କରୋନାକୁ ନେଇ ବାରୁଣୀ ସ୍ନାନ ବନ୍ଦ: ପୂଜାର୍ଚ୍ଚନା ଲାଗି ପୀଠରେ ରହିବେ ୫ଜଣ, ଶ୍ରଦ୍ଧାଳୁଙ୍କ ସମାଗମକୁ ରୋକିବା ଲାଗି ବ୍ୟାପକ ବ୍ୟବସ୍ଥା

ପୁରୁଷୋତ୍ତମପୁର,୧୮।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟଠାରେ ବୁଧବାର ତହସିଲଦାର ଅରୁଣ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିବା ବେଳେ ଶନିବାର ଓ ରବିବାର ହେବାକୁ ଥିବା ମହାବାରୁଣୀ ସ୍ନାନକୁ ତହସିଲଦାର ସମସ୍ତଙ୍କ ସହଯୋଗ ଲୋଡ଼ି ବନ୍ଦ କରିବାକୁ ଘୋଷଣା କରିଛନ୍ତି। କେବଳ ୫ ଜଣ ବ୍ୟକ୍ତିଙ୍କ ମଧ୍ୟରେ ମହାପ୍ରଭୁଙ୍କର ରୀତିନୀତି ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଯେପରି କୌଣସି ଶ୍ରଦ୍ଧାଳୁ ପ୍ରତାପୁର ବାରୁଣୀ ଘାଟକୁ ନ ଆସିବେ ସେଥିନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇ ପ୍ରତାପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଆଛୁଲି ଛକ, ପ୍ରତାପୁର ଛକ, ବଡ଼ରାମ ପଲୀ ଛକ ଓ ଦକ୍ଷିଣକାଳୀ ଛକ ସିଲ୍‌ କରିଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାସହ ଜାମୁନି ଓ ପାଣ୍ଡିଆଠାରେ ହେବାକୁଥିବା ବାରୁଣୀ ଘାଟ ବୁଡ଼କୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଏହି ବାରୁଣୀ ଲାଗି ଯେପରି କୌଣସି ବସ୍‌ ଓ ଅଟୋ ଚଳାଚଳ ନ କରିବ ସେଥିଲାଗି ବସ ମାଲିକ ସଂଘ ଓ ଅଟୋମୋବାଇଲ ଆସୋସିଏଶନକୁ ନିର୍ଦ୍ଦେଶ ଦଆଯାଇଛିି ।
ସେହିପରି ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ମା’ ଦଣ୍ଡକାଳୀଙ୍କ ଯାତ୍ରାକୁ ମଧ୍ୟ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇ ୫ ଜଣଙ୍କୁ ନେଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବାକୁ କହିଛନ୍ତି । ମାତ୍ର ଏହି ଦଣ୍ଡକାଳୀଙ୍କ ରୀତିନୀତି କରିବାକୁ ହେଲେ ଅତିକମରେ ୧୩ ଜଣ ବ୍ୟକ୍ତି (ତେର ଭୁକ୍ତା) ଆବଶ୍ୟକ ରହିଥିବା ହେତୁ ତାହାକୁ ନେଇ ଏବେ ସଙ୍କଟ ଦେଖାଦେଇଛି । ଏହି ବୈଠକରେ ଅତିରିକ୍ତ ତହସିଲଦାର ସୁନୀଲ କୁମାର ଟୁଡୁ, ଜନ୍ମେଜୟ ସାହୁ, ପୁରୁଷୋତ୍ତମପୁର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭୭ ବନ ମହୋତ୍ସବ ପାଳିତ:ବିଭିନ୍ନ କିସମର ବୃକ୍ଷରୋପଣ

କର୍ଲାମୁଣ୍ଡା,୭।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଅମର ଯୁକ୍ତତିନି ମହାବିଦ୍ୟାଳୟ ଓ କେସିଙ୍ଗା ବନ ବିଭଗ ମିଳିତ ଉଦ୍ୟମରେ ମହାବିଦ୍ୟାଳୟ ପରିସରରେ ସୋମବାର ୭୭ତମ…

ବିଳମ୍ବିତ ରାତିରେ ରାସ୍ତାରୁ ଖସିଗଲା ବାଇକ୍, ଯୁବକଙ୍କ ଉପରେ ପଡ଼ିଗଲା…

କେନ୍ଦ୍ରାପଡ଼ା,୭।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଅଚିହ୍ନା…

ମାଛ ଧରିବାକୁ ଯାଇ ବୈତରଣୀ ନଦୀରେ ଭାସିଗଲେ ଯୁବକ, ତାପରେ….

ପାଟଣା,୭।୭(ବୀର କିଶୋର ଦାଶ): ମାଛ ମାରିବାକୁ ଯାଇ ବୈତରଣୀ ନଦୀ ମୁହାଣରେ ଭାସି ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ହେଉଛନ୍ତି ଟାଙ୍ଗରପଡ଼ା ପଂଚାୟତ…

ଚାକିରି ଛାଡ଼ି ଏବେ ଏହି କାମ କରିବେ ଡିସିପି ଜଗମୋହନ ମୀନା! ଜାଣନ୍ତୁ କେମିତି ଗ୍ରହଣ ହୁଏ ଆଇପିଏସ୍‌ ଅଧିକାରୀଙ୍କ ଇସ୍ତଫା:

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସରକାରୀ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପୋଲିସ ଡିଜିଙ୍କ ମାଧ୍ୟମରେ ରାଜ୍ୟ…

ନାବାଳିକା ବଳାତ୍କାର, ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟି ମାରିଦେଲେ

ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ…

ବେଳାଭୂମି ଅବକ୍ଷୟ ପ୍ରସଙ୍ଗ:ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଗଞ୍ଜାମ,୬।୭(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହେଉଛି ସମୁଦ୍ର l ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଗୋଖର କୁଦାଠାରୁ ପୋଡମ ପେଟା, ବଟେଶ୍ୱର ବେଳାଭୂମି ଦେଇ ପ୍ରାୟଗି…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

ବନ ମହୋତ୍ସବରେ, ଚାରା ରୋପଣ କଲେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ

ଦିଗପହଣ୍ଡି,୭।୭(ଅଶେଷ ନାଥ ମିଶ୍ର):  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri