ଜଗତ୍‌ସିଂହପୁର

ନିୟମ ମାନୁନାହାନ୍ତି ବ୍ୟବସାୟୀ, ସ୍କୁଲ ପାଖରେ ପୋଡ଼ା ହେଉଛି ଇଟାଭାଟି

ନାଉଗାଁ,୬।୧ (ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ପୋଡ଼ାହେଉଛି। ସରକାରୀ ନିୟମକୁ ବେଖାତିର କରି ବ୍ୟବସାୟୀମାନେ ସ୍କୁଲ ଓ ଜନଗହଳି ସ୍ଥାନ ଆଦିରେ ଇଟାଭାଟିରେ ନିଆଁ ଲଗାଉଛନ୍ତି। ଏ ନେଇ ତହସିଲ ବା ରାଜସ୍ବ କାର୍ଯ୍ୟାଳରେ…

ମୁଖ୍ୟ ଶାସନ ସଚିବଙ୍କ ପାରାଦୀପ ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ଉଦ୍‌ଘାଟନ

ପାରାଦୀପ,୫ା୧(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ ଅବସରରେ ଶନିବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ପାରାଦୀପ ଗସ୍ତ କରିଥିଲେ। ଏହି ସମୟରେ ସେ ବନ୍ଦର ନିଷିଦ୍ଧାଞ୍ଚଳ ବୁଲିବା ସହ କେତେକ ନୂତନ ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ। ପ୍ରକଳ୍ପଗୁଡ଼ିକ…

ବାଇକ୍‌ ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍‌

ନାଉଗାଁ,୫ା୧(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ମହିମା ଆଶ୍ରମ ସମ୍ମୁଖରୁ ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ସହିତ ବ୍ୟାଙ୍କ ପାସବୁକ ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟ୍‌ କରିଛନ୍ତି। ଏନେଇ ଶୁକ୍ରବାର ନାଉଗାଁ ଥାନାରେ…

ଜିଲାସ୍ତରୀୟ ଜେଣ୍ଡର ଟ୍ରାନ୍ସଫର୍ମେଟିଭ୍‌ ମଡେଲ କର୍ମଶାଳା: ମାସିକ ୨୦ ହଜାର ରୋଜଗାର କରିବେ ଏସ୍‌ଏଚ୍‌ଜି ସଦସ୍ୟା

ଜଗତ୍‌ସିଂହପୁର ଅଫିସ,୫ା୧: ଉର୍ବର ମୃତ୍ତିକା, ଜଳସମ୍ପଦ, ବନ୍ଦର, ମାନବ ସମ୍ବଳ ଆଦି ଅନେକ ଦୃଷ୍ଟିରୁ ଜଗତ୍‌ସିଂହପୁର ଏକ ଅଗ୍ରଣୀ ଜିଲା। ଏହି ଜିଲାରେ ଶହସ୍ରାଧିକ ମହିଳା ସ୍ବୟଂ ସହାୟକ(ଏସ୍‌ଏଚ୍‌ଜି) ଗୋଷ୍ଠୀ ଅଛି। କିନ୍ତୁ ଗୋଷ୍ଠୀଗୁଡିକରେ ଥିବା ପ୍ରତ୍ୟେକ ସଦସ୍ୟା ଯେପରି ମାସିକ…

ଜଗତ୍‌ସିଂହପୁର ନିୟନ୍ତ୍ରିତ ବଜାର କମିଟିର ୪୧ତମ ଅଧିବେଶନ: ୧୨ କୋଟି ଟଙ୍କାର ବଜେଟ ଘୋଷଣା

ଜଗତ୍‌ସିଂହପୁର ଅଫିସ, ୫ା୧: ଜଗତ୍‌ସିଂହପୁର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ର ୪୧ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଆର୍‌ଏମ୍‌ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ୨୦୧୯-୨୦ ବର୍ଷ (ନଭେମ୍ବରରୁ ଅକ୍ଟୋବର) ପାଇଁ ପାଖାପାଖି ୧୨ କୋଟି ଟଙ୍କାର ବଜେଟ୍‌ (ଆୟ ଅଟକଳ) ପ୍ରସ୍ତୁତ…

ଦାଉ ସାଧିଲା ଅଦିନିଆ ବର୍ଷା: ଲକ୍ଷାଧିକ ହେକ୍ଟର ଫସଲ ନଷ୍ଟ ଆଶଙ୍କା

ଜଗତ୍‌ସିଂହପୁର ଅଫିସ୍‌, ୪।୧: ଚଳିତ ଖରିଫ ଋତୁରେ ଜଗତ୍‌ସିଂହପୁର ଜିଲାରେ ପ୍ରାୟ ୩,୪୪,୮୦୦ ମେଟ୍ରିକ୍‌ ଟନ୍‌ ଧାନ ଅମଳ ଲକ୍ଷ୍ୟ ରଖାଯାଇଥିବା ବେଳେ ଦାଉ ସାଧିଛି ଅଦିନିଆ ବର୍ଷା। ଶୁକ୍ରବାର ବର୍ଷା ଯୋଗୁ ସହସ୍ରାଧିକ ହେକ୍ଟର ଜମିରେ ଧାନ ଚକଡ଼ା ଓଦା…

ଦୌଡ଼ିଲେ ୫ ବର୍ଷର ବାଳକ ବୁଦ୍ଧାଦିତ୍ୟ: କମ୍‌ ବୟସ ଯୋଗୁ ଭାଗ ନେଇପାରିଲେନି

ପାରାଦୀପ,୪ା୧(ସ୍ବ.ପ୍ର.)ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସରେ ଆୟୋଜିତ ମିନି ମାରାଥନ୍‌ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ୫ ବର୍ଷୀୟ ବାଳକ ବୁଦ୍ଧାଦିତ୍ୟ ସ୍ବାଇଁ। ଭୁବନେଶ୍ୱରର ଦେବଦତ୍ତ ସ୍ବାଇଁଙ୍କ ପୁତ୍ର ବୁଦ୍ଧାଦିତ୍ୟ ବିଗତ ଦିନର ବିସ୍ମୟ ବାଳକ ବୁଦ୍ଧିଆ ଭଳି ହେବାକୁ ଲକ୍ଷ୍ୟ ରଖିଛନ୍ତି। ଶୁକ୍ରବାର…

ପାରାଦୀପରେ ପୁଣି କାଉ ମଡ଼କ

ପାରାଦୀପ,୪ା୧(ସ୍ବ.ପ୍ର.): ପାରାଦୀପ ସହରାଞ୍ଚଳରେ ଚଳିତବର୍ଷ ପୁଣି କାଉମଡ଼କ ହେଉଥିବା ଦେଖିବାକୁ ମିଳିଛି। ସହରର ମେଡିକାଲ ଛକ, ମାଛ ମାର୍କେଟ, ନେହେରୁ ବଙ୍ଗଳା ଆଦି ସ୍ଥାନରେ ଅନେକ କାଉ ମରିଥିବା ଦେଖାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ପ୍ରାଣୀ ଚିକିତ୍ସା ବିଭାଗ…

୩୮ ଗ୍ରାମ୍‌ ବ୍ରାଉନ ସୁଗାର ଜବତ: ୨ ଗିରଫ

ଜଗତ୍‌ସିଂହପୁର ଅଫିସ,୩।୧: ଜଗତ୍‌ସିଂହପୁର ଜିଲା ଅବକାରୀ ବିଭାଗ, ଜଗତ୍‌ସିଂହପୁର ଥାନା ଅବକାରୀ ବିଭାଗ ଓ ସ୍ପେସିଆଲ ଫ୍ଲାଇଂ ସ୍କ୍ବାଡ୍‌ ମିଳିତ ସହଯୋଗରେ ସ୍ଥାନୀୟ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୁକ୍ରବାର ମିଳିତ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ପୋଲିସ ୩୮ ଗ୍ରାମ୍‌…

ଚକାରେ ପମ୍ପ ଦେବାବେଳେ ଦୁର୍ଘଟଣା: ଲୁହାପାତ ଛିଟିକି ଶ୍ରମିକ ମୃତ

ପାରାଦୀପ, ୩ା୧ (ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅଧୀନ ବଡ଼ପଡ଼ିଆ ବସ୍‌ଷ୍ଟାଣ୍ଡ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ଟାୟାର ପମ୍ପ୍‌ଚର ମରାମତି କରୁଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଯାଜପୁର ଜିଲା ନାଟପୁର ଅଞ୍ଚଳର…

ଆଜି ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ

ପାରାଦୀପ, ୩।୧ (ସ୍ବ.ପ୍ର.) ପୂର୍ବ କ୍ଷେତ୍ରର ପ୍ରବେଶପଥ କୁହାଯାଉଥିବା ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍‌ ବନ୍ଦର ପାରାଦୀପ ଶୁକ୍ରବାର ପାଳନ କରିବ ପ୍ରତିଷ୍ଠା ଦିବସ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ଏହି ଅବସରରେ ପାରାଦୀପ ପୋର୍ଟର ଗୋପବନ୍ଧୁ ଗ୍ରୀଡ୍‌ ସଂସଦ…

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ: ଗୋଟିଏ ପରିବାରର ୭ ଆହତ

ଜଗତ୍‌ସିଂହପୁର ଅଫିସ, ୩।୧: ଜଗତ୍‌ସିଂହପୁର ଥାନା ଅଧୀନ ଯଶୋବନ୍ତପୁର ପଞ୍ଚାୟତରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତା ଯୋଗୁ ଗୋଟିଏ ପରିବାରର ୭ ଜଣ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri