ଗଞ୍ଜାମ

ବିପୁଳ ପରିମାଣର ଦେଶୀ ମଦ ଜବତ

ଆର.ଉଦୟଗିରି,୨୯ା୪(ଡି.ଏନ.ଏ.)- ଗଜପତି ଜିଲାପାଳ ଅନୁପମ ସାହା ଏବଂ ଅବକାରୀ ଅଧ୍ୟକ୍ଷ ପ୍ରଦୀପ କୁମାର ପାଣିଗ୍ରାହିଙ୍କ ନିର୍ଦ୍ଦେଶକ୍ରମେ ଆର.ଉଦୟଗିରି ଅବକାରୀ ବିଭାଗ, ରାମଗିରି ପୋଲିସ ଓ ବ୍ରହ୍ମପୁର ଇଆଇବିଆଇ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିଛି। ଭାଲିଆସାହି,…

କୋଭିଡ୍‌ ଫଣ୍ଡକୁ ଶିକ୍ଷକ ଦେଲେ ୬.୭୪ ଲକ୍ଷ

ପାଟପୁର,୨୯ା୪- ସାନଖେମୁଣ୍ଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମେତ ଶିକ୍ଷା ସହାୟକ, ଗଣଶିକ୍ଷକ କନିଷ୍ଠ ବର୍ଗ ଶିକ୍ଷକମାନେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (କୋଭିଡ୍‌)କୁ ୬ ଲକ୍ଷ ୭୪ ହଜାର ୭୫ ଟଙ୍କା ପ୍ରଦାନ କରିଛନ୍ତି। ସମସ୍ତ ବର୍ଗର…

ପ୍ରବାସୀ ସୁରଟ ଫେରନ୍ତାଙ୍କ ପାଇଁ ପ୍ରସ୍ତୁତି, ସମୀକ୍ଷା କଲେ ଜିଲାପାଳ

ଧରାକୋଟ,୨୯ା୪(ଡି.ଏନ.ଏ.)- ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ ମଧ୍ୟରୁ ୨ଟି ଧରାକୋଟରେ ରହିବ। ଏନେଇ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। କୁଡ଼ାଗୁମା ଆଦର୍ଶ ବିଦ୍ୟାଳୟରରେ ୧୦୦ ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ ସେଣ୍ଟର ହୋଇଛି। ବୁଧବାର…

ବଜ୍ରପାତରେ ଗୋରୁଚରାଳୀଙ୍କ ମୃତ୍ୟୁ

ଭଞ୍ଜନଗର,୨୯।୪(ଡି.ଏନ.ଏ)- ତାରସିଂ ଥାନା ତୋଲଡ଼ିରେ ବୁଧବାର ବଜ୍ରପାତରେରେ ଜଣେ ଗୋରୁ ଚରାଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ତୋଲାଡିର ଲକ୍ଷ୍ମଣ ବେହେରା (୩୦)। ଲକ୍ଷ୍ମଣ ଗୋରୁ ନେଇ ଯାଇଥିବାବେଳେ ଅପରାହ୍ନ ୫ଟାରେ ବଜ୍ରପାତରେ ଗୁରୁତର ହୋଇଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ…

ଲୋକଙ୍କୁ ମାକ୍ସ ପିନ୍ଧାଇ ସଚେତନ କଲା ଗଞ୍ଜାମ ପୋଲିସ

ଗଞ୍ଜାମ,୨୯ା୪(ଡି.ଏନ୍‌.ଏ.)- ବର୍ତ୍ତମାନ କରୋନା ଭୂତାଣୁ ସାରା ବିଶ୍ୱରେ କାୟାବିସ୍ତାର କରି ଚାଲିଛି। ଏଥିପାଇଁ ସରକାର ଓ ଜିଲା ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସାମାଜିକ ଦୂରତା, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଏବଂ ମାକ୍ସ ବ୍ୟବହାର ନେଇ କଟକଣା…

ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ଆକ୍ରମଣ : ଯୁବକ କୋର୍ଟ ଚାଲାଣ

ପୁରୁଷୋତ୍ତମପୁର,୨୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ମହାମାରୀ କରୋନାକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ି ଦିନରାତି ଏକ କରି ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରୁଥିବାବେଳେ ଏହି ସମୟରେ କାର୍ଯ୍ୟରତ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାରଙ୍କୁ ମଙ୍ଗଳବାର…

ଏମ୍‌କେସିଜିରେ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି: ଚେନ୍ନାଇରୁ ଫେରିଥିଲେ ଫୁଲବାଣୀ

ବ୍ରହ୍ମପୁର ଅଫିସ ,୨୬।୪ – ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି ) ମେଡିକାଲରେ ବୁଧବାର ଜଣେ ସନ୍ଦିଗ୍ଧ କରୋନା ବ୍ୟକ୍ତି ଭର୍ତ୍ତି ହୋଇଛନ୍ତି। ସେ ଜଣେ ଡ୍ରାଇଭର। ୨ ଦିନ ତଳେ ଟ୍ରକ୍‌ରେ ମାଲ ବୋଝେଇ କରି ସେ ଚେନ୍ନାଇରୁ ଫୁଲବାଣୀ…

