ସୀମାନ୍ତରେ ଆନ୍ଧ୍ର ଅଧିକାରୀ-ପଟ୍ଟାଙ୍ଗୀ ବିଧାୟକ ମୁହାଁମୁହିଁ

ପଟ୍ଟାଙ୍ଗୀ,୧୪।୧୦ (ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତ ଉପରୁ ନଜର ହଟାଉନି ଆନ୍ଧ୍ର। ବାରମ୍ବାର ଓଡ଼ିଶାର ଏହି ସୀମାନ୍ତ ଗ୍ରାମରେ ପ୍ରବେଶ କରି ବିଭିନ୍ନ କାର୍ଯ୍ୟକ୍ରମ କରୁଛି। ଏପରିକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛି ଏହି ରାଜ୍ୟ। ବୁଧବାର ଆନ୍ଧ୍ରର ପାର୍ବତୀପୁରମ ପ୍ରଶାସନ କୋଟିଆର ଫଗୁଣସିନେରି ଗ୍ରାମରେ ପହଞ୍ଚତ୍ ଅଙ୍ଗନଓ୍ବାଡି ଗୃହ ନିର୍ମାଣ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରୁଥିବା ବେଳେ ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢୀଙ୍କ ସହ ମୁହାଁମୁହିଁ ହୋଇଛି। ଆନ୍ଧ୍ରର ଏପରି କାର୍ଯ୍ୟକୁ କଡା ସମାଲୋଚନା କରିଛନ୍ତି ବିଧାୟକ।
ଖବରରୁ ଜଣାପଡିଛି, ଆନ୍ଧ୍ରର ପାର୍ବତୀପୁରମ ପିଓ ଆଇଟିଡିଏ କୋର୍ମନାଥ ଫଗୁଣସିନେରି ଗ୍ରାମରେ ପହଞ୍ଚତ୍ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ କରି ନୂତନ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ ଲାଗି ଜାଗା ଚିହ୍ନଟ ସମ୍ପର୍କରେ ଆଲୋଚନା କରୁଥିଲେ। ଏହି ସମୟରେ ପଟ୍ଟାଙ୍ଗୀ ବିଧାୟକ ପାଢ଼ୀ ସେଠାରେ ପହଞ୍ଚତ୍ଥିଲେ। ସେ ପିଓ ଆଇଟିଡିଏ କୋର୍ମନାଥଙ୍କୁ ଏହି ବୈଠକର ଉଦ୍ଦେଶ୍ୟ ବିଷୟରେ ପଚାରିଥିଲେ। ତୁମେମାନେ କାହିଁକି ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ମାନୁନାହଁ ବୋଲି ପ୍ରଶ୍ନ କରିଥିଲେ। ଯଦି କୌଣସି ଉନ୍ନୟନମୂଳକ କାର୍ଯ୍ୟ କରିବାର ଅଛି ତୁମ ରାଜ୍ୟ ଭିତରେ କର। ଅଯଥା ଆମ ଓଡ଼ିଶା ସୀମା ଭିତରେ ଅନୁପ୍ରବେଶ କରି ବିବାଦ ସୃଷ୍ଟି କରନାହିଁ ବୋଲି କହିଥିଲେ। ଅନ୍ୟପକ୍ଷରେ ବିଧାୟକଙ୍କ ଏପରି ମତ ନେଇ ସେଠାରେ ଉପସ୍ଥିତ ଗ୍ରାମବାସୀ ପ୍ରତିବାଦ କରିଥିଲେ। ଆମେ ଆନ୍ଧ୍ର ସହ ଅଛୁ ଏବଂ ରହିବୁ ବୋଲି କହି ପାଟିତୁଣ୍ଡ କରିଥିଲେ। ବିଧାୟକ ପାଢୀ ଏହାକୁ ଖାତିର ନ କରି ଆନ୍ଧ୍ର ଗୋବ୍ୟାକ ସ୍ଲୋଗାନ ଦେଇ ଘଟଣା ସ୍ଥଳରୁ କୋର୍ମନାଥଙ୍କୁ ଚାଲିଯିବାକୁ କହିଥିଲେ। ସେଠାରେ ଉପସ୍ଥିତ ଥିବା ଆନ୍ଧ୍ରର କେତେଜଣ ଏଜେଣ୍ଟ ଗ୍ରାମବାସୀଙ୍କୁ ଓଡ଼ିଶାର ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ କହୁଥିବା ବେଳେ ଏହା ଶୁଣି ବିଧାୟକ ପାଢ଼ୀ ପ୍ରତିବାଦ କରିଥିଲେ। ତୁରନ୍ତ ଘଟଣା ସ୍ଥଳ ଛାଡ଼ି ଚାଲିଯିବାକୁ ସେମାନଙ୍କୁ କଡା ଚେତାବନୀ ଦେଇଥିଲେ। ବିଧାୟକଙ୍କ ଏପରି ପ୍ରତିବାଦକୁ କୋରାପୁଟ ଜିଲାର ବିଭିନ୍ନ ସଙ୍ଗଠନ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜନତା କର୍ଫ୍ୟୁ’କରୋନା କବଳରୁ ଦେଶ ଓ ରାଜ୍ୟକୁ ସୁରକ୍ଷିତ ରଖିବ

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ବିଶ୍ୱ ମହାମାରୀଭାବେ ଘୋଷଣା କରାଯାଇଥିବା...

ବଢ଼ିଛି ସଂକ୍ରମଣ, କମିଛି ଅପରାଧ ପରିସଂଖ୍ୟାନ

ଭଦ୍ରକ ଅଫିସ,୨୦।୭- ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ୩୨୩ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥାନୀୟ ସଂକ୍ରମଣ...

ତାତି କମିବ, ବର୍ଷା ହେବ

ଭୁବନେଶ୍ୱର, ୧୨।୩(ବ୍ୟୁରୋ): ରାଜ୍ୟରେ ଏବେ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିଛି। ଏପରିସ୍ଥିତିରେ ଆଉ...

ପ୍ରଭାବିତ ହୋଇଛି ଅର୍ଥନୀତି

ଭୁବନେଶ୍ୱର,୧୦ା୯(ବ୍ୟୁରୋ):କୋଭିଡ୍‌-୧୯ ମହାମାରୀ ଯୋଗୁ ରାଜ୍ୟର ଅର୍ଥନୀତି ପ୍ରଭାବିତ ହୋଇଛି। ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସ୍‌ଡିପି), ରାଜସ୍ବ ବଳକା ହ୍ରାସ ପାଇବା ସହିତ ଋଣ ଭାର ଓ...

ସ୍ବାମୀଙ୍କ ଛୁରାମାଡ଼ରେ ସ୍ତ୍ରୀ ମୃତ

ଖଲ୍ଲିକୋଟ,୨୦ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପଥରା ପଞ୍ଚାୟତର କଣ୍ଡରାପଡ଼ା ଗ୍ରାମରେ ରବିବାର ସ୍ବାମୀଙ୍କ ଛୁରାମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଣ୍ଡରାପଡ଼ା ଗ୍ରାମର...

ଅଟକିଛି ଗଞ୍ଜାମ-କନ୍ଧମାଳ ଜିଲା ବ୍ଲକ ସଂଯୋଗ

ଛତ୍ରପୁର,୨୧।୪(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଆର୍ଥିକ ବର୍ଷରେ ଗଞ୍ଜାମ-କନ୍ଧମାଳ ଜିଲା ବ୍ଲକ ସଂଯୋଗ ଯୋଜନା ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ କେରୁବାଡି-ଆଡିପଙ୍ଗା ଭାୟା ବେଡେପଙ୍ଗା ରାସ୍ତା...

ବିକ୍ରି ନୁହେଁ, ଥଇଥାନ କରାଯାଇଛି

ପୁରୀ ଅଫିସ,୨୩।୮: ବଗଲା ଧର୍ମଶାଳା ଜମିକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ଭାଜପା ପକ୍ଷରୁ ବଗଲା ସମ୍ମୁଖରେ ଧାରଣା ଦିଆଯାଇଥିବାବେଳେ ଧୀରେ ଧୀରେ ଏହାକୁ...

 ମହାଶିବରାତ୍ରି ଅବସରରେ ଶ୍ରୀଲୋକନାଥଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ, ୨୧।୨: ମହାଶିବରାତ୍ରି ଅବସରରେ ଶୁକ୍ରବାର ଶ୍ରୀକ୍ଷେତ୍ରର ବିଭିନ୍ନ ଶୈବ ପୀଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜରିତ ହେଉଛି...

Advertisement
Archives

Model This Week