ସ୍ତ୍ରୀଙ୍କ ପ୍ରେମିକଙ୍କୁ ହତ୍ୟା କରି ପୋତିଦେଲେ

ଜଗନ୍ନାଥପ୍ରସାଦ,୧୨ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସୁଗୁମୁ ଗ୍ରାମର ଜଣେ ଯୁବକଙ୍କୁ ଗତ ୭ ତାରିଖରେ ଘରୁ ଡାକି ନେଇ ହତ୍ୟା କରାଯାଇଛି। ମୃତକ ହେଲେ ମାଧବ ନାଇକ (୧୯)। ୬ ଦିନ ପରେ ମଙ୍ଗଳବାର ପୋଲିସ ସ୍ଥାନୀୟ ମଳିଙ୍ଗି କାଜୁ ଜଙ୍ଗଲରୁ ମାଧବଙ୍କ ଗଳିତ ମୃତଦେହ ମାଟିତଳୁ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସ୍ତ୍ରୀଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ ହେବାରୁ ମାଧବଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୁକ୍ତ ସ୍ବୀକାର କରିଛନ୍ତି। ଏ ନେଇ ପୋଲିସ ନଂ. ୩୭୭/୨୧ରେ ମାମଲା ରୁଜୁ କରିଛି।
ସୂଚନାନୁସାରେ, ଅଭିଯୁକ୍ତ ଗତ ୭ ତାରିଖରେ ବୁଲିଯିବାକୁ କହି ମାଧବଙ୍କୁ ଘରୁ ଡାକି ନେଇଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ମାଧବ ଆଉ ଘରକୁ ଫେରି ନଥିଲେ। ତାଙ୍କ ପରିବାର ଲୋକେ ଅଭିଯୁକ୍ତଙ୍କୁ ପଚାରିବାରୁ ସେ ଜାଣିନଥିବା କହିଥିଲେ। ଚାରିଆଡ଼େ ଖୋଜାଖୋଜି କରି ମାଧବଙ୍କୁ ନ ପାଇବାରୁ ତାଙ୍କ ବାପା ଯୋଗେନ୍ଦ୍ର ସୋମବାର ଜଗନ୍ନାଥପ୍ରସାଦ ଥାନାରେ ଏତଲା ଦେଇଥିଲେ। ପୋଲିସ ସନ୍ଦେହରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବାରୁ ଏକ ଲୁହାଛଡ଼ରେ ଆକ୍ରମଣ କରି ହତ୍ୟା କରିବା ସହ ମାଧବଙ୍କ ମୃତଦେହକୁ ଗ୍ରାମଠାରୁ ପ୍ରାୟ ୧୨ କିଲୋମିଟର ମଲିଙ୍ଗି କାଜୁ ଜଙ୍ଗଲରେ ପୋତି ଦେଇଥିବା କହିଥିଲେ। ମଙ୍ଗଳବାର ସକାଳୁ ସ୍ଥାନୀୟ ତହସିଲଦାର ମନୋଜ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ପୋଲିସ ମୃତକ ପରିବାର ସହାୟତାରେ କାଜୁ ଜଙ୍ଗଲରୁ ମାଧବଙ୍କ ଗଳିତ ମୃତଦେହକୁ ମାଟି ତଳୁ ଖୋଳି ବାହାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜମି କିଣାଇଦେବାକୁ କହି ୧୭ ଲକ୍ଷ ଟଙ୍କା ଟଙ୍କା ଠକି ନେଲେ, ଦମ୍ପତି ଗିରଫ

ପାଟଣା,୩୦।୯(ସ୍ବ. ପ୍ର.):କେନ୍ଦୁଝର ଜିଲା ପାଟଣା ପୋଲିସ ଠକେଇ ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦମ୍ପତି ହେଉଛନ୍ତି ପାଟଣା ବ୍ଲକ...

ଲଘୁଖଣିଜ ଚାଲାଣ ରୋକିବ ଟେକ୍ନୋଲୋଜି

ଢେଙ୍କାନାଳ ଅଫିସ, ୧୯।୬ ଢେଙ୍କାନାଳ ଜିଲାରେ ବୃଦ୍ଧି ପାଉଥିବା ବାଲି, ପଥର ଭଳି ଲଘୁ ଖଣିଜ ଚୋରା ଚାଲାଣ ରୋକିବାକୁ ଟେକ୍ନୋଲୋଜିର ସହାୟତା ନେବ ପ୍ରଶାସନ।...

ଦୁଇ ନାବାଳିକାଙ୍କ ସମେତ ୪୧ ଶିଶୁ ଶ୍ରମିକ ଉଦ୍ଧାର

ବ୍ରହ୍ମପୁର ଅଫିସ,୧ା୩ – ଶିଶୁ ଶ୍ରମିକ ଉଦ୍ଧାର ଓ ଥଇଥାନ ପାଇଁ ଅନେକ ଯୋଜନା କରାଯାଇଛି। ଏବେ ଶିଶୁ ଶ୍ରମିକ ଉଦ୍ଧାର ପାଇଁ ବ୍ରହ୍ମପୁର ପୋଲିସ...

କଟି ନନାଙ୍କ ଭୋଜନାଳୟ

ଭୋଗରାଇ,୧୯।୨(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ଥାନା ସମ୍ମୁଖରେ ରହିଛି ଭୋଜନାଳୟ। ଅନ୍ୟ ହୋଟେଲ ଭଳି ଏହି ଭୋଜନାଳୟରେ ନାହିଁ ଚାକଚକ୍ୟ। ରହିଛି କେବଳ ଆଜବେଷ୍ଟସ...

ବ୍ରାଉନ ସୁଗାର ଜବତ: ଜଣେ ଗିରଫ

ରାଇରଙ୍ଗପୁର,୬ା୨(ଡି.ଏନ୍‌.ଏ.)- ରାଇରଙ୍ଗପୁର ପୋଲିସ ବୁଧବାର ଚଢାଉ କରି ୧୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସର୍କଲ ଏସ୍‌ଡିପିଓ ସ୍ନେହାଶିଷ ସାହୁଙ୍କ...

ପଦ୍ମପୁର ଉପନିର୍ବାଚନ: ଏଣିକି ହେଭିୱେଟଙ୍କ ପ୍ରଚାର

ପଦ୍ମପୁର,୨୬।୧୧(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ମତଦାନ ହେବ। ଏଥିପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅଧୀନ ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ବ୍ଲକ...

ବାରବାଟୀ ମ୍ୟାଚ୍‌ ବନ୍ଦ ଲାଗି ହାଇକୋର୍ଟରେ ଦାୟର ମାମଲା ଖାରଜ

କଟକ ଅଫିସ,୭।୬: ଆସନ୍ତା ଜୁନ୍‌ ୧୨ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ହେଲେ ଏହି ମ୍ୟାଚ ବନ୍ଦ...

ପୋଢୁଆଁ ହେବେ ଶ୍ରୀକପିଳେଶ୍ୱର

ପୁରୁଣା ଭୁବନେଶ୍ୱର, ୧୬।୧୧ (ଡି.ଏନ.ଏ.): ଆସନ୍ତା ୨୦ ତାରିଖରେ ପୋଢୁଆ ଅଷ୍ଟମୀ। ପୋଢୁଆ ହେବେ ମହାପ୍ରଭୁ ଶ୍ରୀକପିଳେଶ୍ୱର ଦେବ। ଏଥିପାଇଁ କୈବର୍ତ୍ତସାହିରେ ପୂଜା ପାଉଥିବା ମାମୁ...

Advertisement
Archives

Model This Week