ଗଞ୍ଜାମ ଜିଲା ପ୍ରଶାସନର ଚେତାବନୀ: କୋଭିଡ-୧୯ ନିୟମ ନ ମାନିଲେ ସିଲ୍ ହେବ ଦୋକାନ
ଗଞ୍ଜାମ,୨।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତାରେ ଜିଲା ପ୍ରଶାସନ। ଏହିପାଇଁ ରେଶମ ସହର ବ୍ରହ୍ମପୁର ଓ ଜିଲା ସଦର ମହକୁମା ଛତ୍ରପୁରକୁ ଶଟ୍ଡାଉନ ଘୋଷଣା କରିଥିଲେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ…
ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ: ୭ ଦିନ ଖମାରି ଗାଁ ଶଟ୍ଡାଉନ୍
ଦିଗପହଣ୍ଡି,୨ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁରେ ୪ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଭୟରେ ଗୁରୁବାର ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ପାତ୍ର ଜିଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି। ସମ୍ପୂର୍ଣ୍ଣ ଗାଁକୁ ସେ ୭…
ଗଞ୍ଜାମରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ବନ୍ଦ କରିବାକୁ ନିର୍ଦ୍ଦେଶ
ଛତ୍ରପୁର,୨।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ଗତ ୩୦ ଜୁନ ମଧ୍ୟରେ ବିଭିନ୍ନ ପଞ୍ଚାୟତରେ ଚାଲୁ ରହିଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ବନ୍ଦ କରାଯାଇ, ନୂତନ ଭାବେ ଗଠନ ହୋଇଥିବା କ୍ଲଷ୍ଟର ଅସ୍ଥାୟୀ…
ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର କରୋନା ପଜିଟିଭ ଚିହ୍ନଟ
ପୁରୁଷୋତ୍ତମପୁର,୨।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କର ସ୍ବାବ ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ବୁଧବାର ରାତିରେ ତାଙ୍କୁ କୋଭିଡି ହସ୍ପିଟାଲକୁ ଚିକିତ୍ସା ଲାଗି ପଠାଇ ଦିଆଯାଇଛି। ପରେ…
ଦିନକରେ ୯୫ କରୋନା ପଜିଟିଭ ଚିହ୍ନଟ: ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬୭କୁ ବୃଦ୍ଧି
ଛତ୍ରପୁର,୨।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଗୁରୁବାର ଦିନକରେ ୯୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୬୭କୁ ବୃଦ୍ଧି ପାଇଛି । ଏଥି ମଧ୍ୟରୁ ୧୦୪୧ ଜଣ ସୁସ୍ଥ ହୋଇଥିବା ବେଳେ ୫୧୦ ଆକ୍ରାନ୍ତ…
କରୋନା ନେଲା ଆଉ ଏକ ମୁଣ୍ଡ: ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି
ଛତ୍ରପୁର,୨।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। ମୃତକ ଜଣକ ୪୯ ବର୍ଷୀୟ ପୁରୁଷ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଗୁରୁବାର ଏ…
