କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର

ବ୍ରହ୍ମପୁର ଅଫିସ,୧୨।୪: କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ ହୋଇଛି ବ୍ରହ୍ମପୁର ଟାଉନ ଥାନାରେ। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ପୋଲିସ ଅପହୃତା ଛାତ୍ରୀଙ୍କୁ ପୁରୀରୁ ଉଦ୍ଧାର କରିଛି। ସୋମବାର ଉଭୟଙ୍କ ଏମ୍‌କେସିଜି ମେଡିକାଲ ଏଫଏମ୍‌ଟି ବିଭାଗରେ ଡାକ୍ତରୀମାଇନା କରାଯାଇଛି।

କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ପୋଲିସ ମାମଲା (ନଂ.୬୦/୨୧)ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।ମିଳିଥିବା ସୂଚନା ଅନୁଯାୟୀ, ଫେସ୍‌ବୁକ ଜରିଆରେ ସେମାନଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ଗତ ମାର୍ଚ୍ଚ ୩୧ରେ ଛାତ୍ରୀଜଣଙ୍କ କଲେଜ ଯିବା ପରେ ଆଉ ଫେରି ନ ଥିଲେ। ପରିବାର ଲୋକ ଖୋଜାଖୋଜି କରି ଝିଅକୁ ନ ପାଇ ଟାଉନ ଥାନାରେ ଏତଲା ଦେଇଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଯୁବକ ଜଣକ ପୁରୀରେ ଛାତ୍ରୀଙ୍କୁ ରଖିଥିବା ପୋଲିସ ମୋବାଇଲ ଟ୍ରାକିଂରେ ଜାଣିବାକୁ ପାଇଥିଲା। ସେଠାରେ ଯୁବକ ଜଣକ ଛାତ୍ରୀଙ୍କୁ ବଳାତ୍କାର କରିଥିବା ତଦନ୍ତରୁ ଜାଣିବାକୁ ପାଇଥିଲା ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ଚକ ତଳେ ପଡ଼ିଗଲେ ବାଇକ୍‌ ଆରୋହୀ

ଫୁଲନଖରା,୩।୭:(ଡି.ଏନ୍‌.ଏ.): କଟକ ସଦର ଥାନା ଅଧୀନ ଫୁଲନଖରା ନିଆଳି ରାସ୍ତା କୁରାଙ୍ଗ ଶାସନ ନିକଟରେ ରବିବାର ଏକ ସଡ଼କ ଦୁର୍ଘଣାରେ ଜଣେ ବାଇକ୍‌ ଆରୋହୀ ଗୁରୁତର...

ଆଜି ରାଜ୍ୟରେ ୫୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୮୦ ଜଣ...

ପୌର ନିର୍ବାଚନ: ସକାଳ ୮ରୁ ଆରମ୍ଭ ହେଲା ମତଦାନ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟର ୧୦୬ ପୌର ସଂସ୍ଥା ଓ ୩ ମହାନଗର ନିଗମ ଲାଗି ଗୁରୁବାର ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି।...

ଝଗଡ଼ା ପରେ ବିଷ ପିଇଲେ ନବବିବାହିତା

ବ୍ରହ୍ମପୁର ଅଫିସ,୨୭ା୮: ବିଷପିଇ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ନବବିବାହିତା ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ଅଲାରିଗଡ ଗ୍ରାମର...

ଧରିତ୍ରୀ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌, ସାଇଙ୍କ ଚିକିତ୍ସା ପାଇଁ ବଢୁଛି ସହଯୋଗର ହାତ

ବରଗଡ଼ ଅଫିସ,୭।୧: ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ-୧ ନିଗମାନନ୍ଦ ବିହାରସ୍ଥିତ ଏକ ଭଡ଼ାଘରେ ରହୁଥିବା ପୂଜା ୟାଦବ ଓ କଲ୍ଲୁ ୟାଦବଙ୍କ ଏକ...

ଡିହଡୋଳ ଫରେଷ୍ଟ ସେକ୍ସନରେ ଦନ୍ତା ଆତଙ୍କ: ୨ଚାଷୀଙ୍କୁ ଦାନ୍ତରେ ଭୁସିଦେଲା

ପରଜଙ୍ଗ, ୧୨।୯(ଡି.ଏନ.ଏ.) – ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡ଼ୋଳ ଫରେଷ୍ଟ ସେକ୍ସନରେ ବୁଧବାର ଏକ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଛି। ହାତୀ ଦାନ୍ତରେ ଭୁସିଦେବାରୁ...

ଜେଲକୁ ଫେରିଲେ ରାକେଶ

ଯାଜପୁର ଅଫିସ/ରସୁଲପୁର/ଯାଜପୁର ଟାଉନ(ଡି.ଏନ.ଏ.),୬।୨: ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ (୨୧)ଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନମୋଡ ନେଉଛି। ଘଟଣାର...

ବରଗଡ଼ ସିଟି ହସ୍‌ପିଟାଲ ଦାବି: ସେଲ୍ଫିଜୋନ୍‌ ଆଗରେ ସଚେତନ ନାଗରିକ ମଞ୍ଚର ଧାରଣା

ବରଗଡ଼ ଅଫିସ୍‌,୧।୨- ବରଗଡ଼ ସହରରୁ ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା (ଖେଦାପାଲି) ନିକଟକୁ ଜିଲା ମୁଖ୍ୟ ଡାକ୍ତରଖାନା ଉଠିଯିବା ପରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ...

Advertisement
Archives

Model This Week