ବୁଗୁଡ଼ାରେ ଗର୍ଜିଲେ ଚାଷୀ
ବୁଗୁଡ଼ା,୧୮।୧୦(ଡି.ଏନ୍.ଏ.):ଗଞ୍ଜାମ ଜିଲା ଏନ୍ଏସିର ଶତାଧିକ ଚାଷୀ ମଙ୍ଗଳବାର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ସ୍ଥାନୀୟ ପ୍ରାଣୀଧନ ଚିକିତ୍ସାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପରେ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ଜରିଆରେ ଗଞ୍ଜାମ ଜିଲାପାଳ,…
ପୋତାଗଡ଼ରୁ ଉଦ୍ଧାର ନାଗ ଦେବତାଙ୍କ ମୂର୍ତ୍ତି କାଶୀ ବିଶ୍ୱନାଥ ମନ୍ଦିରରେ ପାଇବେ ପୂଜା
ଗଞ୍ଜାମ,୧୭ା୧୦(ଡି.ଏନ୍.ଏ.): ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ନିକଟରୁ ଏକ ସପ୍ତଫେଣୀ ନାଗ ଦେବତାଙ୍କ ପ୍ରାଚୀନ ପିତ୍ତଳ ମୂର୍ତ୍ତି ଉଦ୍ଧାର ହୋଇଥିଲା l ସୁରିଆ ପ୍ରଧାନ, କାହ୍ନୁ ତରାଇ ପ୍ରମୁଖ ଉକ୍ତ ମୂର୍ତ୍ତିକୁ ଦେଖି ପୋତାଗଡ଼ ଉନ୍ନତିକରଣ କାର୍ଯ୍ୟରେ ନିୟୋଜିତ ସୁଧୀର…
ମୁଖ୍ୟମନ୍ତ୍ରୀଙ୍କ ୭୬ତମ ଜନ୍ମଦିନରେ ପାଟଣା ବିଜେଡି ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ସଫେଇ
ପାଟଣା,୧୬।୧୦(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମଦିନ ଅବସରରେ ପାଟଣା ବିଜେଡି ପକ୍ଷରୁ ଶନିବାର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରାଯାଇଛି। ପରେ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତେବାସୀମାନଙ୍କୁ ଫଳ ବଣ୍ଟନ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣା…
ଅଟା ଗୋଦାମରେ ନିଆଁ ଲାଗିଲା
ଗଞ୍ଜାମ,୧୫।୧୦(ଡି.ଏନ.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ଗ୍ରାମର ଶଙ୍କର ପଣ୍ଡାଙ୍କ ଅଟା ଗୋଦାମରେ ଶୁକ୍ରବାର ନିଆଁ ଲାଗି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଛି। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l
ସୀମାନ୍ତରେ ଆନ୍ଧ୍ର ଅଧିକାରୀ-ପଟ୍ଟାଙ୍ଗୀ ବିଧାୟକ ମୁହାଁମୁହିଁ
ପଟ୍ଟାଙ୍ଗୀ,୧୪।୧୦ (ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତ ଉପରୁ ନଜର ହଟାଉନି ଆନ୍ଧ୍ର। ବାରମ୍ବାର ଓଡ଼ିଶାର ଏହି ସୀମାନ୍ତ ଗ୍ରାମରେ ପ୍ରବେଶ କରି ବିଭିନ୍ନ କାର୍ଯ୍ୟକ୍ରମ କରୁଛି। ଏପରିକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା…
ମଦ ପିଇ ପାଟିତୁଣ୍ଡ କରୁଥିଲେ, ଅଟକାଇବାରୁ ଗାଁ ସଭାପତିଙ୍କୁ ଭୁସିଲେ ଛୁରି
ବୁଗୁଡା ,୧୩।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡା ଥାନା ଅନ୍ତର୍ଗତ ବୀର ଧନଞ୍ଜୟପୁର ଶାସନ ଗ୍ରାମ ସଭାପତି ତଥା ବାଲୁକେଶ୍ୱର ମନ୍ଦିର ପରିଚାଳକ ସୁଶାନ୍ତ କୁମାର ଦାଶ (କୁନା)ଙ୍କୁ ଛୁରା ମାଡ଼ ହୋଇଛି । ନବରାତ୍ର ଉପଲକ୍ଷେ ମଙ୍ଗଳବାର ଠାକୁରଙ୍କୁ ଗ୍ରାମ ପରିକ୍ରମା…
ପୁରୁଷୋତ୍ତମପୁରରେ ଦୂର୍ଗା ପୂଜା ପାଳିତ
ପୁରୁଷୋତ୍ତମପୁର,୧୩।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ସହିତ ଏହାର ଆଖପାଖ ଅଞ୍ଚଳରେ କରୋନା କଟକଣା ମଧ୍ୟରେ ମା’ଦୂର୍ଗାଙ୍କ ପୂଜା ପାଳିତ ହୋଇଯାଇଛି। ମଙ୍ଗଳବାର ପବିତ୍ର ମହାସପ୍ତମୀ ଓ ମହାଷ୍ଟମୀ ତିଥିରୁ ପୂଜା ଆରମ୍ଭ ହୋଇଛି। ପୁରୁଣା ପୋଷ୍ଟ ଅଫିସ୍ ସାହିରେ ପୂଜା…
ଗଞ୍ଜାମରେ ଅଣାୟତ୍ତ ଡେଙ୍ଗୁ
ବ୍ରହ୍ମପୁର ଅଫିସ,୧୩।୧୦:ଗଞ୍ଜାମ ଜିଲାର ୧୯ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମରେ ଅକ୍ଟୋବର ୧୨ ତାରିଖ ସୁଦ୍ଧା ୧୫୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଥିବା…
ଦୋଳାରେ ବୁହା ହୋଇ ଗର୍ଭବତୀ ଗଲେ ହସ୍ପିଟାଲ୍
ପାତ୍ରପୁର,୧୨ା୧୦(ଡି.ଏନ.ଏ.): ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ ସାନଗାଁର ଜଣେ ଗର୍ଭବତୀଙ୍କୁ ମଙ୍ଗଳବାର ଦୋଳାରେ ଡାକ୍ତରଖାନା ନିଆଯାଇଛି। ସାନଗାଁ ଗ୍ରାମର କୃଷ୍ଣଚନ୍ଦ୍ର ଦଳେଇଙ୍କ ସ୍ତ୍ରୀ ହୀରା ଦଳେଇଙ୍କୁ ଅପରାହ୍ନରେ ଗର୍ଭ ବେଦନା ହୋଇଥିଲା। କିନ୍ତୁ ଯାତାୟାତ ସମସ୍ୟା ଥିବାରୁ ଗ୍ରାମଠାରୁ…
ସ୍ତ୍ରୀଙ୍କ ପ୍ରେମିକଙ୍କୁ ହତ୍ୟା କରି ପୋତିଦେଲେ
ଜଗନ୍ନାଥପ୍ରସାଦ,୧୨ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସୁଗୁମୁ ଗ୍ରାମର ଜଣେ ଯୁବକଙ୍କୁ ଗତ ୭ ତାରିଖରେ ଘରୁ ଡାକି ନେଇ ହତ୍ୟା କରାଯାଇଛି। ମୃତକ ହେଲେ ମାଧବ ନାଇକ (୧୯)। ୬ ଦିନ ପରେ ମଙ୍ଗଳବାର ପୋଲିସ ସ୍ଥାନୀୟ ମଳିଙ୍ଗି…
ତାରାତାରିଣୀ ପୀଠରେ ଲାଗିଲା ନିଆଁ
ପୁରୁଷୋତ୍ତମପୁର,୧୨।୧୦(ଡି.ଏନ୍.ଏ.) ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ତାରା ତାରିଣୀଙ୍କ ପୀଠରେ ଏକ ଅଘଟଣ ଘଟିଛି। ମଙ୍ଗଳବାର ପବିତ୍ର ମହାସପ୍ତମୀ ପୂଜା ଚାଲିଥିବା ସମୟରେ ମା’ଙ୍କ ପୀଠରେ ନିଆଁ ଲାଗିଥିବା ସୂଚନା ମିଳିଛି। ମାନସିକଧାରୀମାନେ ଷୋଳ ପର୍ବ ଓ ନବରାତ୍ର ଲାଗି ମା’ଙ୍କ…
ଆଇପିଏଲ୍ ବେଟିଂ ଧରିଲା ପୋଲିସ
ବ୍ରହ୍ମପୁର ଅଫିସ,୧୧ା୧୦: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ସୋମବାର ପୋଲିସ ଏକ ବଡ଼ ଧରଣର ଆଇପିଏଲ୍ କ୍ରିକେଟ୍ ବେଟିଂ କାରବାର ଠାବ କରିଛି। ପୋଲିସ ଏହି ର଼୍ୟାକେଟ୍ ଚଳାଉଥିବା ଜଣେ ଷ୍ଟକିଷ୍ଟଙ୍କ ସମେତ ୮ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ…
Archives


