ଗଞ୍ଜାମ

ନଦୀକୁ ଗାଧୋଇବାକୁ ଯାଇ ସୁଅରେ ଭାସିଗଲେ ଯୁବକ

ହିଞ୍ଜିଳିକାଟୁ,୧୯ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୁଟିଆପଦରଠାରେ ଋଷିକୂଲ୍ୟା ନଦୀକୁ ରବିବାର ପୂର୍ବାହ୍ନ୍ନରେ ଗାଧୋଇବାକୁ ଯାଇ ନଦୀ ପାଣିରେ ଜଣେ ନିଖୋଜ ହୋଇଛନ୍ତି। ନିଖୋଜ ଜଣକ ନନ୍ଦିକ ଗ୍ରାମର ମିଟୁ ଦାସ(୨୮)। ମିଟୁ ଅନ୍ୟମାନଙ୍କ ସହ ପୁଟିଆପଦର ନିକଟ ଋଷିକୂଲ୍ୟାକୁ ଗାଧୋଇବାକୁ…

ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅର୍ଡର ଜାଲିଆତି ଅଭିଯୋଗ,ଏମିତି ପଡ଼ିଲେ ଧରା

ପୁରୁଷୋତ୍ତମପୁର,୧୯ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅତିରିକ୍ତ ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ସୁନିଲ କୁମାର ଟୁଡୁଙ୍କ ଦସ୍ତଖତ ସମ୍ବଳିତ କୋର୍ଟର ଅର୍ଡରକୁ ଜାଲ୍‌ କରିଥିବା ଅଭିଯୋଗରେ ପୁରୁଷୋତ୍ତମପୁର ପୋଲିସ ରବିବାର ନୋଟାରି ତଥା ଓକିଲ ସୀମାଞ୍ଚଳ ସେଠୀ, ଓକିଲ ରାମଚନ୍ଦ୍ର ଆଚାର୍ଯ୍ୟ…

ଅବ୍ୟବସ୍ଥାରେ ଗଞ୍ଜାମ ମାଛ ମାର୍କେଟ: ଚିନ୍ତାରେ ବ୍ୟବସାୟୀ

ଗଞ୍ଜାମ,୧୯।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନବଜାର ଶେଷରେ ମାଂସ ଓ ମାଛ ମାର୍କେଟ ରହିଛି । ଏହି ମାଛ ମାର୍କେଟଟି ବର୍ତ୍ତମାନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିଲେ ମଧ୍ୟ ଏଥିପ୍ରତି ଏନ୍‌ଏସି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। ଯାହାକୁ ନେଇ ଚିନ୍ତାରେ ମାଛ ବ୍ୟବସାୟୀ…

ଯାତ୍ରୀବାହୀ ବସ୍‌ ଧକ୍କାରେ ଓଲଟିଲା ଭିଜିଲାନ୍ସ ଗାଡ଼ି

ଖଲ୍ଲିକୋଟ,୧୮ା୯(ଡି.ଏନ.ଏ.):ଭିଜିଲାନ୍ସ ଗାଡ଼ିକୁ ଧକ୍କା ଦେଇଛି ଏକ ଯାତ୍ରୀବାହୀ ବସ୍‌। ଏଥିରେ ୨ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଭିଜିଲାନ୍ସ ଗାଡ଼ି ଚଳାଉଥିବା ହାବିଲଦାର ସୁଶୀଲ କୁମାର ଖଟୁଆ ଓ ଗାଡ଼ିରେ ବସିଥିବା ଭିଜିଲାନ୍ସ କଟକ ଅତିରିକ୍ତ ଏସ୍‌ପି ବେଣୁଧର ନାୟକ।…

ଜ୍ୱାଇଁ ମୋ’ ଝିଅକୁ ମାରିଦେଲେ

କବିସୂର୍ଯ୍ୟନଗର,୧୭ା୯(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମର ଏସ.ମହେନ୍ଦ୍ର ରେଡ୍ଡୀଙ୍କ ସ୍ତ୍ରୀ ରଙ୍ଗବତୀ (୨୦)ଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ପୋଲିସ ଜବତ କରିଛି। ଝାଡ଼ବାଇ ଗ୍ରାମର ରଙ୍ଗବତୀଙ୍କ ଗୁଡ଼ିଆଳିର ମହେନ୍ଦ୍ରଙ୍କ ସହ ବିବାହ ହୋଇଥିଲା। ପାରିବାରିକ କଳହକୁ କେନ୍ଦ୍ର କରି…

ଜେଲ ଗଲେ ଇଞ୍ଜିନିୟର

ବ୍ରହ୍ମପୁର ଅଫିସ,୧୭।୯: ଗଞ୍ଜାମ ଜିଲା ଆସିକା ସ୍ଥିତ ଉଠା ଜଳସେଚନ ଉପବିଭାଜନର ସହକାରୀ ଯନ୍ତ୍ରୀ (ବୈଦ୍ୟୁତିକ) ଈଶ୍ୱର ଦାସଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଗୁରୁବାର ଗିରଫ କରିଥିଲା। ମାମଲା ନଂ.୧୪/୨୧ରେ ତାଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଏସ୍‌ପିଙ୍କ ଦାୟିତ୍ୱରେ ଥିବା ଡିଏସପି…

ଗାଧୋଇବାକୁ ଯାଇଥିବା ୨ ମହିଳାଙ୍କ ଉପରେ ମାଡ଼ିଗଲା ଅଚିହ୍ନା ଗାଡ଼ି: ରାସ୍ତାରେ ଟାୟାର ଜାଳି ବିକ୍ଷୋଭ

ଦିଗପହଣ୍ଡି,୧୭।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ. ରାଜ୍ୟ ରାଜପଥ ଗୋକର୍ଣ୍ଣପୁର ଗ୍ରାମ ମୁଖ୍ୟରାସ୍ତାରେ ଶୁକ୍ରବାର ଦୁର୍ଘଟଣା ଘଟିଛି। କୌଣସି ଗାଡି ମାଡ଼ିଯିବାରୁ ଘଟଣାସ୍ଥଳରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ଗୋକର୍ଣ୍ଣ ପୁର ଗ୍ରାମର ତମାଳ…

ଭଉଣୀର ସୁନା ଚେନ୍‌ ଚୋରି କରି ଜେଲ ଗଲା ଭାଇ

ଗଞ୍ଜାମ,୧୬ା୯(ଡି.ଏନ.ଏ.): ଭଉଣୀର ସୁନାଚେନ ଚୋରି କରିବା ଅଭିଯୋଗରେ ଭାଇକୁ ଜେଲ ଯିବାକୁ ପଡିଛି। ଗଞ୍ଜାମ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଚୋରି ଅଭିଯୋଗରେ ଭାଇଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ମୁତାବକ, ବାପ ଘରେ…

ଭଉଣୀଙ୍କ ସୁନା ଚୋରି କରି ଜେଲ ଗଲେ ଭାଇ, ବନ୍ଧା ରଖି ଆଣିଥିଲେ ଟଙ୍କା

ଗଞ୍ଜାମ,୧୬।୯(ଡି.ଏନ୍‌.ଏ.): ଭାଇ ସାଜିଲା ଭଉଣୀର ଭଗାରୀ । ନିଜ ଭଉଣୀର ସୁନା ନାନୁ ଓ ଚେନ ଚୋରି କରି ଧରା ପଡିବା ପରେ ଭାଇକୁ ଜେଲ୍‌ ଯିବାକୁ ପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଥାନା କରଣ…

ମୋବାଇଲ ଲାଇଟ୍‌ରେ ଚିକିତ୍ସା

ବ୍ରହ୍ମପୁର ଅଫିସ,୧୫ା୯:ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ବିଦ୍ୟୁତ ବିଭ୍ରାଟ ଯୋଗୁ ମଙ୍ଗଳବାର କ୍ୟାନସର ୱାର୍ଡ଼ ଆଉଟ୍‌ଡୋରରେ ମୋବାଇଲ ଲାଇଟ୍‌ରେ ରୋଗୀ ସେବା କରାଯାଇଛି। ମୋବାଇଲ ଫୋନ୍‌ ଟର୍ଚ୍ଚ ଲଗାଇ ଡାକ୍ତର ରୋଗୀଙ୍କୁ ଦେଖି ଔଷଧ ଲେଖିବା ସହ…

ଟିକାକେନ୍ଦ୍ରରେ ଅସମ୍ଭାଳ ଭିଡ଼:ଗର୍ଜିଲେ ଲୋକେ

ଦିଗପହଣ୍ଡି,୧୪।୯(ଡି.ଏନ.ଏ): କରୋନା ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନକୁ ୨୦୦ ଦିନ ବିତିଯାଇଥିଲେ ମଧ୍ୟ ଦିଗପହଣ୍ଡି ସହରରେ ଲୋକଙ୍କୁ ମିଳୁନି କରୋନା ଟିକା। ଗତ ଜାନୁୟାରୀ ୧୬ରୁ ଟିକାକରଣ ଅଭିଯାନ ଶୁଭାରମ୍ଭ କରାଯାଇଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନିକ ଅବ୍ୟବସ୍ଥା କାରଣରୁ ସହରର ଟିକାକେନ୍ଦ୍ରକୁ…

ମୋ ଝିଅକୁ ତଣ୍ଟିଚିପି ମାରିଦେଲେ

ଦିଗପହଣ୍ଡି,୧୩ା୯(ଡି.ଏନ.ଏ.): ସ୍ତ୍ରୀ ହତ୍ୟା ଅଭିଯୋଗରେ ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଲକ୍ଷ୍ମଣ ନାଇକଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଏ ନେଇ ପୋଲିସ ଏକ ମାମଲା (ନଂ ୨୩୩/୨୧ ) ରୁଜୁ କରିଛି। ସୂଚନା ଅନୁସାରେ, ଲକ୍ଷ୍ମଣଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri