ଗଞ୍ଜାମ

ବାଇକ୍‌ ଦୁର୍ଘଟଣା: ୨ ଶିଶୁ ଗୁରୁତର

ସୋରଡ଼ା,୧୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ବୁଲାଣି ଜଙ୍ଗଲ ରାସ୍ତା ପିପଳପଙ୍କ ନିକଟରେ ମଧ୍ୟାହ୍ନରେ ବାଇକ ଦୁର୍ଘଟଣା ଘଟଛି। ଏଥିରେ ଗୋଟିଏ ପରିବାରର ୨ ଶିଶୁ ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନେ ଗଜଲବାଡିର ରାଜୀବ ନାୟକ ସ୍ତ୍ରୀ ଓ ଦୁଇ ଶିଶୁ…

ଜାମିନ ଖାରଜ: ଝାରପଡ଼ା ଫେରିଲେ ପ୍ରଦୀପ, ପାଠକ ବାପ-ପୁଅ

ବ୍ରହ୍ମପୁର ଅଫିସ,୧୭।୪:ଟାଟା ମୋଟର୍ସରେ ଚାକିରି ଦେବା ନଁାରେ ଟଙ୍କା ଠକେଇର ଗୋଟିଏ ପରେ ଗୋଟିଏ ନୂଆ ଫର୍ଦ୍ଦରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ଅଭୟକାନ୍ତ ପାଠକ ଓ ପୁଅ ଆକାଶ ଜଡିତ ହେଉଛନ୍ତି। ଗୁରୁବାର ସେମାନଙ୍କ ଜାମିନ ପାଇଁ ଏସ୍‌ଡିଜେଏମ୍‌…

ବକେୟା ୨ ହଜାର ଟଙ୍କା ନ ଦେବାରୁ ଠିକାଦାରଙ୍କୁ ହତ୍ୟା

କବିସୂର୍ଯ୍ୟନଗର,୧୬ା୪: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଧୀନ ଏ. ବରିଡ଼ା ଗାଁ ଦାଣ୍ଡରେ ଶୁକ୍ରବାର ଜଣେ ଠିକାଦାରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଠିକାଦାର ବକେୟା ୨ ହଜାର ଟଙ୍କା ନ ଦେବାରୁ ଏ. ବରିଡ଼ାର ଜଣେ ଶ୍ରମିକ ତାଙ୍କୁ ଛୁରି…

ଗଞ୍ଜାମ ଥାନା ପୋଲିସ ପକ୍ଷରୁ ମାସ୍କ, ହେଲ୍‌ମେଟ ଯାଞ୍ଚ

ଗଞ୍ଜାମ,୧୫।୪(ଡି.ଏନ୍‌.ଏ.): ମହାମାରୀ କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ଆସିବା ପରଠାରୁ ପ୍ରଶାସନର ନିଦ ହଜିଯାଇଛି। ଏହାର ମୁକାବିଲା ନିମନ୍ତେ ଏବେ ଲୋକଙ୍କୁ ସଚେତନତା ହେବା ଜରୁରୀ ହୋଇପଡ଼ିଛି। ଜିଲା ଉଚ୍ଚ ପ୍ରଶାସନର ନିଦ୍ଦେର୍ର୍ଶକ୍ରମେ ମାକ୍ସ ଓ ହେଲିମେଟ ଯାଞ୍ଚକୁ କଡ଼ାକଡ଼ି କରିଛି ଗଞ୍ଜାମ…

ଫେରୁଛନ୍ତି ପ୍ରବାସୀ, ବଢୁଛି ଗଞ୍ଜାମର ଚିନ୍ତା

ଛତ୍ରପୁର,୧୪ା୪: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାକୁ ଫେରୁଥିବା ପ୍ରବାସୀମାନେ ସାଙ୍ଗରେ ଆର୍‌ଟି-ପିସିଆର୍‌ ନେଗେଟିଭ ରିପୋର୍ଟ ଆଣିବାକୁ ଜିଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନେଗେଟିଭ ରିପୋର୍ଟ ନ ଥିଲେ ପ୍ରବାସୀଙ୍କୁ ୭ ଦିନ ହୋମ ଆଇସୋଲଶନରେ ରହିବାକୁ…

ବିନା ଭକ୍ତରେ ମେରୁ ଯାତ୍ରା

ସୋରଡ଼ା,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ବିନା ଭକ୍ତରେ ବୁଧବାର ମେରୁ ଯାତ୍ରା ଅନୁଷ୍ଠିତ ହୋଇଛି। ସମସ୍ତ ମନ୍ଦିରରେ କଟକଣା ସହିତ ପୋଲିସ ମୁତୟନ କରାଯାଇଛି। ବିଧିମୁତାବକ ଦଣ୍ଡୁଆମାନଙ୍କୁ ନେଇ ରୀତିନୀତି ସମ୍ପର୍ଣ୍ଣ କରାଯାଇଛି। ମନ୍ଦିରସ୍ଥଳରେ ପୋଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ…

ଗୋପାଳବନ୍ଧ, ମେରୁ ପଡ଼ିଆ ଖାଁ ଖାଁ : କଟକଣାରେ ଶେଷ ହେଲା ଦଣ୍ଡ ଯାତ୍ରା

ପୁରୁଷୋତ୍ତମପୁର,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ବୁଧବାର ଉଦ୍‌ଯାପିତ ହୋଇଛି। ଏହା ମହା ବିଷୁବ ସଂକ୍ରାନ୍ତି ଓ ମେରୁ ଯାତ୍ରାରେ କରୋନା କଟକଣା ମଧ୍ୟରେ ଉଦ୍‌ଯାପିତ ହୋଇଛି। ମାତ୍ର କରୋନା ଲାଗି…

ଗଞ୍ଜାମରେ ସର୍ବସାଧାରଣରେ ମେରୁ ଯାତ୍ରା, ପଣା ସଂକ୍ରାନ୍ତିକୁ ମନା

ଛତ୍ରପୁର,୧୩।୪:(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଜିଲାରୁ ୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲାପ୍ରଶାସନ କଡ଼ା ପଦକ୍ଷେପ ନେଇଛନ୍ତି। ଏ ନେଇ ପୁଣି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ…

ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ମହାସରସ୍ବତୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୧୩।୪(ଡି.ଏନ୍‌.ଏ.):ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ତୃୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା କରୋନା କଟକଣା ମଧ୍ୟରେ ଚାଲିଛି। ରାତ୍ର ୧.୩୦ ରୁ ମନ୍ଦିର ଦ୍ୱାର ଫିଟାଯାଇ ବିଧି ଅନୁଯାୟୀ ମଙ୍ଗଳ ଆଳତି, ଅବକାଶ ନୀତି, ମାଜଣା, ଅଭିଶେକ,ସୃଙ୍ଗାର…

ଗଞ୍ଜାମରେ ସବୁ ଧର୍ମାନୁଷ୍ଠାନ ବନ୍ଦ

ବ୍ରହ୍ମପୁର ଅଫିସ, ୧୩।୪: ଗଞ୍ଜାମ ଜିଲାର ସମସ୍ତ ଧର୍ମାନୁଷ୍ଠାନକୁ ୭ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ବୁଧବାରଠୁ ୨୧ ତାରିଖ ଯାଏ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିବ । କୋଭିଡ୍‌ ସଂକ୍ରମଣ ବୃଦ୍ଧିପରେ ଜିଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।…

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର

ବ୍ରହ୍ମପୁର ଅଫିସ,୧୨।୪: କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ ହୋଇଛି ବ୍ରହ୍ମପୁର ଟାଉନ ଥାନାରେ। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ପୋଲିସ ଅପହୃତା ଛାତ୍ରୀଙ୍କୁ ପୁରୀରୁ ଉଦ୍ଧାର କରିଛି। ସୋମବାର ଉଭୟଙ୍କ…

ମାତିଲେ ଚୋର: ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରୁ ନେଇଗଲେ ପ୍ରାୟ ୨ଲକ୍ଷ ଟଙ୍କା

ପୁରୁଷୋତ୍ତମପୁର, ୧୨।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନି ଗ୍ରାମରେ ଥିବା ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ପ୍ରାୟ ୨ ଲକ୍ଷ ଟଙ୍କା ଚୋରି କରି ନେଇଥିବା ଜଣାପଡ଼ିଛି। ପ୍ରକାଶ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?