ଟିକାକେନ୍ଦ୍ରରେ ଅସମ୍ଭାଳ ଭିଡ଼:ଗର୍ଜିଲେ ଲୋକେ

ଦିଗପହଣ୍ଡି,୧୪।୯(ଡି.ଏନ.ଏ): କରୋନା ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନକୁ ୨୦୦ ଦିନ ବିତିଯାଇଥିଲେ ମଧ୍ୟ ଦିଗପହଣ୍ଡି ସହରରେ ଲୋକଙ୍କୁ ମିଳୁନି କରୋନା ଟିକା। ଗତ ଜାନୁୟାରୀ ୧୬ରୁ ଟିକାକରଣ ଅଭିଯାନ ଶୁଭାରମ୍ଭ କରାଯାଇଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନିକ ଅବ୍ୟବସ୍ଥା କାରଣରୁ ସହରର ଟିକାକେନ୍ଦ୍ରକୁ ଆସିପାରୁନି ପ୍ରଥମ ଡୋଜ ଟିକା। ମଙ୍ଗଳବାର ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ଟିକା କେନ୍ଦ୍ରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଅବ୍ୟବସ୍ଥା କାରଣରୁ ଦୀର୍ଘସମୟ ଧରି ଟିକା ପାଇଁ ବହୁ ସଂଖ୍ୟକ ଲୋକ ସକାଳୁ ମଧ୍ୟାହ୍ନ ଯାଏ ଧାଡ଼ିରେ ଠିଆ ହୋଇଥିବା ବେଳେ ବିଳମ୍ବ କାରଣରୁ ହୋହାଲ୍ଲା କରିଥିଲେ। ପୋଲିସ ସେଠାରେ ପହଞ୍ଚି ପରିସ୍ଥିତିରେ ସୁଧାର ଆଣିିଥିଲା। ମାତ୍ର ଶହେ ଡୋଜ ଟିକା ଆସିଥିବାରୁ ୫ ଶହରୁ ଊଦ୍ଧର୍‌ବ ଲୋକ ଟିକା ନ ପାଇ ନିରାଶରେ ଘରକୁ ଫେରୁଛନ୍ତି। ଟିକା କେନ୍ଦ୍ରରେ ଟିକାବଣ୍ଟନରେ ରାଜନୈତିକ ଚାପ ଥିବା ଗୁରୁତର ଅଭିଯୋଗ ହୋଇଛି। ଟିକା ଯୋଗାଣ କରାଯିବା ପଛରେ କିଛି ବ୍ୟକ୍ତିଙ୍କ ମନ୍ଦ ଉଦ୍ଦେଶ୍ୟ ରହିଥିବା ନେଇ ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଅଧୀନ ଗାଁ ଗୁଡିକରେ ଥିବା ଟିକାକେନ୍ଦ୍ର ଆବଶ୍ୟକ ନଥିଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଟିକା ଉପଲବ୍ଧ ହେଉଥିବାବେଳେ ଦିଗପହଣ୍ଡି ସହରବାସୀଙ୍କ ପାଇଁ ଟିକା କାହିଁକି ଆସୁନି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟିକା ଯୋଗାଣ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ମାନଙ୍କୁ ପଚାରିଲେ ସେମାନେ ଭିନ୍ନ ଭିନ୍ନ କଥା କହୁଛନ୍ତି। ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଦିଗପହଣ୍ଡି ସହର ବାସୀଙ୍କୁ ଆବଶ୍ୟକ ମୁତାବକ ପ୍ରଥମ ଡୋଜ ଟିକା ତୁରନ୍ତ ଦିଆନଗଲେ ଆନ୍ଦୋଳନ କରାଯିବ ବୋଲି ପୂର୍ବତନ ଏନ୍‌ ଏ ସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ଗଞ୍ଜାମ ଜିଲା କଂଗ୍ରେସ କମିଟି ସମ୍ପାଦକ କେ. କୁନା, ନଗର କଂଗ୍ରେସ ସଭାପତି ଦୀପକ କୁମାର ମିଶ୍ର, ପୂର୍ବତନ କାଉନ୍‌ସିଲର ଏମ. ତ୍ରିନାଥ, ଭାଜପା ନଗର କମିଟି ସଭାପତି ପ୍ରଶାନ୍ତ ପୂଜାରୀ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଏସ୍‌ପି ଅଫିସ ଆଗରେ ଆତ୍ମାହୁତି ଘଟଣା: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଗଞ୍ଜାମ,୨୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ବୋରିଗାଁ ଅଞ୍ଚଳର ବାଦଲ ସାହୁ ନାମକ ଜଣେ ଯୁବକ ଛତ୍ରପୁରସ୍ଥିତ ଏସ୍‌ପି ଅଫିସ ଆଗରେ ଗତ ୧୪ରେ ଆତ୍ମାହୁତି...

ରାଜରାଜେଶ୍ୱରୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨୯ା୧୦: ଜଗଜ୍ଜନନୀ ବିଷ୍ଣୁମାତା ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ମଙ୍ଗଳବାର ତୃତୀୟ ଦିନରେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କର ଏହି...

ଆତ୍ମସାତ କରି ଦେବାକୁ ବସିଥିଲେ ୫୦୦କ୍ୱିଣ୍ଟାଲ ପିଡିଏସ୍‌ ଚାଉଳ: ପହଞ୍ଚିଗଲା ଯୋଗାଣ ବିଭାଗ

କେସିଙ୍ଗା,୯।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଚାଞ୍ଚେରସ୍ଥିତ ଏକ ସମତା ଇଣ୍ଡଷ୍ଟ୍ରିରୁ ଚୋରା ପିଡିଏସ୍‌ ଚାଉଳ ଜବତ ହୋଇଛି। ଶନିବାର ରାତିରେ ଚାଉଳ ଅନ୍‌ଲୋଡ ସମୟରେ...

ବଦଳିଲା ଶେଷ ପରୀକ୍ଷା ତାରିଖ

କଟକ ଅଫିସ,୧ା୩: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ର ମୁଖ୍ୟ ଲିଖିତ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଏ...

ଶତାଧିକ ଜବ୍‌କାର୍ଡ ରଦ୍ଦ: ବିଡିଓଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

କୋକସରା,୨୯ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ବାବେକୋହରା ଓ କଛାରପଡ଼ା ଗ୍ରାମର ଶତାଧିକ ଜବ୍‌କାର୍ଡ ହିତାଧିକାରୀଙ୍କ ଅଜାଣତରେ ରଦ୍ଦ କରିଥିବା ଅଭିଯୋଗ ନେଇ...

ପୁରୁଷୋତ୍ତମପୁରର ୩ଜୋନରେ ଦାଖଲ ହୋଇନି ପ୍ରାର୍ଥିପତ୍ର

ପୁରୁଷୋତ୍ତମପୁର,୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୧୫ଜୋନ ବିଶିଷ୍ଟ ପୁରୁଷୋତ୍ତମପୁର ସମବାୟ ସମିତିରେ ହେବାକୁ ଥିବା ନିର୍ବାଚନ ଲାଗି ସୋମବାର ପ୍ରାର୍ଥିପତ୍ର ଦାଖଲ ହୋଇଛି। ସମିତିର ୩ଟି ଜୋନ...

ଲକ୍ ଡାଉନ ବେଳେ ଅସହାୟଙ୍କୁ ଖାଦ୍ୟ ଯୋଗାଉଛି ଏସ୍ଏଚଜି

ଗୁମ୍ମା,୪।୪: ମହାମାରୀ କରୋନା ମୁକାବିଲା ପାଇଁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ସମସ୍ତ ଦୋକାନ, ବଜାର, ହୋଟେଲ୍ ବନ୍ଦ ରହିଛି। ତେଣୁ...

ପଞ୍ଚାୟତରେ ଆଇସୋଲେଶନ ସେଣ୍ଟର

ପୁରୀ ଅଫିସ,୨୬ା୩: କରୋନା ମୁକାବିଲା ପାଇଁ ପୁରୀ ଜିଲା ପ୍ରଶାସନ ଜୋର୍‌ଦାର ଉଦ୍ୟମ ଜାରି ରଖିଛି। ଜିଲାର ୧୧ଟି ବ୍ଲକର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ...

Advertisement
Archives

Model This Week