ଗଞ୍ଜାମ

୩ ଦିନରେ ଅନ୍ୟ ରାଜ୍ୟରୁ ଗଞ୍ଜାମ ଫେରିବାକୁ ପଞ୍ଜୀକରଣ କଲେଣି ୮୦୮୧ ଜଣ

ଛତ୍ରପୁର,୨୭ା୪(ଡି.ଏନ୍‌.ଏ.): ତିନିଦିନ ମଧ୍ୟରେ ଅନ୍ୟ ରାଜ୍ୟରୁ ଗଞ୍ଜାମ ଜିଲାକୁ ଫେରିବାକୁ ୮୦୮୧ ଜଣ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିଛନ୍ତି। ଏ ସମ୍ପର୍କରେ ଛତ୍ରପୁରସ୍ଥିତ ଡିଆରଡିଏ କାର୍ଯ୍ୟାଳୟରେ ଥିବା କୋଭିଡ୍‌ ସେଲ୍‌ରୁ ସୂଚନା ମିଳିଛି। ବାହାର ରାଜ୍ୟରୁ ଫେରିବାକୁ ଥିବା ଲୋକେ ପଞ୍ଜୀକରଣ କରିବାକୁ…

ସମୁଦ୍ରପଥ ଦେଇ ଗଞ୍ଜାମ ଫେରୁଛନ୍ତି ଆଉ ୩୫ ମତ୍ସ୍ୟଜୀବୀ, ସଜାଗ ରହିଛି ଆର୍ଯ୍ୟପଲି ମେରାଇନ ପୋଲିସ

ଛତ୍ରପୁର, ୨୭।୪(ଡି.ଏନ୍‌.ଏ.): ସମୁଦ୍ର ପଥଦେଇ ଆଜ ୩୫ ମତ୍ସ୍ୟଜୀବୀ ଚେନ୍ନାଇରୁ ଗଞ୍ଜାମ ଫେରୁଛନ୍ତି। ସୋମବାର ସନ୍ଧ୍ୟା ସୁଦ୍ଧା ସେମାନଙ୍କ ଡଙ୍ଗା ଗଞ୍ଜାମ ସମୁଦ୍ର କୂଳରେ ଲାଗିବ ବୋଲି ଜଣାଯାଇଛି। ଉକ୍ତ ମତ୍ସ୍ୟଜୀବୀମାନେ ଗଞ୍ଜାମ ଜ଼ିଲାର ପତିସୋନପୁର, ରାମେୟାପାଟଣା, ମାରକଣ୍ଡି, ଗୋପାଳପୁର, ଗୋଳାବନ୍ଧ,…

କ୍ୟାନ୍‌ସର ପୀଡ଼ିତ ହୋମଗାର୍ଡଙ୍କ ଚିକିତ୍ସା ପାଇଁ ବିଶାଖାପାଟଣା ପଠାଇଲା ପ୍ରଶାସନ

ଛତ୍ରପୁର,୨୭ା୪(ଡି.ଏନ୍‌.ଏ.) : କ୍ୟାନସର ପୀଡ଼ିତ ତଥା ଗଞ୍ଜାମ ଜିଲା ବିଏନ୍‌ପୁର ଥାନାର ହୋମଗାର୍ଡ ବିଷ୍ଣୁ ପ୍ରସାଦ ବେହେରାଙ୍କ ଚିକିତ୍ସା ଲାଗି ସୋମବାର ଜିଲା ପ୍ରଶାସନ ପକ୍ଷରୁ ବିଶାଖାପାଟଣା ଯିବାର ବ୍ୟବସ୍ଥା କରାଯାଇଛି। ଏନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ୨୭…

ପୋଲିସ ପକ୍ଷରୁ ମାସ୍କ ବଣ୍ଟନ

ପୁରୁଷୋତ୍ତମପୁର,୨୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପକ୍ଷରୁ ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ତତ୍ତ୍ବାବଧାନରେ ପୋଲିସ କର୍ମଚାରୀମାନେ ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ବଣ୍ଟନ କରିଛନ୍ତି। ଏସ୍‌ଆଇ ସୁନିଲ କୁମାର ପ୍ରଧାନ, ଏସ୍‌ଆଇ ଚମ୍ପାବତୀ ମାରାଣ୍ଡି, ଏଏସ୍‌ଆଇ ରବୀନ୍ଦ୍ର ନାଥ ପାଣିଗ୍ରାହୀ,…

ଅଚାନକ ବ୍ଲକର ସମସ୍ତ ଆଇସୋଲେଶନ କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ: ପରିବେଶ ସଫାସୁତରା ରଖିବାକୁ ଦେଲେ ପରାମର୍ଶ

ଶେରଗଡ଼,୨୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ଭୋର୍‌ରୁ ଶେରଗଡ଼ ବ୍ଲକ ଗସ୍ତ କରି ପ୍ରଥମେ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ, ଧନନ୍ତ୍ରରସ୍ଥିତ ନାଥେଶ୍ୱର ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଆଇସୋଲେଶନ କେନ୍ଦ୍ର ତଦାରଖ କରିଥିଲେ। ସେଠାରେ ପାଇଖାନା ଠିକ ନ ଥିବା…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪, ୮୩,୪୪୧ ଟଙ୍କା ପ୍ରଦାନ କଲା ଶେରଗଡ଼ ବ୍ଲକ ଶିକ୍ଷକ ସଂଘ

ଶେରଗଡ଼,୨୭ା୪(ଡି.ଏନ୍‌.ଏ.) : କରୋନା ମହାମାରୀ ପାଇଁ ସମସ୍ତେ ସହାୟତାର ହାତ ବଢ଼ାଉଥିବା ବେଳେ ଶେରଗଡ଼ ଶିକ୍ଷକମାନେ ମଧ୍ୟ ଗୋଟିଏ ଦିନର ଦରମା ପ୍ରଦାନ କରିଛନ୍ତି। ଶେରଗଡ଼ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ରାଜ୍ୟ କୋଭିଡ୍‌ ଫଣ୍ଡ୍‌କୁ ୪ଲକ୍ଷ ୮୩ ହଜାର ୪୪୧ଟଙ୍କା…

ଲକ୍‌ଡାଉନ କଟକଣା ଉଲ୍ଲଂଘନ: ଜୁଆ ଖେଳି ୬ ଗିରଫ, ୫ ହଜାର ଜବତ

ପୁରୁଷୋତ୍ତମପୁର, ୨୭।୪(ଡି.ଏନ୍‌.ଏ.): ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଗଞ୍ଜାମ ଜିଲାରେ ଏହାକୁ ଉଲ୍ଲଂଘନ କରାଯାଇଛି। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ପକ୍ଷରୁ ରବିବାର ରାତ୍ରରେ ଚଢ଼ାଉ କରାଯାଇ ୬ ଜଣଙ୍କୁ…

ଦୋକାନରୁ ଔଷଧ କିଣାରୁ ମିଳୁଛି ତଥ୍ୟ: ୮୧ ଜଣଙ୍କଠାରେ ଶ୍ୱାସକ୍ରିୟା ସମସ୍ୟା, ଫ୍ଲୁ ଥିବା ସ୍ପଷ୍ଟ

ଛତ୍ରପୁର, ୨୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ସବୁ ଘରୋଇ ଔଷଧ ଦୋକାନୀ ସେମାନଙ୍କ ଦୋକାନରୁ ଔଷଧ କିଣୁଥିବା ଲୋକଙ୍କ ତଥ୍ୟ ଦୈନିକ ଡ୍ରଗ ଇନ୍ସପେକ୍ଟରଙ୍କୁ ଦେବା ବାଧ୍ୟତାମୂଳକ ରହିଛି। ତେବେ ଗତ ତିନିଦିନରେ ଜିଲାର ୪୮୮ ଦୋକାନରୁ ୭ ହଜାର ୭୪୨ ଜଣ…

ଏମ୍‌କେସିଜିରେ ପୁଣି ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ,୨୬ା୪-ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ରବିବାର ଜଣେ କରୋନା ସନ୍ଦିିଗ୍ଧ ଭର୍ତ୍ତି ହୋଇଛନ୍ତି। ସେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ରବିବାର ସକାଳେ ସେ ନିଜ ଘର ଚିକିଟକୁ ଫେରିଥିଲେ। ତାଙ୍କର କାଶ…

ଲକ୍‌ଡାଉନରେ କୋହଳ: ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ହାର

ବ୍ରହ୍ମପୁର ଅଫିସ,୨୬ା୪-ବ୍ରହ୍ମପୁରରେ ରବିବାର ସକାଳେ ମାସ୍କ ପିନ୍ଧା ଦୁର୍ବୃତ୍ତ ୨ଟି ଥାନା ଇଲାକାରେ ମହିଳାଙ୍କୁ ଟାର୍ଗେଟ କରିଛନ୍ତି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଭାବାନଗର ଛକ ନିକଟ ଦେଇ ଯାଉଥିବା ଇ.ଜ୍ୟୋତି ପାତ୍ର ନାମ୍ନୀ ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ହାର ଝାମ୍ପି…

ଚିନ୍ତା ବଢାଇଛି ରାଜ୍ୟ ବାହାରୁ ଆସୁଥିବା ଟ୍ରକ

ବୁଗୁଡ଼ା,୨୬ା୪(ଡି.ଏନ.ଏ.)-ମହାମାରୀ କରୋନା ସଂକ୍ରମଣର ଭୟ ଅଞ୍ଚଳବାସୀଙ୍କୁ ବ୍ୟସ୍ତ କରୁଥିବାବେଳେ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ବୁଗୁଡ଼ା ସହରବାସୀଙ୍କ ଚିନ୍ତାର କାରଣ ପାଲଟିଛି। ଏଠାକାର ପରିବା ବଜାର ସହରର ମଧ୍ୟଭାଗରେ ରହିଥିବାବେଳେ ଚାରିପଟେ ଅରବିନ୍ଦନଗର, ବାଲିପିଣ୍ଡି ସାହି, ତେଲିସାହି ଓ ମୁଖ୍ୟ ସଡ଼କ…

ବାଉଁଶ ଗଛରେ ଫୁଲ, ମରୁଡ଼ି ଆଶଙ୍କା

କବିସୂର୍ଯ୍ୟନଗର୨୬ା୪- କବିସୂର୍ଯ୍ୟନଗରରେ ବାଉଁଶ ଗଛରେ ଫୁଲ ଫୁଟିବା ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। କରୋନା ମହାମାରୀ ଯୋଗୁ ମାନବଜାତି ହନ୍ତସନ୍ତ ହେଉଥିବାବେଳେ ବାଉଁଶ ପଛରେ ଫୁଲ ଧରିବା ଆଉ ଏକ ବିପତ୍ତିର ପୂର୍ବାଭାସ ବୋଲି ଅଞ୍ଚଳବାସୀ ଅନୁମାନ କରୁଛନ୍ତି। ବାଉଁଶ ଗଛରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?