ଖବରଦାତାଙ୍କ ସୁରକ୍ଷା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
ପୁରୁଷୋତ୍ତମପୁର,୪ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରେସ କ୍ଲବ ପକ୍ଷରୁ ଶୁକ୍ରବାର ଏକ ପ୍ରତିବାଦ ସଭା କରାଯିବା ସହ ସମସ୍ତ ଖବରଦାତା ତହସିଲ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ତହସିଲଦାର ନୀତିଶ କୁମାର ତ୍ରିପାଠୀଙ୍କୁ ପ୍ରଦାନ କରିଛନ୍ତି। ଖବରଦାତାମାନେ...
ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ସ୍ବାମୀ
ପୁରୁଷୋତ୍ତମପୁର,୩ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ଛେଲୁ ଗ୍ରାମରେ ଜଣେ ମଦ୍ୟପ ସ୍ବାମୀ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ସେ ସ୍ତ୍ରୀଙ୍କ ମୁଣ୍ଡକୁ ପଥର ଛେଚି ବୀଭତ୍ସ ଭାବେ ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।...
ବାପାଙ୍କୁ ଆକ୍ରମଣ କରି ଜେଲ ଗଲେ ପୁଅ
ଦିଗପହଣ୍ଡି,୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଜଙ୍ଘମା ଗ୍ରାମର ରବିନ୍ଦ୍ର ବେହେରାଙ୍କୁ ବୁଧବାର ପୋଲିସ କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଆଇଆଇସି ବସନ୍ତ କୁମାର ସେଠୀଙ୍କ...
ଭାଇବୋହୂଙ୍କୁ ହତ୍ୟା ଧମକ: ଜେଲ୍ ଗଲେ ଦେଢ଼ଶୁର
ଦିଗପହଣ୍ଡି,୨ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ଜଗନ୍ନାଥ ପ୍ରଧାନ ଏବଂ ପ୍ରଶାନ୍ତ ପ୍ରଧାନଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କେସ୍ ନଂ.୧୩୫/୨୧ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ୱୟଙ୍କୁ ଦିଗପହଣ୍ଡି ସବ୍ଜେଲ...
ତାରାତାରିଣୀ ଛକରେ ୩ ଅଟୋକୁ ଧକ୍କା ଦେଲା ବାଲି ଟ୍ରକ୍; ପୋଲିସ ଭୟରେ ଡ୍ରାଇଭର ଚମ୍ପଟ
ପୁରୁଷୋତ୍ତମପୁର,୧।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରା ତାରିଣୀ ଛକଠାରେ ମଙ୍ଗଳବାର ଅପରାହ୍ନରେ ଦ୍ରୁତ ଗତିରେ ଆସୁଥିବା ଏକ ବାଲିବୋଝେଇ ଟ୍ରକ୍(ଓଆର୍ ୦୯ଏଫ୍ ୯୩୯୫) ଭାରସାମ୍ୟ ହରାଇ ତିନୋଟି ଅଟୋକୁ ଧକ୍କା ଦେଇଛି। ଅଟୋଗୁଡ଼ିକ ଏକ ହୋଟେଲ ସମ୍ମୁଖରେ...
ଆନ୍ଧ୍ରକୁ ଋଷିକୂଲ୍ୟା ନଦୀରୁ ବାଲି ଚୋରା ଚାଲାଣ: ଚଢାଉରେ ୩୦ ଗାଡ଼ି ଜବତ
ଛତ୍ରପୁର,୧।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ନଦୀରୁ ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଛି। ଏହି ଚୋରା ଚାଲାଣ ପ୍ରାୟ ରାତ୍ର ସମୟରେ ଚାଲୁଥିବା କୁହାଯାଉଛି। ଏନେଇ ବାରମ୍ବାର ଜିଲାପ୍ରଶାସନ ନିକଟରେ ଅଭିଯୋଗ ହେବା ପରେ କିଛି ଦିନ...
ବ୍ୟାଙ୍କରେ ରହୁନି ସାମାଜିକ ଦୂରତା:ଗୋଷ୍ଠୀ ସଂକ୍ରମଣ ଆଶଙ୍କା
ଗଞ୍ଜାମ,୧।୬(ଡି.ଏନ୍.ଏ.): ଗଞ୍ଜାମ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଦ୍ୱିତୀୟ ଲହରରେ ଏହି ସହରରୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଲାଣି । ଏହିଭଳି ସମୟରେ ଦୁର୍ଗାଦେବୀ ସାହିସ୍ଥିତ ଗଞ୍ଜାମ ଏକ ବ୍ୟାଙ୍କରେ ମଙ୍ଗଳବାର...
ଗଞ୍ଜାମର ୫.୮୩ ଲକ୍ଷ ନେଲେଣି ପ୍ରଥମ ଡୋଜ ଟିକା
ଛତ୍ରପୁର,୨୯।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ କରୋନା ଟିକା ନେବାକୁ ଲୋକଙ୍କ ଆଗ୍ରହ ବଢିଛି। ଜିଲାରେ ଶୁକ୍ରବାର ସୁଦ୍ଧା ୫ ଲକ୍ଷ ୮୩ ହଜାର ୫୩୫ ଜଣଙ୍କୁ ଟିକାର ପ୍ରଥମ ଡୋଜ...
କରୋନା କାଳରେ ଅସହାୟଙ୍କ ସାହା
ଛତ୍ରପୁର, ୨୮।୫(ଡିଏନଏ): ସାରା ଦେଶରେ ମହାମାରୀ କରୋନା ସମସ୍ତଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ବିଶେଷକରି ଅସହାୟ ଓ ଖଟିକିଆମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟ...
କ୍ବାକଙ୍କ ୫ଟି କ୍ଲିନିକ୍କୁ ସିଲ୍ କଲା ପ୍ରଶାସନ
ବୁଗୁଡ଼ା,୨୯।୫(ଡି.ଏନ୍.ଏ): ବେଆଇନ ଭାବେ ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଳା ବୁଗୁଡ଼ା ଅଞ୍ଚଳରେ କ୍ବାକମାନେ ବିଭିନ୍ନ ସ୍ଥାନରେ ନିଜେ ନିଜେ କ୍ଲିନିକ ଖୋଲି ଚିକିତ୍ସା କରିଆସୁଥିଲେ। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ...
ଗାଡିରେ ଘରରୁ ଘର ବୁଲି ଅଳିଆ ସଂଗ୍ରହ କରୁଛନ୍ତି ମହିଳା
ଛତ୍ରପୁର,୨୮।୫(ଡି.ଏନ୍.ଏ.): ଏସ୍ଏଚଜି ମହିଳା ସଂଘର ସଦସ୍ୟାମାନେ ବର୍ତ୍ତମାନ ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍ଏସିର ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ନିଜକୁ ଏଥିରେ ସାମିଲ କରିଛନ୍ତି। ଏଥିସହ ମହିଳା ମାନେ ନିଜେ ଗାଡି ଚଳାଇ ସହରରେ ଥିବା ଘରକୁଘର...
ସ୍ବାସ୍ଥ୍ୟସେବା ସୁପରିଚାଳନା: ଡିପିଏମଙ୍କୁ ଏନ୍ଏଚ୍ଏମ୍ ନିର୍ଦ୍ଦେଶିକାଙ୍କ ପ୍ରଶଂସାପତ୍ର
ଛତ୍ରପୁର,୨୮।୫(ଡିଏନଏ): କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟସେବା ସୁପରିଚାଳନା ପାଇଁ ମିଶନ ଜିଲା କାର୍ଯ୍ୟକ୍ରମ ଅଧିକାରୀ (ଡିପିଏମ) ଶ୍ୟାମସୁନ୍ଦର ତ୍ରିପାଠୀଙ୍କୁ ପ୍ରଶଂସାପତ୍ର ମିଳିଛି। ଜାତୀୟ ସ୍ବାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏହି...
Archives


