ଗଞ୍ଜାମ

ପୋଖରୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗଞ୍ଜାମ,୧୮ା୩(ଡି.ଏନ.ଏ.) – ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ପୋଲିସ କଳାଯମୁନା ଗ୍ରାମ ନିକଟସ୍ଥ କୁକୁଡ଼ାଫାର୍ମ ସମ୍ମୁଖ ଏକ ପୋଖରୀରୁ ମଙ୍ଗଳବାର ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି। ସେ ହେଲେ କଳାଯମୁନାସ୍ଥିତ ସାଇ ସରସ୍ବତୀ ବିଦ୍ୟା ମନ୍ଦିରର ନବମ…

ବନ୍ଦ ଥିବା ବଜାର ଅଞ୍ଚଳ ବୁଲିଲେ ଜିଲାପାଳ

ବ୍ରହ୍ମପୁର ଅଫିସ, ୧୮ା୩ – କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି। ରବିବାରରୁ ଗଞ୍ଜାମ ଜିଲାରେ ଭିଡ ତଥା ଜନଗହଳିକୁ ଏଡାଇବା ନେଇ ୧୪୪ ଧାରା ଜାରି କରାଯାଇଛି । ଏହି କ୍ରମରେ ସୋମବାରରୁ…

ଗଞ୍ଜାମରେ ୧୪୪ ଧାରା ଜାରି: ଏମ୍‌ଜିଏନ୍‌ଆର୍‌ଜିଏସ୍‌ ଯୋଜନାରେ ଏକତ୍ର କାମ କରୁଛନ୍ତି ଶ୍ରମିକ

ପୁରୁଷୋତ୍ତମପୁର, ୧୭।୩(ଡି.ଏନ୍‌.ଏ.): ମାରାତ୍ମକ କରୋନା ଭାଇରସକୁ ନେଇ ଗଞ୍ଜାମ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ୫ ଜଣରୁ ଅଧିକ ଲୋକ ଗୋଟିଏ ସ୍ଥାନରେ ଗହଳି ନେଇ କଟକଣା ଜାରି କରାଯାଇଛି। ହେଲେ ବିଭିନ୍ନ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଜିଏସ୍‌ ଯୋଜନାରେ ଚାଲିଥିବା କାର୍ଯ୍ୟରେ…

କରୋନା ପ୍ରଭାବ: ମା’ ତାରାତାରିଣୀ ପୀଠ ଖାଁ ଖାଁ

ପୁରୁଷୋତ୍ତମପୁର, ୧୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳି ଯାତ୍ରା ଜନଶୂନ୍ୟ ହୋଇପଡିଛି। କରୋନା ଭାଇରସକୁ ନେଇ ମନ୍ଦିର ଖାଁ ଖାଁ ହୋଇପଡିଛି। ମା’ ତାରାତାରିଣୀ ଦୁଇ ଭଉଣୀ ମହାଲକ୍ଷ୍ମୀ ବେଶରେ ସଜ୍ଜିତ…

ଶେରଗଡ଼ ତହସିଲଦାରଙ୍କ ହୋଟେଲ ଫାଷ୍ଟଫୁଡ଼ ଦୋକାନରେ ଚଢ଼ାଉ: ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଚଢ଼ା ଦରରେ ବିକିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଶେରଗଡ଼,୧୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ତହସିଲଦାର ଡ.ଦୟାସିନ୍ଧୁ ପରିଡା ଶେରଗଡ଼ ବଜାରରେ ଥିବା ଫାଷ୍ଟଫୁଡ଼ ଦୋକାନ, ହୋଟେଲ, ମଦ ଦୋକାନରେ ଚଢ଼ାଉ କରିଛନ୍ତି। ଶେରଗଡ଼ ଚାରିଛକ, ତିନିଛକ, ବଜାର ଛକ, କାଳିଆ ହୋଟେଲ ଛକରେ ରହି ଲୋକମାନଙ୍କୁ ସଚେତନ କରିବା ସହ…

ଗଞ୍ଜାମର ୫୦୩ ପଞ୍ଚାୟତ କାର୍ଯ୍ୟାଳୟରେ ମିଳିବ ମାସ୍କ: ମୂଲ୍ୟ ୨୫ ଟଙ୍କା

ଛତ୍ରପୁର,୧୭।୩,(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାରେ ମାସ୍କର ସମ୍ପୂର୍ଣ୍ଣ ଅଭାବ ଦେଖାଦେଇଛି। ଫଳରେ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। କେତେକ ସ୍ଥାନରେ କଳାବଜାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଅପରପକ୍ଷରେ ବୁଧବାରଠାରୁ ଗଞ୍ଜାମ ଜିଲାର ସମସ୍ତ ୫୦୩ ପଞ୍ଚାୟତ କାର୍ଯ୍ୟାଳୟରେ ମାସ୍କ…

କରୋନା ଆତଙ୍କ: ମଟନ, ଚିକେନ ମାର୍କେଟ ବନ୍ଦ

ଛତ୍ରପୁର,୧୭।୩,(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଥିବା ସମସ୍ତ ମଟନ ଓ ଚିକେନ ଦୋକାନରେ ମଙ୍ଗଳବାର ତାଲା ଝୁଲୁଥିବା ଦେଖିବାକୁ ମିଳିଛି। କରୋନା ଭୟାବହତା ନେଇ ଜିଲାପାଳଙ୍କ ପକ୍ଷରୁ ସୋମବାର ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଅଣସ୍ବୀକୃତିପ୍ରାପ୍ତ ସ୍ଥାନରେ ମାଛ ମାଂସ…

କରୋନା ଆତଙ୍କ: ଗଞ୍ଜାମର ବିଭିନ୍ନ ବଜାର ବନ୍ଦ

ଗଞ୍ଜାମ,୧୭।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳିଯାଇଛି। ଏହାକୁ ନେଇ ସରକାରଙ୍କ ତତ୍ପରତା ବୃଦ୍ଧି ପାଉଛି। ଗଞ୍ଜାମ ଜିଲାପାଳଙ୍କ ୧୪୪ ଧାରା ଜାରି କରିବା ପରେ ତହସିଲ ଓ ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରର ଦୋକାନ ବଜାର ବନ୍ଦ କରି ଦିଆଯାଇଛି…

ଦ୍ୱିତୀୟ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ସୁନା ଗହଣା, ଟଙ୍କା ନେଇ ଯୁବକ ଫେରାର

ଦିଗପହଣ୍ଡି,୧୭।୩(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ଅଞ୍ଚଳର ଜନୈକା ବିବାହିତାଙ୍କୁ ଜଣେ ଯୁବକ ୨ୟ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି। ଏପରି କି ଅଭିଯୁକ୍ତ ତାଙ୍କଠାରୁ ସୁନା ଗହଣା ସମେତ ନଗଦ ଟଙ୍କା ଠକିନେଇ ଫେରାର ହୋଇଯାଇଥିବା ମହିଳା ଜଣକ ମଙ୍ଗଳବାର ଦିଗପହଣ୍ଡି…

ବାଇକ-ପିକ୍‌ଅପ୍‌ ମୁହଁ।ମୁହିଁ, ୩ ମୃତ

ମୋହନା,୧୭ା୩(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ଥାନା ରାଇସିଂ ଘାଟି ତଳେ ଜାତୀୟ ରାଜପଥ ନଂ.୩୨୬ରେ ସୋମବାର ପିକ୍‌ଅପ୍‌ ଓ ବାଇକ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ କର୍ଚ୍ଚବାଡି ପଞ୍ଚାୟତ ରାମାନାଜୁ ଗ୍ରାମର ସୁଧୀର…

ଜଙ୍ଗଲରେ ଦମ୍ପତିଙ୍କ ଗଳାକାଟି ହତ୍ୟା

ମୋହନା,୧୭ା୩(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ବ୍ଲକ କରଚବାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପଟିମା ଓ କୁଟିଗୁଡା ମଧ୍ୟରେ ଥିବା ଜଙ୍ଗଲରୁ ସୋମବାର ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡିଛି। ସେମାନେ ହେଲେ ଗୋପଟିମା ଗ୍ରାମର ପଟର…

ଏମ୍‌କେସିଜିରେ ପୁଣି ୨ କରୋନା ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ,୧୭ା୩ ଗଞ୍ଜାମ ଜିଲାରେ ଏବେ କରୋନାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ରହ୍ମପର ସହର ବୁଲି ବିଭିନ୍ନ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଜିଲାରେ ୧୪୪ ଧାରା ଜାରି ହୋଇଛି। ଏମ୍‌କେସିଜି ମେଡିକାଲରେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?