ମନ୍ଦିର ନ ଥାଇ ଅର୍ଥ ବ୍ୟୟବରାଦ
କାଳିଆପାଣି,୨୨ା୪(ଅସିତ ମହାନ୍ତ):ଯାଜପୁର ଜିଲା ସୁକିନ୍ଦା ବ୍ଲକ୍ କାର୍ଯ୍ୟାଳୟରେ ଦୁର୍ନୀତି ଚରମ ସୀମା ଟପିଥିବା ଅଭିଯୋଗ ହୋଇଛି। ବ୍ଲକ୍ ଅଧୀନ ନଗଡ଼ାରେ ମନ୍ଦିର ନ ଥାଇ ଅର୍ଥ ବ୍ୟୟବରାଦ ହୋଇଥିବା ଫଳକ ଲଗାଯାଇଛି। ଫଳରେ ଏଠାରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି।…
ଭାଇରାଲ ନିଶା ପଡ଼ିଲା ମହଙ୍ଗା, ବନ୍ୟଜନ୍ତୁ ଭିଡିଓ ପୋଷ୍ଟ କରୁଥିବା ୟୁଟ୍ୟୁବର୍ସଙ୍କ ସମ୍ପତ୍ତି ଖୋଳତାଡ଼ କରିବ ଇଡି
ଭୁବନେଶ୍ୱର,୨୧।୪: ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ୨୦୦୨ ଉଲଂଘନ କରି ସୋସିଆଲ ମିଡିଆରେ ବନ୍ୟଜନ୍ତୁ ପ୍ରାଣୀ ଭିଡିଓ ପୋଷ୍ଟ କରିଥିବା ଅଭିଯୋଗରେ କିଛି ୟୁଟ୍ୟୁବର୍ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଯାଜପୁର…
ପ୍ରବଳ ଗ୍ରୀଷ୍ମରେ ମୁଗ ଚାଷ ପ୍ରଭାବିତ ଆଶଙ୍କା
ଧର୍ମଶାଳା,୨୧ା୪(ବଟକୃଷ୍ଣ ପରିଡ଼ା):ଚଳିତଥର ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମୁଗ ଚାଷ ଭଲ ହୋଇଛି। ମାତ୍ର ସପ୍ତାହେ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଫୁଲଫଳ ଧରିଥିବା ମୁଗଚାଷ କ୍ଷତିଗ୍ରସ୍ତ ହେବା ନେଇ ଚାଷୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି। ଧର୍ମଶାଳା ବ୍ଲକ ଅଧୀନ ଚହଟା, ଚୋରମୁହଁା,…
ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ
ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ଯାଜପୁର ବଡ଼ଚଣାରୁ ପ୍ରାର୍ଥୀ ଘୋଷଣା କରିଛି। ଦଳର ବରିଷ୍ଠ ନେତା ତଥା…
ଖଣି ବିଭାଗର ଡ୍ରୋନ୍ କ୍ୟାମେରାରେ ମାପଚୁପ
ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି। ହେଲେ ଶିଳ୍ପ କାରଖାନାଗୁଡ଼ିକର ବେଖାତିର ମନୋଭାବ ଏବଂ ସ୍ଥାନୀୟ ନିଯୁକ୍ତି ପ୍ରତିଶ୍ରୁତିକୁ ଉପେକ୍ଷା ପ୍ରଶାସନକୁ…
ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ
ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ ସ୍ଥାନରୁ ପ୍ରତିଦ୍ୱନ୍ଦ୍ୱିତା କରିବା କିଛି ନୂଆ କଥା ନୁହେଁ। ଭାରତର ନିର୍ବାଚନୀ ଇତିହାସରେ ବହୁ…
ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ
ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର ଏହି ନିର୍ବାଚନମଣ୍ଡଳୀର ୩ ଗୋଷ୍ଠୀ ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଭୁବନେଶ୍ୱର ଶଙ୍ଖ ଭବନକୁ ଡାକି…
ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ
ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ ରାଜନୈତିକ କ୍ୟାରିୟର ଆରମ୍ଭ କରିବା ସହ ଟିକେଟ ଦୌଡ଼ରେ ରହିଛନ୍ତି। କୁହାଗଲାଣି ବିଜେଡି ଏଠାରେ…
ସହରାଞ୍ଚଳରେ ଛୁଇଁନି ୮୦% ମତଦାନ
ଯାଜପୁର,୧୮ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର କୋରେଇ ଓ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇ ପ୍ରମୁଖ ସହର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ରହିଛି। ତେବେ ଗତ ୩ ସାଧାରଣ ନିର୍ବାଚନକୁ ଅବଲୋକନ କଲେ ଏଠାରେ ଭୋଟରମାନଙ୍କ ମଧ୍ୟରେ ମତଦାନକୁ ନେଇ ଅରୁଚି ରହିଥିବା…
ନେତାଙ୍କୁ ଅଡୁଆ ଅଧାପନ୍ତରିଆ କାମ
ଯାଜପୁର,୧୭ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନ ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ରଖି ବିଜୁ ସେତୁ ଯୋଜନା ଏବଂ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ହେଲେ କେତେକ ସ୍ଥାନରେ ବିଭାଗ…
ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଶୁକୁରା ମୁଣ୍ଡା। ମିଳିଥିବା ସୂଚନା, ୫ ବର୍ଷ ତଳେ ଶୁକୁରା ପଡୋଶୀ ଜଗତ…
ଜଙ୍ଗଲ ଜମିରୁ ମୋରମ ଲୁଟ୍
କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ ବ୍ୟବସାୟୀମାନେ ରୀତିମତ ବେଆଇନ ମୋରମ ଉତ୍ତୋଳନ କରି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି…
Archives


