କରୋନା କଟକଣା: ବନ୍ଦହେଲା ଛତ୍ରପୁର ସାପ୍ତାହିକ ହାଟ
ଛତ୍ରପୁର,୧୯।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ ଗୁରୁବାର ସାପ୍ତାହିକ ହାଟକୁ ପ୍ରଶାସନ ବନ୍ଦ କରିଦେଇଛନ୍ତି। ପୂର୍ବରୁ ଏନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଫଳରେ ଗୁରୁବାର ହାଟସ୍ଥଳ ଶୂନଶାନ ହୋଇଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ସାପ୍ତାହିକ ହାଟ ହେଉଥିବାରୁ…
ବଜ୍ରପାତରେ ଯୁବତୀଙ୍କ ଜୀବନଗଲା
ଭଞ୍ଜନଗର,୧୯।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ହାତୀଗୁଡ଼ାରେ ଗୁରୁବାର ମଧ୍ୟାହ୍ନରେ ବଜ୍ରପାତ ଘଟି ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଛି। ସେ ହେଲେ ଟୁନି ପୋଲାଇ। ସେ ଜମିରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ।…
ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ହରାଇଲେ ପଦବୀ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ଅଧ୍ୟକ୍ଷା
ଦାରିଙ୍ଗବାଡ଼ି,୧୯।୩(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ ନିଜ ପଦବୀ ପୁଣି ଥରେ ହରାଇଛନ୍ତି। ହାଇକୋର୍ଟ ତାଙ୍କ ପଦବୀକୁ ୧୩ ତାରିଖରେ ଅସିଦ୍ଧି ଘୋଷଣା କରିଛନ୍ତି। ପୂର୍ବରୁ ଏହି ମାମଲାରେ ଜିଲା ଦୌରାଜଜ୍ ବ୍ଲକ ଅଧ୍ୟକ୍ଷାଙ୍କ ସଭ୍ୟପଦ ରଦ୍ଦ…
ଅଙ୍ଗଦାନ କରିଥିବା ବିପିନଙ୍କ ପରିବାରକୁ ସମ୍ବର୍ଦ୍ଧନା
ଭଞ୍ଜନଗର,୧୯।୩(ଡି.ଏନ.ଏ) ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ଭାଟପଡ଼ା ଗ୍ରାମର ବିପିନ ପ୍ରଧାନଙ୍କ ବ୍ରେନ୍ ଡେଡ୍ ଘୋଷିତ ହେବାପରେ ତାଙ୍କ ଶରୀରର ୬ଟି ଅଙ୍ଗକୁ ପରିବାର ଲୋକେ ସୁରଟରେ ଏକ ମେଡ଼ିକାଲକୁ ଗତ ୧୫ ତାରିଖରେ ଦାନ କରିଥିଲେ। ଏହିଭଳି ମହାନ ପଦକ୍ଷେପ…
ଗଞ୍ଜାମ ଜିଲାରୁ ଉଠିଲା ୧୪୪ ଧାରା
ଛତ୍ରପୁର,୧୯ା୩(ଡି.ଏନ.ଏ.) କରୋନା ଭୂତାଣୁ ଭୟାବହତାକୁ ନେଇ ଦୁଇ ଦିନ ତଳେ ଗଞ୍ଜାମ ଜିଲାରେ ୧୪୪ ଧାରା ଲାଗୁ ହୋଇଥିଲା। ବୁଧବାର ସନ୍ଧ୍ୟାରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ଅନ୍ୟପକ୍ଷରେ କରୋନା ଭୂତାଣୁ ଯେଭଳି ନ ବ୍ୟାପିବ ସେଥିଲାଗି କୌଣସି ସାମାଜିକ କାର୍ଯ୍ୟକ୍ରମ…
ଓଡ଼ିଶାରେ କଟକଣା, ଆନ୍ଧ୍ରରେ ନାହିଁ
ପାତ୍ରପୁର, ୧୯ା୩ (ଡି.ଏନ୍.ଏ.) କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ବୁଧବାର ପାତ୍ରପୁର ଓ ଏହା ନିକଟରେ ଥିବା ଗ୍ରାମରେ ତହସିଲ ଓ ବ୍ଲକ ପ୍ରଶାସନ ସ୍ଥାନିୟ ପୋଲିସ ସହାୟତାରେ ଦୋକାନବଜାର…
ଇଣ୍ଡିଆ ବୁକ୍ ଅଫ ରେକଡର୍ସରେ ଆଇଟିଆଇ
ବ୍ରହ୍ମପୁର ଅଫିସ,୧୯ା୩: ଦକ୍ଷତା ବିକାଶ ଓ ସ୍କ୍ରାପ୍ର ପୁନଃ ବିନିଯୋଗର ପ୍ରତିଫଳନ ଭାବେ ବ୍ରହ୍ମପୁର ଆଇଟିଆଇରେ ନିର୍ମିତ ‘ମାଇଣ୍ଡ, ହାର୍ଟ ଆଣ୍ଡ୍ ହ୍ୟାଣ୍ଡସ୍ ଶୋ’ ଓପନ୍ ସ୍କ୍ରାପ୍ ବଗିଚା ଏବେ ଇଣ୍ଡିଆ ବୁକ ଅଫ୍ ରେକଡର୍ସରେ ସ୍ଥାନୀତ ହୋଇଛି ା ଏଥିସହ…
ଦୁଇଦିନରେ ଅଣ୍ଡା ଦେଲେ ୧୧୦ ଅଲିଭ୍ରିଡ୍ଲେ
ଗଞ୍ଜାମ,୧୯ା୩(ଡି.ଏନ.ଏ.) ପୁରୁଣାବନ୍ଧ ନିକଟସ୍ଥ ଋଷିକୁଲ୍ୟା ମୁହାଣରେ ଗତ ଫେବୃୟାରୀ ପ୍ରଥମ ସପ୍ତାହରୁ ବିରଳ ସାମୁଦ୍ରିକ କଇଁଛ ଅଲିଭ୍ରିଡ୍ଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪୫ କଇଁଛ ଅଣ୍ଡାଦାନ କରିଥିଲେ। ଗଣ ଅଣ୍ଡାଦାନ ଆରମ୍ଭ ହୋଇ ନ ଥିବାରୁ ପ୍ରୟାଗୀସ୍ଥିତ…
କରୋନାକୁ ନେଇ ବାରୁଣୀ ସ୍ନାନ ବନ୍ଦ: ପୂଜାର୍ଚ୍ଚନା ଲାଗି ପୀଠରେ ରହିବେ ୫ଜଣ, ଶ୍ରଦ୍ଧାଳୁଙ୍କ ସମାଗମକୁ ରୋକିବା ଲାଗି ବ୍ୟାପକ ବ୍ୟବସ୍ଥା
ପୁରୁଷୋତ୍ତମପୁର,୧୮।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟଠାରେ ବୁଧବାର ତହସିଲଦାର ଅରୁଣ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିବା ବେଳେ ଶନିବାର ଓ ରବିବାର ହେବାକୁ…
କରୋନା ସତର୍କତାକୁ ନେଇ ଶେରଗଡ଼ ତହସିଲଦାରଙ୍କ ଚଢ଼ାଉ: ଗାଡି ସଫା ରଖିବାକୁ ଦେଲେ ନିର୍ଦ୍ଦେଶ
ଶେରଗଡ଼,୧୮।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ ଥିବା ଜଗନ୍ନାଥ ମନ୍ଦିର, ଶୀତଲା, ହରୀକୃଷ୍ଣପୁରର ଜୟଚଣ୍ଡୀ, ରାମଚଣ୍ଡୀ ମନ୍ଦିର ଆଦି ଶୈବ ପୀଠରେ ବୁଧବାର ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା ପହଞ୍ଚି ଚଢ଼ାଉ କରିଛନ୍ତି। ଗହଳିକୁ ପ୍ରଶୟ ଦିଆଯିବ ନାହିଁ। କେବଳ କେତେଜଣ ସେବାୟତ ରହି…
ନାମକୁ ମାତ୍ର ଚାଲିଛି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ: ଅସୁବିଧାରେ ଯୁବତୀ, ଯୁବକ
ବ୍ରହ୍ମପୁର ଅଫିସ,୧୮ା୩ – ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭଞ୍ଜବିହାରରେ ଏକ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରହିଛି। ଦକ୍ଷିଣ ଓଡିଶାର ୧୦ ଜିଲା ଯଥା ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, କନ୍ଧମାଳ,ବୌଦ୍ଧ, ନୂଆପଡା, କୋରାପୁଟ,ମାଲକାନଗିରି ଏବଂ ରାୟଗଡା । ଏହି ସବୁ ଜିଲାର ଯେଉଁ ସବୁ…
୧୪୪ ଧାରା ସତ୍ତ୍ବେ ଚାଲିଛି ଏମ୍ଜିଏନ୍ଆର୍ଇଜିଏସ୍ କାମ
ପୁରୁଷୋତ୍ତମପୁର, ୧୮ା୩ (ଡି.ଏନ.ଏ.) – ଗଞ୍ଜାମ ଜିଲାରେ ମାରାତ୍ମକ କରୋନା ଭାଇରସକୁ ନେଇ ଜିଲାପାଳ ୧୪୪ ଧାରା ଜାରିକରି ପାଞ୍ଚ ଜଣରୁ ଅଧିକା ଲୋକ ଗୋଟିଏ ସ୍ଥାନରେ ଗହଳି କରିବା ନେଇ କଟକଣା ଜାରି କରିଛନ୍ତି। ହେଲେ ବିଭିନ୍ନ ପଞ୍ଚାୟତରେ ଏମ୍ଜିଏନ୍ଆର୍ଇଜିଏସ୍…

