ଗଞ୍ଜାମ

ଅଧ୍ୟକ୍ଷ ପଦବୀକୁ ନେଇ ଥମୁନି ଅଶାନ୍ତି: ବ୍ଲକରେ ଜନପ୍ରତିନିଧିଙ୍କ ହୋହଲ୍ଲା

ପୁରୁଷୋତ୍ତମପୁର, ୨୦ା୧୨ (ଡି.ଏନ.ଏ.)- ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ଲାଗି ରହିଥିବା ଅଶାନ୍ତି ଥମିବାର ନାଁ ନେଉନାହିଁ। ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ପଦବୀରୁ ହଟାଇବା ଲାଗି ଅଧିକାଂଶ ସରପଞ୍ଚ, ସମିତିସଭ୍ୟ ଲାଗି ପଡିଛନ୍ତି।…

ବେଆଇନ କ୍ଲିନିକ ଉପରେ ଚଢ଼ାଉ

ଦିଗପହଣ୍ଡି,୨୦ା୧୨(ଡି.ଏନ.ଏ.)-ଦିଗପହଣ୍ଡି ସହର ସମେତ ଗ୍ରାମାଞ୍ଚଳ ମାନଙ୍କରେ ବେନିୟମ ଭାବେ ବହୁ ସଂଖ୍ୟାରେ ପାଥୋଲୋଜି କ୍ଲିନିକ ଖୋଲାଯାଇଛି। ଅଭିଯୋଗ ପାଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଡ୍ରଗ୍ସ ଇନ୍ସପେକ୍ଟର ଲଳିତ କୁମାର ସାହୁ ଓ ସ୍ଥାନୀୟ ତହସିଲଦାର ତଥା…

ଯୁକ୍ତ ୨ ପ୍ରଥମବର୍ଷ ପରୀକ୍ଷା ବାତିଲ

ବ୍ରହ୍ମପୁର ଅଫିସ,୨୦ା୧୨- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ଅର୍ଦ୍ଧବାର୍ଷିକ ପରୀକ୍ଷା କେବଳ ନାମକୁ ମାତ୍ର। କଲେଜ କର୍ତ୍ତୃପକ୍ଷ ହାତରେ ଏହି ପରୀକ୍ଷା କରାଇବା ନେଇ ପରିଷଦ ଦାୟିତ୍ୱ ନ୍ୟସ୍ତ କରିଛି।…

‘ଛାତ୍ରୀଛାତ୍ରଙ୍କୁ ହସିବାର ସୁଯୋଗ ଦେବା ଆମ କର୍ତ୍ତବ୍ୟ’

ବେଗୁନିଆପଡ଼ା,୨୦ା୧୨(ଡି.ଏନ.ଏ.)- ବେଗୁନିଆପଡା ବ୍ଲକ ସାଙ୍କୁଡା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶତବାର୍ଷିକୀ ସମାରୋହ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ କହିଥିଲେ, ନାରୀମାନଙ୍କୁ ସମ୍ମାନ ଦେବା ହେଉଛି ଆମର ଧର୍ମ।…

ଉପଜିଲାପାଳଙ୍କ ହସ୍ତକ୍ଷେପ ପରେ ବ୍ଲକ କର୍ମଚାରୀଙ୍କ ଧାରଣା ପ୍ରତ୍ୟାହୃତ

ଗୋପାଳପୁର/କନିଷି,୨୦ା୧୨(ଡି.ଏନ.ଏ.)- ରଙ୍ଗେଇଲୁଣ୍ଡା ବିଡିଓଙ୍କୁ ମଙ୍ଗଳବାର ଅପରାହ୍ନରେ ଇନ୍ଦ୍ରାକ୍ଷୀ ସରପଞ୍ଚ ଗାଳିଗୁଲଜ ଓ ଠେଲାପେଲା କରିଥିବା ପ୍ରତିବାଦରେ ବୁଧବାର ବ୍ଲକ କର୍ମଚାରୀ, ସମନ୍ବିତ ଶିଶୁ ବିକାଶ କର୍ମଚାରୀ, କୃଷି ଓ ଅନ୍ୟ ବିଭାଗର କର୍ମଚାରୀମାନେ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ଗୁରୁବାର ମଧ୍ୟ…

ଗ୍ୟାରେଜରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିିଗଲା

ବ୍ରହ୍ମପୁର ଅଫିସ,୨୦ା୧୨: ଟାଉନ ଥାନା ଅନ୍ତର୍ଗତ ଗେଟବଜାର ନିକଟ ରେଡ଼ିଓ ଷ୍ଟେଶନ କଡରେ ଥିବା ଏକ ବାଇକ୍‌ ଗ୍ୟାରେଜରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଅଁାକୁ…

ବନ୍ଧୁକଧାରୀଙ୍କ ଉନ୍ମତ୍ତକାଣ୍ଡ : ଅଭିଯୁକ୍ତ ଅଧ୍ୟାପକ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ,୨୦ା୧୨- ଟାଉନ ଥାନା ଅନ୍ତର୍ଗତ ଧର୍ମନଗର ବଜାଜ ଫାଇନାନ୍ସ କମ୍ପାନୀ ସମ୍ମୁଖରେ ବୁଧବାର ସନ୍ଧ୍ୟାରେ ଜଣେ ଅଧ୍ୟାପକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଥିଲା। ବନ୍ଧୁକ ଧରି ସେଠାରେ ସମସ୍ତଙ୍କୁ ଭୟଭୀତ କରୁଥିଲେ। ଟାଉନ ଥାନା ପୋଲିସ ମାମଲା ନମ୍ବର ୨୫୮/୧୯ରେ ଅଭିଯୁକ୍ତ…

୨ ମେଧାବୀ ଛାତ୍ରଙ୍କୁ ପଢ଼ାଇବ ବିଡେକା

ଭଞ୍ଜନଗର,୧୯।୧୨(ଡି.ଏନ.ଏ)-ଭଞ୍ଜନଗର ଜଳସମ୍ପଦ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବିଡେକା) ଚଳିତବର୍ଷ ୨ ମେଧାବୀ ଛାତ୍ରଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ଛାତ୍ର ଷଷ୍ଠ ଶ୍ରେଣୀର ଓମ୍‌ ବେହେରା ଓ ୭ମ ଶ୍ରେଣୀର ଓମ୍‌ ପ୍ରଭୁଜିତ୍‌ଙ୍କ ପାଠପଢ଼ା ବାବଦ…

୨୯ରେ ରାଜ୍ୟସ୍ତରୀୟ ଓପନ୍‌ ଚେସ୍‌ ଟୁର୍ନାମେଣ୍ଟ

ସୋରଡ଼ା,୧୯ା୧୨(ଡି.ଏନ.ଏ.)-ଓଡ଼ିଶା ଚେସ୍‌ ସଂଘ ଓ ସୋରଡ଼ା ଚେସ ସଂଘ ମିଳିତ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଓପନ ଚେସ୍‌ ଟୁର୍ନାମେଣ୍ଟ ଆସନ୍ତା ୨୯ ତାରିଖରେ ସ୍ଥାନୀୟ ବୈଷୟିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଏଥିନିମନ୍ତେ ସୋରଡ଼ା ଚେସ୍‌ ସଂଘର ମୁଖ୍ୟ ବିଚାରକ ରମେଶ…

ଜାଗା ସମୀକ୍ଷା ବୈଠକ :୪୩୯ ବସ୍ତି ବାସିନ୍ଦାଙ୍କୁ କରାଯାଇନି ଥଇଥାନ

ଛତ୍ରପୁର,୧୯ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଜାଗା ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନର ଅଗ୍ରଗତି ସମୀକ୍ଷା ବୈଠକ ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା)ର ପିଡି ସୁଦାମ ଚରଣ ମଣ୍ଡଳ ଅଧ୍ୟକ୍ଷତା କରିଥିଲେ । ଜିଲାର…

ମହିଳାଙ୍କୁ ହତ୍ୟା ଘଟଣା :  ଅଭିଯୁକ୍ତ ଟୁନାଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର ଅଫିସ,୧୯ା୧୨-ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ (ଏଡିଜେ) -୧ ଡ.ପ୍ରସନ୍ନ କୁମାର ପଣ୍ଡା ଜଣେ ମହିଳାଙ୍କୁ ବିୟର ବୋତଲରେ ଭୁସି ହତ୍ୟା କରାଯାଇଥିବା ମାମଲାର ବୁଧବାର ଶୁଣାଣି କରିଥିଲେ। ଅଭିଯୁକ୍ତ ଟୁନା ଡାକୁଆଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା…

ଋଣ ପରିଶୋଧକୁ ନେଇ ଉନ୍ମତକାଣ୍ଡ : ଖେଳଣା ବନ୍ଧୁକ ସହ ଅଧ୍ୟାପକ ଗିରଫ

ବ୍ରହ୍ମପୁର ଅଫିସ,୧୯ା୧୨-ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଧର୍ମନଗରସ୍ଥିତ ବଜାଜ ଫାଇନାନ୍ସ କମ୍ପାନୀ ସମ୍ମୁଖରେ ବୁଧବାର ସନ୍ଧ୍ୟାରେ ଜଣେ ଅଧ୍ୟାପକଙ୍କ ଉନ୍ମତକାଣ୍ଡ ଦେଖିବାକୁ ମିଳିଛି। ହାତରେ ଖେଳଣା ବନ୍ଧୁକ ଧରି ସେଠାରେ ସମସ୍ତଙ୍କୁ ଭୟଭୀତ କରୁଥିଲେ। ଟାଉନ ଥାନା ଅଧିକାରୀ ସୁରେଶ କୁମାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri