ଗଞ୍ଜାମ

ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ

ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି ପିକ୍‌ଅପ୍‌ ଭ୍ୟାନ୍‌। ଏହି ଦୁର୍ଘଟଣାରେ ପିକକ ଭ୍ୟାନରେ ବସିଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା…

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ ମୃତ୍ୟୁ ଘଟିଥିବା ବେଳେ ମନୋଜ ପ୍ରଧାନ ଆହତ ହୋଇଛନ୍ତି। ଗ୍ରାମରେ ମେଢ଼ ଭସାଣି ସମୟରେ…

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ଓ୍ବାର୍ଡ ସଭ୍ୟ

ଛତ୍ରପୁର,୧୮ା୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ନିଜ ମନମୁଖୀ କାର୍ଯ୍ୟ ନେଇ ଓ୍ବାର୍ଡ ସଭ୍ୟାସଭ୍ୟ ଅଭିଯୋଗ କରିଛନ୍ତି। ଏନେଇ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଏମାନଙ୍କ ପକ୍ଷରୁ ଅଣାଯାଇଛି।…

ହେନ୍ତାଳ ବନ ସୁରକ୍ଷା ଚିନ୍ତାରେ ବନ ବିଭାଗ

ବ୍ରହ୍ମପୁର,୧୮।୯(ଅଶୋକ କୁମାର ସାହୁ): ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷୟକ୍ଷତିକୁ ପ୍ରଶମିତ କରିବା ପାଇଁ ବନ ବିଭାଗ ନଜର ରଖିଛି। ଏଥିପାଇଁ ସମୁଦ୍ର ଉପକୂଳରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପାଇଁ ନୂଆ ତରିକା ଆପଣେଇଛି। ଗତ ୨ମାସ…

ଚୋରି ଟ୍ରକ ଘଟଣାରେ ଜଣେ ଗିରଫ ଜଣେ ଫେରାର

ଗୋପାଳପୁର, ୧୭।୯(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଶନିବାର ବିଳମ୍ବିତ ରାତିରେ ହଳଦିଆପଦର ଗ୍ରାମ ନିକଟରେ ପାର୍କିଂ ଅବସ୍ଥାରେ ଥିବା ଏକ ଟ୍ରକ ଚୋରି ହୋଇଥିବା ବେଳେ ମଙ୍ଗଳବାର ପୋଲିସ ଉକ୍ତ ଟ୍ରକକୁ ଠାବ କରିବା ସହ ଚୋରି କରିଥିବା…

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ ନେଇଛି। ଦୁଇ ଭାଇ କାତିରେ ଆକ୍ରମଣ କରିବାରୁ ଅନ୍ୟ ଏକ ପରିବାରର ବଡ଼ଭାଇଙ୍କ ମୃତ୍ୟୁ…

ତପ୍ତପାଣି ଘାଟିରେ ଦୁର୍ଘଟଣା: ଗଛରେ ପିଟିହେଲା ଯାତ୍ରୀବାହୀ ବସ୍‌

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ତପ୍ତପାଣି ଘାଟି ତଳେ ଥିବା ମା’ କନ୍ଧୁଣି ଦେବୀଙ୍କ ମନ୍ଦିର ନିକଟରେ ଘଟିଛି ଦୁର୍ଘଟଣା। ସୋମବାର ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ପଦ୍ମାଳୟା ନାମକ ଯାତ୍ରୀବାହୀ…

ରାଷ୍ଟ୍ରପତିଙ୍କ ମନ ଜିଣିଲେ ଓଡ଼ିଆ ପୁଅ

ଗୋପାଳପୁର,୧୬।୯(ନବୀନ ରାଜ ଆଚାରୀ)ଗଞ୍ଜାମ ଜିଲାର ଚିତ୍ରକରଙ୍କୁ ପାଇ ଖୁସି ପ୍ରକଟ କରିବା ସହ ୪୫ ମିନିଟ୍‌ ଧରି ତାଙ୍କ ସହ କଥା ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇଟି ସୁନ୍ଦର ଚିତ୍ରକୁ ଦେଖି ସୁନାଛାଞ୍ଚ ଥିବା ରାଷ୍ଟ୍ରପତି ଭବନରେ ଏକ କଳାକୃତିକୁ…

ନଦୀ, ପୋଖରୀରୁ ମିଳିଲା ୨ ମୃତଦେହ

ଛତ୍ରପୁର,୧୬।୯(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ମୁନିସିପେଣ୍ଠ ନିକଟ ଋଷିକୂଲ୍ୟା ନଦୀ କଂସାରୀ ଗଣ୍ଡରୁ ଜଣେ ଓ ଗଙ୍ଗାପୁର ପୋଖରୀରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ରବିବାର ମୁନିସିପେଣ୍ଠ ନିକଟ ଋଷିକୂଲ୍ୟା ନଦୀ କଂସାରୀ ଗଣ୍ଡରେ ମୁନିସିପେଣ୍ଠ…

ଗଣେଶ ଭସାଣି: ଡିଜେ ପାଇଁ ଥାନାରେ ପାଟିତୁଣ୍ଡ

ହିଞ୍ଜିଳିକାଟୁ,୧୫।୯( ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ଭସାଣି ବେଳେ ଡିଜେ ବଜାଇବାକୁ କେନ୍ଦ୍ର କରି କେତେକ ବ୍ୟକ୍ତି ଗଞ୍ଜାମ ଜିଲା ବେଲଗାଁ ଥାନା ସମ୍ମୁଖରେ ପାଟିତୁଣ୍ଡ କରିଛନ୍ତି। ଏହାର ଭିଡିଓ ଏବଂ ଫଟୋ ଏବେ ଭାଇଲାର ହେବାରେ ଲାଗିଛି। ଏଥିରେ ଉତ୍ତ୍ୟକ୍ତ ଲୋକ…

ପୁଣି ଦାଦନ ଦୁଃଖ: ଚେନ୍ନାଇରେ ଗଲା ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ଜୀବନ

ଚିକିଟି,୧୫ା୯(ପ୍ରକାଶ ଚନ୍ଦ୍ର ସାହୁ): ଚେନ୍ନାଇକୁ ଦାଦନ ଖଟିବାକୁ ଯାଇ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ସୋରଳ ଗ୍ରାମ ଡୁଙ୍ଗାସାହିର ରାମଚନ୍ଦ୍ର ବେହେରା(୪୦)। ରାମଚନ୍ଦ୍ର ଦୀର୍ଘ ୧୦ ବର୍ଷ ହେଲା ପରିବାର…

ଋଷିକୂଲ୍ୟା କଂସାରୀଗଣ୍ଡକୁ ଯାଇଥିