ଜ୍ୱାଇଁ ମୋ’ ଝିଅକୁ ମାରିଦେଲେ

କବିସୂର୍ଯ୍ୟନଗର,୧୭ା୯(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମର ଏସ.ମହେନ୍ଦ୍ର ରେଡ୍ଡୀଙ୍କ ସ୍ତ୍ରୀ ରଙ୍ଗବତୀ (୨୦)ଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ପୋଲିସ ଜବତ କରିଛି। ଝାଡ଼ବାଇ ଗ୍ରାମର ରଙ୍ଗବତୀଙ୍କ ଗୁଡ଼ିଆଳିର ମହେନ୍ଦ୍ରଙ୍କ ସହ ବିବାହ ହୋଇଥିଲା। ପାରିବାରିକ କଳହକୁ କେନ୍ଦ୍ର କରି ପୂର୍ବରୁ ମହେନ୍ଦ୍ର ସ୍ତ୍ରୀ ରଙ୍ଗବତୀଙ୍କୁ ମାରପିଟ୍‌ କରୁଥିଲେ। ଏପରି କି ତାଙ୍କୁ ବାପ ଘରକୁ ଚାଲିଯିବାକୁ କହୁଥିଲେ।

ଗୁରୁବାର ରାତିରେ ମଧ୍ୟ ମହେନ୍ଦ୍ର ରଙ୍ଗବତୀଙ୍କୁ ମାରପିଟ କରିଥିବା ନେଇ ସେ ବାପ ଘର ଲୋକଙ୍କୁ ଜଣାଇଥିଲେ। ଶୁକ୍ରବାର ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଝିଅକୁ ହତ୍ୟା କରାଯାଇଥିବା ନେଇ ବାପା ଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। କବିସୂର୍ଯ୍ୟନଗର ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲକୁ ପଠାଇଥିଲା। ପରିବାର ଲୋକଙ୍କ ହତ୍ୟା ଏତଲା କ୍ରମେ ରଙ୍ଗବତୀଙ୍କ ସ୍ବାମୀଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ସାପ କାମଡାରେ ୨ମୃତ

ମାଲକାନଗିରି,୨୩ା୮ (ଡି.ଏନ.ଏ.)- ମାଲକାନଗିରି ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସାପ କାମୁଡାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଦେବା ମାଡକାମୀ ଓ ମାଳତି...

କଳାହାଣ୍ଡି ପୋଲିସ ତରଫରୁ ‘ପରୀ-୩’ କାର୍ଯ୍ୟକ୍ରମ ଶୁଭାରମ୍ଭ, ନିଖୋଜ ନାବାଳକନାବାଳିକାଙ୍କୁ ଉଦ୍ଧାର କରାଯିବ

ଭବାନୀପାଟଣା,୩୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ନିଖୋଜ ହୋଇଯାଇଥିବା ନାବାଳିକା ନାବାଳକ ଏବଂ ବିଭିନ୍ନ ଦୋକାନ ବଜାର, କାମ କରୁଥିବା ନାବାଳିକାନାବାଳକଙ୍କୁ ଉଦ୍ଧାର କରିବା...

ଦନ୍ତା ହାତୀ ନେଲା ୨ ଜୀବନମୋଟଙ୍ଗାରେ ବୃଦ୍ଧ, ଛେଣ୍ଡିପଦାରେ ବୃଦ୍ଧାଙ୍କୁ ମାରିଲା

ଢେଙ୍କାନାଳ ଅଫିସ,୨୦ା୫- ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଧୀନ ହିନ୍ଦୋଳରୋଡ ଫାଣ୍ଡିର ଗୁଣୁଦେଇ ଗ୍ରାମରେ ସୋମବାର ସକାଳ ସାଢେ ୬ଟାରେ ହାତୀ ଆକ୍ରମଣରେ ମଙ୍ଗରାଜ ପାତ୍ର(୬୫)ଙ୍କ...

ପଦ୍ମପୁରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିସର ୭୨ ଘଣ୍ଟା କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା

କେନ୍ଦୁଝର,୨୦ା୬(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଶନିବାର ଜଣେ ୩୮ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ...

କେନ୍ଦ୍ରୀୟ ଯୋଜନା ହଡ଼ପ ବିରୋଧରେ ଆନ୍ଦୋଳନ

କେନ୍ଦୁଝର/ଚମ୍ପୁଆ,୧୪ା୨(ସ୍ବ.ପ୍ର.): କେନ୍ଦୁଝର ଲୋକସଭା କ୍ଷେତ୍ରର ବିଭିନ୍ନ ସାଂଗଠନିକ ଚର୍ଚ୍ଚାକୁ ନେଇ ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ଶନିବାର କେନ୍ଦୁଝର ଗସ୍ତ କରିଥିଲେ। ଜିଲା ଭାଜପା...

ଓଡ଼ିଆ ପ୍ରତି କେନ୍ଦ୍ର ସାହିତ୍ୟ ଏକାଡେମିର ବୈମାତୃକ ମନୋଭାବ

ଭୁବନେଶ୍ୱର, ୨୭ା୨ (ବ୍ୟୁରୋ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ଜାତୀୟ ସାହିତ୍ୟ ଉତ୍ସବ ଆୟୋଜିତ ହୋଇଛି। ନୂଆଦିଲ୍ଲୀଠାରେ ଗତ ୨୪...

୨ ଆଇଏଏସ୍‌ ଅଫିସରଙ୍କୁ ହକି ବିଶ୍ୱକପ୍‌ ଦାୟିତ୍ୱ

ଭୁବନେଶ୍ୱର,୪।୧୦(ବ୍ୟୁରୋ): ହକି ବିଶ୍ୱକପ୍‌ ପରିଚାଳନା ପାଇଁ ୨ ଆଇଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ଉଭୟଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ଭୂପେନ୍ଦ୍ର ସିଂହ...

ଏଟିଏଜିଏସ୍‌ର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୧୯।୧୨-ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ପିଏକ୍ସଇ ପରିସରରୁ ଶନିବାର ପୂର୍ବାହ୍ନରେ ଏଟିଏଜିଏସ୍‌ (ଆଡଭାନ୍ସଡ଼ ଟୋୱେଡ଼ ଆର୍ଟିଲେରୀ ଗନ୍‌ ସିଷ୍ଟମ୍‌) ବ୍ୟବହାରିକ...

Advertisement
Archives

Model This Week