ଗଞ୍ଜାମ ଜିଲାପାଳଙ୍କ ଶେରଗଡ଼ ବ୍ଲକ ଗସ୍ତ: କହିଲେ ଜୁଲାଇ ମାସରେ ସତର୍କ ରହିବାକୁ ପଡ଼ିବ
ଶେରଗଡ଼,୨।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଭୋରରୁ ଶେରଗଡ଼ ବ୍ଲକ ଗସ୍ତରେ ଆସିଛନ୍ତି। ଏହି ସମୟରେ ସେ ବ୍ଲକ ସମ୍ମୁଖରେ ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି। ଜିଲାପାଳ ସରପଞ୍ଚମାନଙ୍କୁ ନିଜ ପଞ୍ଚାୟତର ସମସ୍ତ ୱାର୍ଡରେ ଗୋଟିଏ ଲେଖାଏ କମିଟି…
ଗୋବିନ୍ଦପୁର ବଡ଼ପୋଖରୀରେ ଗାଧୋଇବାକୁ ବାରଣ କଲେ ତହସିଲଦାର: ପୂରା ଗ୍ରାମ ବୁଲି କଲେ ଅନୁରୋଧ
ଶେରଗଡ଼,୨।୭(ଡି.ଏନ୍.ଏ.):ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ପ୍ରତିଦିନ ତହସିଲ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଶେରଗଡ଼ ପରିବା ବଜାରକୁ ନିର୍ଜନ ସ୍ଥାନକୁ ଘୁଞ୍ଚାଇ…
ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ କରୋନା ଆକ୍ରାନ୍ତ
ବୁଗୁଡ଼ା,୨ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନାର ୬ ପୋଲିସ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗର ୫ କର୍ମଚାରୀ କିଛିଦିନ ତଳେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟର ଜଣେ କନିଷ୍ଠ ଯନ୍ତ୍ରୀ କରୋନା ଆକ୍ରାନ୍ତ ହୋଇ କୋଭିଡ୍…
ଉପ ଜିଲାପାଳଙ୍କ ନିର୍ଦ୍ଦେଶପରେ ଚାରାରୋପଣ ସ୍ଥଗିତ
ଭଞ୍ଜନଗର,୧।୭(ଡି.ଏନ.ଏ)- ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ତନରଡ଼ା ଗୋଚର ଜମିରେ ଚାରାରୋପଣ ଯୋଜନାକୁ ନେଇ ବନ ବିଭାଗ ଓ ଆଇଆର୍ବି ବାଟାଲିୟନ ମଧ୍ୟରେ ଶୁକ୍ରବାର ବିବାଦ ଦେଖାଦେଇଥିଲା। ଏନେଇ ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ ଜାଣିବା ପରେ ମଙ୍ଗଳବାର ଚାରାରୋପଣକୁ…
କିରୋସିନ ଚୋରା ଚାଲାଣ ବେଳେ ଗୋଡେଇ ଧରିଲେ ଗ୍ରାମବାସୀ
ଦିଗପହଣ୍ଡି,୨ା୭(ଡି.ଏନ୍.ଏ.)- ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମରୁ ବୁଧବାର ଟ୍ରାକ୍ଟର ଯୋଗେ ୨ ବ୍ୟାରେଲ ପିଡିଏସ୍ କିରୋସିନ ଚୋରାଚାଲାଣ ବେଳେ ଗ୍ରାମବାସୀ ପିଛା କରିଥିଲେ। ସମ୍ପୃକ୍ତ ବ୍ୟକ୍ତି ବ୍ୟାରେଲ ଫୋପାଡି ଫେରାର ହୋଇଯାଇଛନ୍ତି। ଦିଗପହଣ୍ଡି ଯୋଗାଣ ନିରୀକ୍ଷକ ସୌଭାଗ୍ୟ ରଞ୍ଜନ ନାୟକ…
ବେଢା ଭିତରେ ହେଲା ବାହୁଡା ଯାତ୍ରା
ଧରାକୋଟ,୨ା୭(ଡି.ଏନ୍.ଏ.)- ଓଡ଼ିଶାର ଯେତେ ଗଡ଼ଜାତ ରାଜ୍ୟ ରହିଛି ସେଥିମଧ୍ୟରୁ ଧରାକୋଟ ଗଡ଼ର ବାହୁଡ଼ା ଯାତ୍ରା ନିଆରା। କିନ୍ତୁ ଚଳିତବର୍ଷ ମହାମାରୀ କରୋନା ପାଇଁ ଶହ ଶହ ବର୍ଷର ପରମ୍ପରା ଭାଙ୍ଗିଛି। ମନ୍ଦିର ବେଢ଼ା ଭିତରେ ସମ୍ପନ୍ନ ହୋଇଛି ଶ୍ରୀଜୀଉଙ୍କ ବାହୁଡା ଯାତ୍ରା।…