ସୁରଟରୁ ୧୮୦୦ କିଲୋମିଟର ସାଇକେଲରେ ଆସି ଗାଁରେ ପହଞ୍ଚିଲେ ଯୁବକ: ଗ୍ରାମବାସୀଙ୍କ ବିରୋଧ, ରହିଲେ ସଙ୍ଗରୋଧ ଗୃହରେ

ବୁଗୁଡ଼ା,୨୯ା୪(ଡି.ଏନ୍‌.ଏ.): ସୁରଟରୁ ଦୀର୍ଘ ୧୮୦୦ କିଲୋମିଟର ରାସ୍ତା ସାଇକେଲ ଚଲାଇ ବୁଗୁଡ଼ା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ରରେ ମଙ୍ଗଳବାର ସନ୍ଧ୍ୟାରେ ପହଞ୍ଚିଥିଲେ ଦୁର୍ଯ୍ୟୋଧନ ପ୍ରଧାନ। ବର୍ତ୍ତମାନ ଦେଶରେ ଲକ୍‌ଡାଉନ୍‌ ଯୋଗୁ ସୁରଟରେ କମ୍ପାନୀ ବନ୍ଦ ହେବା ପରେ ସେ କୌଣସି କାମଧନ୍ଦା ନ…

ଛତ୍ରପୁର ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ସାନିଟାଇଜେଶନ ମେଶିନ

ଛତ୍ରପୁର,୨୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ହସ୍ପିଟାଲରେ ସମ୍ପୂର୍ଣ୍ଣ ଅଟୋମେଟିକ୍‌ ସାନିଟାଇଜେଶନ ମେଶିନ ସ୍ଥାପନ ହୋଇଛି। ଛତ୍ରପୁର ରୋଟାରି କ୍ଲବ ପକ୍ଷରୁ ଏହି ମେଶିନ ହସ୍ପିଟାଲକୁ ଦିଆଯାଇଛି। ବୁଧବାର ଏହା କାର୍ଯ୍ୟକ୍ଷମ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର…

ଆଇସୋଲେଶନ କେନ୍ଦ୍ରର ପ୍ରସ୍ତୁତି କାର୍ଯ୍ୟ ତଦାରଖ କଲେ ଜିଲାପାଳ

ଶେରଗଡ଼,୨୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଆଦର୍ଶ ବିଦ୍ୟାଳୟରେ ପ୍ରଶାସନ ପକ୍ଷରୁ ଏକ ଆଇସୋଲେଶନ କେନ୍ଦ୍ର ଖୋଲାଯାଇଛି। ବୁଧବାର ସନ୍ଧ୍ୟାରେ ସୁରଟରୁ ଫେରୁଥିବା ୧୧୪ ଜଣଙ୍କୁ ଏଠାରେ ରଖାଯିବ। ସେମାନଙ୍କୁ ୧୪ଦିନ ରଖାଯିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସ୍ବାସ୍ଥ୍ୟ ଠିକ୍‌ ଥିଲେ…

ଛାତ ପଡ଼ି ଶିଶୁପୁତ୍ରର ଜୀବନଗଲା, ମା’ ଗୁରୁତର

ଛତ୍ରପୁର,୨୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ମାଟିଖାଲ ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଭୋର୍‌ ସମୟରେ ମା ଓ ପୁଅ ଶୋଇଥିବା ବେଳେ ଘରର ଛାତ ତାଙ୍କ ଉପରେ ଖସି ପଡ଼ିଯାଇଥିଲା। ପରେ ମା’ ପୁଅଙ୍କୁ ଉଦ୍ଧାର…

କରୋନା ସହାୟତା: ନିରାଶ୍ରୟଙ୍କ ପାଇଁ ଖାଦ୍ୟ ସାମଗ୍ରୀ ପ୍ରଦାନ କଲା ଗୋପାଳପୁର ପୋର୍ଟ

ଛତ୍ରପୁର, ୨୯।୪(ଡି.ଏନ୍‌.ଏ.): କରୋନା ସହାୟତା ନେଇ ଗଞ୍ଜାମ ଜିଲା ଗୋପାଳପୁର ପୋର୍ଟ ପକ୍ଷରୁ ୨୦୦ ଖାଦ୍ୟ ପ୍ୟାକେଟ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନଙ୍କୁ ପ୍ରଦାନ କରାଯାଇଛି। ନିରାଶ୍ରୟ ଓ ଗରୀବଙ୍କୁ ଏହା ବଣ୍ଟନ କରାଯିବ। ଏହି ଅବସରରେ ଛତ୍ରପୁର ଥାନାଧିକାରୀ ପ୍ରିୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?