ଜେଲ ଗଲେ ଇଞ୍ଜିନିୟର

ବ୍ରହ୍ମପୁର ଅଫିସ,୧୭।୯: ଗଞ୍ଜାମ ଜିଲା ଆସିକା ସ୍ଥିତ ଉଠା ଜଳସେଚନ ଉପବିଭାଜନର ସହକାରୀ ଯନ୍ତ୍ରୀ (ବୈଦ୍ୟୁତିକ) ଈଶ୍ୱର ଦାସଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଗୁରୁବାର ଗିରଫ କରିଥିଲା। ମାମଲା ନଂ.୧୪/୨୧ରେ ତାଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଏସ୍‌ପିଙ୍କ ଦାୟିତ୍ୱରେ ଥିବା ଡିଏସପି ହେନେରୀ କୁଲୁ ସୂଚନା ଦେଇଛନ୍ତି। ଈଶ୍ୱରଙ୍କୁ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।

ବୁଗୁଡା ବ୍ଲକ କୋଟକୋଲାଠାରେ ଥିବା ନଦୀରେ ଉଠା ଜଳସେଚନ ବିଭାଗ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟ ଚାଲୁଛି। କଟକର ଆଖଣ୍ଡଳମଣି ଇଲେକ୍ଟ୍ରିକାଲ ଠିକା ସଂସ୍ଥା ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେଇଛି। ପ୍ରକଳ୍ପର ବିଲ୍‌ ପାସ ପାଇଁ ସେ ଠିକା ସଂସ୍ଥାକୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଠିକା ସଂସ୍ଥାର ପ୍ରକଳ୍ପ ସଂଯୋଜକ ଜଗମୋହନ ପଣ୍ଡା ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଜଣାଇଥିଲେ। ଗୁରୁବାର ସହକାରୀ ଯନ୍ତ୍ରୀ ଈଶ୍ୱର ବ୍ରହ୍ମପୁରସ୍ଥିତ ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବାବେଳେ ସେଠାକୁ ଟଙ୍କା ଆଣିଦେବାକୁ ପୂର୍ବରୁ ସେ ଜଗମୋହନଙ୍କୁ କହିଥିଲେ। ଯୋଜନା ମୁତାବକ ଜଗମୋହନ ବ୍ରହ୍ମପୁର ଯାଇ ଈଶ୍ୱରଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ପୂର୍ବରୁ ଉପସ୍ଥିତ ଥିବା ଭିଜିଲାନ୍ସ କର୍ମଚାରୀ ସହକାରୀ ଯନ୍ତ୍ରୀ ଈଶ୍ୱରଙ୍କୁ କାବୁ କରିଥିଲେ। ଭିଜିଲାନ୍ସ ଟମ୍‌ ଲାଞ୍ଚ ୫୦ ଟଙ୍କା ଜବତ କରିବା ସହ ତାଙ୍କର ବ୍ରହ୍ମପୁର ଭଡାଘର ସମେତ ୪ଟି ସ୍ଥାନରେ ଚଢ଼ାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାରୀରିକ ଅସୁସ୍ଥତା ସହି ନ ପାରି ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୋଳ ଅଫିସ,୪।୬: ଅନୁଗୋଳ ଜିଲା ହୁଲୁରସିଂହା ପୁରୁଣା ପୋଲ ଉପରୁ ଡେଇଁ ମଙ୍ଗଳବାର ଜଣେ ବୃଦ୍ଧା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ନୟନୀ ବେହେରା...

ଜଳେଶ୍ୱରରୁ ୨୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଜଳେଶ୍ୱର,୧୮।୨(ସ୍ବ.ପ୍ର)- ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପାନ୍ତରେ ଅବସ୍ଥିତ ଜଳେଶ୍ୱରକୁ ଦେଶର ବିଭିନ୍ନ ସ୍ଥାନରୁ ବ୍ରାଉନ୍‌ସୁଗାର ଅଣାଯାଇ ମହଜୁଦ କରିବା ପରେ ରାଜ୍ୟର ବିଭିନ୍ନ...

ଶୁଦ୍ଧିକ୍ରିୟା ଭୋଜିରେ ବଡ଼ ସଡୁଙ୍କ ଛୁରା ମାଡ଼ରେ ସାନ ମୃତ

ଦିଗପହଣ୍ଡି,୨୨ା୫: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡୁମ୍ବୁଳା ଗ୍ରାମ ଗୌଡ଼ ସାହିରେ ଶନିବାର ଏକ ଶୁଦ୍ଧିକ୍ରିୟା ଭୋଜି ଚାଲିଥିବା ବେଳେ ଧାର ଟଙ୍କା ପରିଶୋଧ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୯୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୪୯୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୨,୯୨୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା

କଟକ ଅଫିସ, ୧୧।୧୧: କଟକ ଜିଲାର ଅରିଲୋଠାରେ ଓମ୍‌ଫେଡର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି...

ଫେରିବା ପରେ ବି ଗ୍ରହଣ କରାଗଲାନି

ପୁରୀ ଅଫିସ, ୫।୧୨: ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗିଥିବା ଚନ୍ଦ୍ର- ସୂର୍ଯ୍ୟ କେହି ନେଇଯାଇଥିବା ଅଭିଯୋଗ ହୋଇଥିଲା। ନାଗାର୍ଜୁନ ବେଶ ପରଦିନ ଅର୍ଥାତ୍‌ ଗତ...

ଧର୍ମଘଟ କଲେ ଜେଲ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ସରକାରୀ କର୍ମଚାରୀ ମନଇଚ୍ଛା ଧର୍ମଘଟ କରିପାରିବେ ନାହିଁ କିମ୍ବା ଏଥିପାଇଁ ପ୍ରୋତ୍ସାହିତ କରିପାରିବେ ନାହିଁ। ବେଆଇନ ଧର୍ମଘଟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ୧...

ମୋବାଇଲ୍‌ରେ ହେବ ଜଳସେଚନ ସମସ୍ୟା ସମାଧାନ

ଭୁବନେଶ୍ୱର,୯ା୧୧(ବ୍ୟୁରୋ)- ଚାଷକାମ ଛାଡ଼ି ଜଳସେଚନ ସମସ୍ୟା ପାଇଁ ଚାଷୀମାନଙ୍କୁ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ମୋବାଇଲ୍‌ ଫୋନର ଫଟୋ ଓ ଭିଡିଓ ଜରିଆରେ ଚାଷୀମାନେ...

Advertisement
Archives

Model This Week