ଜଙ୍ଗଲରେ ଗୁଳିମାଡ ଘଟଣା: ଭାଇ ସମେତ ୨ ଗିରଫ
ଶଙ୍କରାଖୋଲ,୨୧ା୬(ଡି.ଏନ୍.ଏ.): ଚକାପାଦ ବ୍ଲକ ଟିକାବାଲି ଥାନା ମିଣିଆଖଡି ଜଙ୍ଗଲରେ ଶନିବାର ଗୁଳି ମାଡରେ ଆରାବାକା ପଞ୍ଚାୟତ କାମ୍ବିରିକିଆ ଗ୍ରାମର ଜନକ ମଲ୍ଲିକ ଗୁରୁତର ହୋଇଥିଲେ। ଏହି ଘଟଣାରେ ଟିକାବାଲି ପୋଲିସ ଗୁରୁବାର ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...
ଜିଲାପାଳଙ୍କୁ ଭେଟିଲେ ଠକେଇର ଶିକାର ଛାତ୍ରୀଛାତ୍ର
ଫୁଲବାଣୀ ଅଫିସ, ୨୧ା୬- ଭୁବନେଶ୍ୱରରେ ଏକ ଶିକ୍ଷା ଅନୁଷ୍ଠାନରେ ମାଗଣା ପଢ଼ିବା, ରହିବା, ଖାଇବା ଇତ୍ୟାଦି ପ୍ରଲୋଭନ ଦେଖାଇ କନ୍ଧମାଳର ଜଣେ ଯୁବକ ପାଖାପାଖି ୨୦ ଜଣ ଛାତ୍ରଙ୍କ ସାର୍ଟିଫିକେଟ ନେଇ ଯାଇଛନ୍ତି। ସେପଟେ ମିଥ୍ୟା ଆଡମିଶନ କରାଇ ପଢ଼ିବାକୁ...
ଭଞ୍ଜନଗର କୋର୍ଟରେ ହାଜର ହେଲେ ସବ୍ୟସାଚ୍ଚୀ
ଭଞ୍ଜନଗର,୨୦।୬(ଡି.ଏନ.ଏ.)- ମାଓବାଦୀ ନେତା ସବ୍ୟସାଚ୍ଚୀ ପଣ୍ଡାଙ୍କୁ ଗୁରୁବାର ପୋଲିସ ବିଭିନ୍ନ ମାମଲାର ବିଚାରଣ ପାଇଁ ଭଞ୍ଜନଗର କୋର୍ଟରେ ହାଜର କରିଥିଲା। ଏଥିସହ ମାଓବାଦୀ ହିଂସା ମାମଲାରେ ଜଡିତ ଆଉ ୬ଜଣ କୋର୍ଟରେ ହାଜର ହୋଇଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ଜାମିନରେ...
ସଂଘବଦ୍ଧ ଆକ୍ରମଣ ମାମଲା : ୪ ଫେରାର ଅଭିଯୁକ୍ତ କୋର୍ଟଚାଲାଣ
ଦିଗପହଣ୍ଡି,୨୦ା୬(ଡି.ଏନ୍.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚୁଡ଼ୁଙ୍ଗପୁର ଗ୍ରାମର ବଳରାମ ପାତ୍ର, ଭଗବାନ ପାତ୍ର, ଶଙ୍କର ପାତ୍ର ଓ କୃଷ୍ଣ ପାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାରେ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ପ୍ରକାଶଥାଉ କି, ଚୁଡୁଙ୍ଗପୁର...
ବିଦ୍ୟୁତ୍ ଶର୍ଟ ସର୍କିଟରୁ ନିଆଁ ଲାଗିଲା: ୨ ଭଉଣୀ ମୃତ, ମା’ ଭାଇ ଆହତ
ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୦ା୬- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଗେରୁପଡ଼ା ଗଁାରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଶର୍ଟ ସର୍କିଟ ଯୋଗୁ ଘରେ ନିଆଁ ଲାଗିଯିବାରୁ ୨ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...
ଦକ୍ଷତା ବିକାଶ କେନ୍ଦ୍ରକୁ ଜିଲାପାଳଙ୍କ ପରିଦର୍ଶନ
ଛତ୍ରପୁର,୨୦ା୬(ଡି.ଏନ.ଏ)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ପୂର୍ବାହ୍ନରେ ଅଚାନକ ଛତ୍ରପୁରଠାରେ ଥିବା ୨ଟି ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଓ ବିଜୁ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। କେନ୍ଦ୍ରରେ ଛାତ୍ରୀଛାତ୍ରମାନଙ୍କ ସହ ଆଲୋଚନା କରିବା ସହ...
ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୩ ଆହତ
ହାତୀଓଟ,୨୦ା୬-ଗଞ୍ଜାମ ଜିଲା ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତ ଇଚ୍ଛାପୁର ଗ୍ରାମରେ ମଙ୍ଗଳବାର ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତ ହୋଇଛନ୍ତି। ମୃତକ ହେଲେ ପାଣ୍ଡିରିପଡ଼ାର ପୂର୍ବତନ ସରପଞ୍ଚ ଦଣ୍ଡପାଣି ନାୟକଙ୍କ ପୁଅ...
ଖର୍ଚ୍ଚ ହୋଇପାରୁନି ରୁଷା ପାଣ୍ଠି
ବ୍ରହ୍ମପୁର ଅଫିସ୍,୨୦ା୬-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ଏହା ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକ ରାଷ୍ଟ୍ରୀୟ ଉଚ୍ଚତ୍ତର ଶିକ୍ଷା ଅଭିଯାନ(ରୁଷା) ପାଣ୍ଠି ଖର୍ଚ୍ଚ କରିପାରୁନାହାନ୍ତି। ଗୋଟିଏ ପଟେ ମହାବିଦ୍ୟାଳୟଗୁଡ଼ିକରେ ନାନା ସମସ୍ୟା ଦେଖାଦେଇଛି। ଭିତ୍ତିଭୂମି ଦୁର୍ବଳ ହୋଇଗଲାଣି। ଏହାର ସାମାଧାନ ପାଇଁ ରୁଷା ପାଣ୍ଠି...
ସବୁ ସ୍କୁଲରେ ‘ପିଲାଟିଏ- ଗଛଟିଏ’ ଅଭିଯାନ
ବ୍ରହ୍ମପୁର ଅଫିସ୍,୨୦ା୬-ବାରମ୍ବାର ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହେଉଛି ଗଞ୍ଜାମ ଜିଲା। ଗୋଟିଏ ପରେ ଗୋଟିଏ ବାତ୍ୟା ଏ ଜିଲାର ସବୁଜିମାକୁ ନଷ୍ଟ କରିବାରେ ଲାଗିଛି। ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡ଼ିକ ତରଫରୁ ବ୍ୟାପକ ଚାରାରୋପଣ କରାଯାଉଛି। ହେଲେ ତାହା ଯଥେଷ୍ଟ...
ଜୋରଦାର ହେଲା ପଲିଥିନ ଧରପଗଡ: ଗୋଦାମ ମାଲିକଙ୍କୁ ଗୋଡାଇ ଧରିଲେ
ଭଞ୍ଜନଗର,୧୯।୬(ଡି.ଏନ.ଏ.)- ପଲିଥିନ ଏବଂ ପ୍ଲାଷ୍ଟିକ୍ ବ୍ୟବହାରକୁ ରୋକିବା ପାଇଁ ଭଞ୍ଜନଗର ଏନ୍ଏସି ପକ୍ଷରୁ ବୁଧବାରଠାରୁ ଚଢାଉ ଜୋରଦାର କରାଯାଇଛି। ମଙ୍ଗଳବାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୭ କେଜି ପଲିଥିନ ଜବତ କରାଯାଇଥିବା ବେଳେ ଗୁରୁବାର ୨୫ କେଜି ପଲିଥିନ...
୧୦୩ କେଜି ଗଞ୍ଜେଇ ଜବତ, ୩ ଗିରଫ
ଫିରିଙ୍ଗିଆ,୧୯।୬- ଫିରିଙ୍ଗିଆ ପୋଲିସ ଡିଣ୍ଡିରାଗାଁ ପଞ୍ଚାୟତ ପାଖରେ ଚଢ଼ାଉ କରି ଏକ ଡାଲା ଅଟୋରୁ ୧୦୩ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଫିରିଙ୍ଗିଆର ଜିତେନ୍ଦ୍ର ଦିଗାଲ, ବନ୍ଧୁ ପ୍ରଧାନ...
ନିର୍ଦ୍ଦେଶ ଅବମାନନା କରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସସ୍ପେଣ୍ଡ
ଦାରିଙ୍ଗବାଡ଼ି,୧୯।୬(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନ ବିଇଓଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ବୁଧବାର ସସ୍ପେଣ୍ଡ ହୋଇଛନ୍ତି। ବିଦ୍ୟାଳୟର ଦାୟିତ୍ୱ ହସ୍ତାନ୍ତର ନ କରିବା ସହ...
Archives


