ନାମକୁ ମାତ୍ର ଚାଲିଛି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ: ଅସୁବିଧାରେ ଯୁବତୀ, ଯୁବକ

ବ୍ରହ୍ମପୁର ଅଫିସ,୧୮ା୩ – ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭଞ୍ଜବିହାରରେ ଏକ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରହିଛି। ଦକ୍ଷିଣ ଓଡିଶାର ୧୦ ଜିଲା ଯଥା ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, କନ୍ଧମାଳ,ବୌଦ୍ଧ, ନୂଆପଡା, କୋରାପୁଟ,ମାଲକାନଗିରି ଏବଂ ରାୟଗଡା । ଏହି ସବୁ ଜିଲାର ଯେଉଁ ସବୁ ଯୁବତୀଯୁବକମାନେ ସ୍ନାତକ ପାଠପଢା ସାରିଥିବେ ସେମାନେ ଏହି କେନ୍ଦ୍ରରେ ନାମ ପଞ୍ଜୀକରଣ କରିଥାନ୍ତି । ଏହା ହେଉଛି ଦକ୍ଷିଣ ଓଡିଶାର ଏକମାତ୍ର ନାମ ପଞ୍ଜୀକରଣ କେନ୍ଦ୍ର। ଶହ ଶହ କି.ମି. ଅତିକ୍ରମ କରି ଚାକିରି ଆଶାରେ ଯୁବତୀ ଯୁବକମାନେ ଟଙ୍କା ଖର୍ଚ୍ଚ କରି ନାମ ପଞ୍ଜୀକରଣ କରିବା ପାଇଁ ଆସନ୍ତି । କିନ୍ତୁ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ଏହି କେନ୍ଦ୍ର ଅବସ୍ଥା କହିଲେ ନ ସରେ। ଏହା ଛୁଟି ଦିନ ବ୍ୟତୀତ ସବୁବେଳେ କାର୍ଯ୍ୟକରିବା କଥା। କିନ୍ତୁ ଏହି କେନ୍ଦ୍ର ସପ୍ତାହକୁ ୩ ଦିନ ଯଥା ସୋମବାର,ବୁଧବାର ଓ ଶୁକ୍ରବାର କାର୍ଯ୍ୟ କରୁଛି। ଅନେକ ସମୟରେ ବନ୍ଦ ରହୁଥିବାରୁ ପଞ୍ଜୀକରଣ କରିବା ପାଇଁ ଆସୁଥୁବା ଯୁବତୀ ଯୁବକମାନେ ନିରାଶରେ ଫେରୁଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଯୋଗାଇ ଦେଇଥିବା ଏହି କୋଠା କେତେବେଳେ କେଉଁ ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବ ତାହା କହି ହେଉ ନାହିଁ। ଏହି କେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ ଅଧିକାରୀଙ୍କୁ ପଚାରିବାରୁ ଆମ ପାଖରେ ବର୍ତ୍ତମାନ କର୍ମଚାରୀଙ୍କର ଅଭାବ ରହିଛି। ଫଳରେ ଆମକୁ ଦିନେ ଛାଡି ଦିନେ ଆସିବାକୁ ପଡୁଛି । ଏହି ବିଷୟରେ ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲୁ, ସେ କିଛି ଶୁଣୁ ନ ଥିବା କହିଛନ୍ତି । ଆମେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟରେ କାମ ସାରି ଆସିବାକୁ ପଡୁଛି ।
ଏହି କେନ୍ଦ୍ରରେ ଆଗରୁ ୨୦୧୨ରେ ୩ ଜଣ କର୍ମଚାରୀ ଥିଲେ । ସେମାନେ ଅବସର ନେବାପରେ ସରକାର ଆଉ ନୂତନ ନିଯୁକ୍ତି ଦେଇନାହାନ୍ତି । ଆମେ ଦୁଇଟି କେନ୍ଦ୍ର ବୁଝିବା ଦ୍ୱାରା ବହୁତ କଷ୍ଟ ହେଉଛି। ଦିନକୁ ପ୍ରାୟ ୩୫ରୁ ଊର୍ଦ୍ଧ୍ୱ ଯୁବତୀ, ଯୁବକ ନାମ ପଞ୍ଜୀକରଣ କରିବା ପାଇଁ ଆସିଥାନ୍ତି। ଏହି କେନ୍ଦ୍ରରେ ଯୁବତୀ ଯୁବକମାନଙ୍କୁ କର୍ମନିଯୁକ୍ତି ପ୍ରଶିକ୍ଷଣଠାରୁ ଆରମ୍ଭ କରି ବିଭିନ୍ନ ପ୍ରତିଯୋଗିତାମୂଳକ ବହିପତ୍ର ଯୋଗାଇ ଦିଆଯାଉଥିଲା । ଏବେ ଏହି ସବୁ ବନ୍ଦ ରହିଛି । ଏ ସମ୍ପର୍କରେ ବ୍ରହ୍ମପୁରରେ ଥିବା ଉପ ମହାନିର୍ଦ୍ଦେଶକ ରାବଣ ମୂର୍ତ୍ତି କିଲାନଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ସେଠି କୌଣସି କର୍ମଚାରୀଙ୍କୁ ସରକାର ନିଯୁକ୍ତି ଦେଇନାହାନ୍ତି । ସେ କେନ୍ଦ୍ର ବନ୍ଦ ହୋଇଯିବା କଥା, ଯେହେତୁ ଏତେ ଦୂରରୁ ପିଲାମାନେ ଆସୁଛନ୍ତି ସମାନଙ୍କର ଅସୁବିଧା ନ ହେବା ପାଇଁ ଆମ କର୍ମଚାରୀଙ୍କୁ ପଠାଉଛୁ। କୋଠା ମରାମତି ପାଇଁ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ଭେଟି ବାରମ୍ବାର ଜଣାଇଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଉ ନାହାନ୍ତି। ଯେହେତୁ ଏହି କୋଠା ବିଶ୍ୱବିଦ୍ୟାଳୟ ଆମକୁ ଦେଇଛି । ସେ ଏହାର ମରାମତି କରିବା କଥା, କିନ୍ତୁ ସେମାନେ ଆମ କଥା ଶୁଣୁନାହାନ୍ତି । କୋଠା ମରାମତି ପାଇଁ ବିଶ୍ୱବିଦ୍ୟାଳୟର କୁଳସଚିବ ରଞ୍ଜନ କୁମାର ବିଶ୍ୱାଳଙ୍କୁ ପଚାରିବାରୁ ସେ ଏହାକୁ ଏଡାଇବା ସହିତ, ସେଠାକୁ କୌଣସି ପିଲା ଆସୁନାହାନ୍ତି। ଯାହା ଭଲ ହେବ ଆମେ ତାହା କରିବୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

କାଶ୍ମୀର ଓ ଉତ୍ତରାଖଣ୍ଡକୁ ପଛରେ ପକାଇଲେ ଓଡ଼ିଆ ପୁଅ ଶିବପ୍ରସାଦ, ଓଡ଼ିଶା ପାଇଁ ଆଣିଲେ ସୁନାମ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲlଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲଡ଼ ମେଡାଲ ଜିତି…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?