱ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ର ଶିଳ୍ପ ଜୋନ୍‌ ଭାବେ ପରିଗଣିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଡାଉନଷ୍ଟ୍ରିମ୍‌ ଶିଳ୍ପକୁ ମଧ୍ୟ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଏଥିପାଇଁ ଗୋସୁଇପ୍ଟ ପୋର୍ଟାଲ ଜରିଆରେ...

ଟ୍ରକ୍‌କୁ ପଟିଲା ବାଇକ୍‌: ଚାଲିଗଲା ୩ ଯୁବକଙ୍କ ଜୀବନ

ଯାଜପୁର,୨୩।୩: ଯାଜପୁର ଜିଲା କଳିଙ୍ଗନଗର ଥାନା ଅଧୀନ ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଚଳନ୍ତା ଟ୍ରକ ପଛରେ ଏକ ବାଇକ୍‌ ପିଟି ହୋଇ ୩ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ...

ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ: ସୁଯୋଗର ଫାଇଦା ନେବାରେ ବିରୋଧୀ ବିଫଳ

ଯାଜପୁର,୨୨।୩(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀ ଗତ ଦୁଇ ଦଶନ୍ଧି ଧରି ପରୀକ୍ଷାନିରୀକ୍ଷାର ପ୍ରୟୋଗଶାଳା ହୋଇଆସୁଛି। ଏଥର ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗରେ ସେଭଳି ପବନ ବହିପାରେ ବୋଲି ଚର୍ଚ୍ଚା ହେଉଛି। ଇତିମଧ୍ୟରେ ଯାଜପୁର ବିଧାୟକ...

ଓଏମ୍‌ବିଏଡିସି ପାଣ୍ଠିରୁ ଖର୍ଚ୍ଚ ହେବ ୬୫.୩୨ କୋଟି

ଯାଜପୁର,୨୨ା୩(ହର୍ଷବର୍ଦ୍ଧନ ବେହେରା):କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଯୋଜନା ଚ୍ୟାଲେଞ୍ଜିଂ ମୋଡ୍‌ରେ ଯାଜପୁର ଜିଲାରେ ସରକାରୀ ମେଡିକାଲ କଲେଜ ଓ ଅଧ୍ୟାପନା ଡାକ୍ତରଖାନା ଗୃହ ନିର୍ମାଣ ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୨୦୨୪-୨୫ ଆର୍ଥିକ ଶିକ୍ଷାବର୍ଷରେ ୧ଶହ ସିଟ୍‌ ବିଶିଷ୍ଟ ଏହି...

ଏକାଧିକ ଆଶାୟୀ, ଛକାପଞ୍ଝାରେ ସୁନନ୍ଦା-ବିଶ୍ୱରଞ୍ଜନ

ବରୀ,୨୦ା୩ (ମହେନ୍ଦ୍ର ସ୍ବାଇଁ): ଆସନ୍ତା ଜୁନ ୧ରେ ବରୀ ନିର୍ବାଚନମଣ୍ଡଳୀର ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଭାଜପା ଓ ବିଜେଡି ମଧ୍ୟରେ ମେଣ୍ଟ ଚିତ୍ର ଅସ୍ପଷ୍ଟ ରହିଥିବା ବେଳେ ଶାସକ ଦଳରେ ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ...

ବିପଦସଙ୍କୁଳ ଅଚଳ ମୋବାଇଲ ଟାୱାର

ଯାଜପୁରରୋଡ୍‌,୧୯ା୩(ପବିତ୍ର ରଞ୍ଜନ ମହାନ୍ତି):ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳରେ ଛତୁ ଫୁଟିଲା ପରି ମୋବାଇଲ ଟାୱାର ନିର୍ମାଣ ହୋଇଛି। ମୋବାଇଲ ଟାୱାର କମ୍ପାନୀଗୁଡ଼ିକ ସେମାନଙ୍କ ସୁବିଧା ଅନୁଯାୟୀ ଲୋକଙ୍କଠାରୁ ଲିଜ ସୂତ୍ରରେ ଘରଛାତ ଏବଂ ଘର ନିକଟରେ ଜମି ନେଇ ସୁଉଚ୍ଚ...

୮ କୋଟି ଟଙ୍କାର ରାସ୍ତା ୮ ଦିନରେ ଫାଟିଲା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ଆର୍‌ ଏଣ୍ଡ ବି ଡିଭିଜନ ତଥା ପୂର୍ତ୍ତ ବିଭାଗ ଅଧୀନରେ ୮ କୋଟି ଟଙ୍କାର ରାମବାଗ-ଛତ୍ରପଡା ରାସ୍ତା କାର୍ଯ୍ୟ ୮ ଦିନ ମଧ୍ୟରେ ଫାଟି ଉଠି ଯାଇଛି ା ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଉଦ୍‌ବେଗ...

ନିଯୁକ୍ତି, କ୍ଷତିପୂରଣ ଅପେକ୍ଷାରେ ଜମିହରା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ବିପୁଳ ପରିମାଣରେ ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଅଧିଗ୍ରହଣ କରାଯାଇଛି । ସେହି ସମୟରେ ସାଧାରଣ ପ୍ରଜାଙ୍କ ଜମିର ମୂଲ୍ୟ କମ...

ଖଣି ପାଣିରେ ଡମଶାଳା ବିଷାକ୍ତ

ଯାଜପୁର/କାଳିଆପାଣି(ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୧୮ା୩: ଯାଜପୁର ଜିଲା କାଳିଆପାଣି ଖଣି ଖାଦାନ ମାଲିକମାନେ କେବଳ ନିଜର ଲାଭ ଜଗିବାରେ ବ୍ୟସ୍ତ। ପ୍ରଶାସନର ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଖାଦାନ ପରିସରରୁ ବିଷାକ୍ତ କ୍ରୋମିୟମ ଓ ଅମ୍ଲଯୁକ୍ତ ପାଣି ବାହାରକୁ ଛଡା ଯାଉଛି। ଏଥିରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri