ଗଞ୍ଜାମ

ତାରାତାରିଣୀ କଲେଜରେ ୩ କର୍ମଚାରୀଙ୍କୁ କରୋନା: ବନ୍ଦ ହେଲା କ୍ୟାମ୍ପସ

ପୁରୁଷୋତ୍ତମପୁର,୭।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ୩ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ କଲେଜ ଅଧ୍ୟକ୍ଷ ସୀମାଞ୍ଚଳ ପଟ୍ଟନାୟକ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶ (ବ୍ରହ୍ମପୁର)ଙ୍କୁ ଜଣାଇ ଥିଲେ। ତାଙ୍କ ପରାମର୍ଶ କ୍ରମେ କଲେଜ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ରୂପେ…

ନିର୍ମାଣାଧୀନ ନାଳରେ ସ୍କୁଟି ସହ ଖସିପଡ଼ିଲେ ଯୁବକ, ଛାତିରେ ପଶିଗଲା ଲୁହାରଡ୍‌

ବ୍ରହ୍ମପୁର ଅଫିସ,୭ା୮: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଓଭରବ୍ରିଜ ନିକଟରେ ଏକ ଅଘଟଣ ଘଟିଛି। ଅର୍ଦ୍ଧନିର୍ମିତ ନାଳର ଲୁହାରଡ୍‌ ଯୁବକଙ୍କ ବାମ ଛାତି ଭିତରେ ପଶିଯାଇ ମୃତ୍ୟୁ ଘଟିଛି। ଖବର ପାଇ ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ…

ପୋଲିସ ଅଧିକାରୀ, କର୍ମଚାରୀଙ୍କ ସେରୋଲୋଜିକାଲ ଟେଷ୍ଟ

ବ୍ରହ୍ମପୁର ଅଫିସ ,୭ା୮- ବ୍ରହ୍ମପୁର ପୋଲିସ ଜିଲାରେ କାର୍ଯ୍ୟରତ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କର ଗୁରୁବାର ସେରୋଲୋଜିକଲ ଟେଷ୍ଟ ସ୍ଥାନୀୟ ଆମ୍ବପୁଆ ରିଜର୍ଭ ପଡିଆରେ ଏସ୍‌ପି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏସ୍‌ପି ମିଶ୍ର ଓ ତାଙ୍କ ସ୍ତ୍ରୀ ଡାକ୍ତର…

ଆସିକା ସବ୍‌ଜେଲର ୩ କର୍ମଚାରୀଙ୍କୁ କରୋନା

ଆସିକା,୬ା୮(ଡି.ଏନ୍‌.ଏ.)- ଆସିକା ବ୍ଲକ୍‌, ତହସିଲ୍‌, ଥାନା, ଡାକ୍ତରଖାନାରୁ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏବେ ସବ୍‌ଜେଲରେ ପହଞ୍ଚତ୍ଛି ସଂକ୍ରମଣ। ଆସିକା ସବ୍‌ଜେଲରେ ମଙ୍ଗଳବାର କର୍ମଚାରୀଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ଗୁରୁବାର ୨ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଗୁରୁବାର ପୁଣି ୧୬…

‘ପିଜି ଡାକ୍ତରଙ୍କୁ ଜିଲାକୁ ପଠାଇଲେ ଏମ୍‌କେସିଜିରେ ବାଧାପ୍ରାପ୍ତ ହେବ ରୋଗୀସେବା’

ବ୍ରହ୍ମପୁର ଅଫିସ,୬ା୮: ରାଜ୍ୟର ବିଭିନ୍ନ ମେଡିକାଲ କଲେଜର ପିଜି ଡାକ୍ତରଙ୍କୁ କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲାକୁ ପଠାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହାକୁ ନେଇ ଆପତ୍ତି ଉଠାଇଛି ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଜୁନିଅର ଡାକ୍ତର…

ଗାଁ ମଣ୍ଡପରେ ବୃଦ୍ଧଙ୍କ ଗଳା କାଟି ହତ୍ୟା

ପାଟପୁର,୫ା୮- ଗଞ୍ଜାମ ଜିଲା ପାଟପୁର ଥାନା ପ୍ରତାପଗିରି ଗ୍ରାମ କୋଠଘର ମଣ୍ଡପରୁ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଉକ୍ତ ଗ୍ରାମର ଆର୍‌. ଖରଡା ପାତ୍ର (୬୫)। ଖରଡାଙ୍କ ପୁଅ ଭୀମଙ୍କ ଏତଲାକ୍ରମେ ପାଟପୁର ପୋଲିସ…

ଭଞ୍ଜନଗରରେ ହେବ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ

ଭଞ୍ଜନଗର,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ହେବ। ସେଥିରେ ୧୦ ଆଇସିୟୁ ବେଡ୍‌ ରହିବ। ରାଜ୍ୟ ସରକାର ଏବଂ କଳିଙ୍ଗ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (କିମ୍ସ)ର ମିଳିତ ସହଯୋଗରେ…

ଗଜପତି ନଗରରେ ଗୋଷ୍ଠୀ ସଂଘର୍ଷ

ବ୍ରହ୍ମପୁର ଅଫିସ,୫।୮: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତି ନଗରରେ ମଙ୍ଗଳବାର ବିଳମ୍ବିତ ରାତିରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଗୋଟିଏ ଗୋଷ୍ଠୀର ବିକାଶ ପ୍ରଧାନ(୨୦) ଓ ତାଙ୍କ ୨ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି ।…

ଗଞ୍ଜାମ ଏନ୍‌ଏସିରେ କରୋନା ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୩୦, ୧ ମୃତ

ଗଞ୍ଜାମ,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ ମହାମାରୀ କରୋନା ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିବା ଜଣାପଡିଛି l ଏହି ଏନ୍‌ଏସିରେ ଗତ ଜୁନ୍‌ ମାସରେ ପ୍ରଥମ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିଲେ l ବର୍ତ୍ତମାନ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଛି।…

କରୋନା ଯୋଦ୍ଧା ଏଏସ୍‌ଆଇଙ୍କର କରୋନାରେ ମୃତ୍ୟୁ: ଗାର୍ଡ ଅଫ୍‌ ଅନର ଦେଲା ଗଞ୍ଜାମ ପୋଲିସ

ଛତ୍ରପୁର, ୪।୮(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲା ଅଧୀନ ତାରସିଂ ଥାନାର କରୋନା ଯୋଦ୍ଧା ଏଏସ୍‌ଆଇ ଶିବରାମ ଦାଶଙ୍କର ସୋମବାର କରୋନାରେ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ଛତ୍ରପୁର ଠାରେ ତାଙ୍କର ପାର୍ଥିବ ଶରୀରକୁ ପୋଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି। ଗଞ୍ଜାମ…

ଶେରଗଡ଼ରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨୭୭; ସୁସ୍ଥ ହେଲେଣି ୨୫୪, ୨ ମୃତ

ଶେରଗଡ଼, ୪।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଶେରଗଡ଼ ବ୍ଲକକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ତେବେ ବିଗତ ୪ମାସ ମଧ୍ୟରେ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୭ରେ ପହଞ୍ଚିଛି।…

ଏମ୍‌କେସିଜିରେ ଅକ୍ସିଜେନ୍‌ ଅଭାବ: ଗୁଜବ କହିଲେ ଜିଲାପାଳ

ଛତ୍ରପୁର,୩।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ନେଇ ଭିଡିଓ ଭାଇରାଲ ହୋଇଥିଲା। ତେବେ ଅକ୍ସିଜେନ୍‌ର କୌଣସି ଅଭାବ ନ ଥିବା ସୋମବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସ୍ପଷ୍ଟ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?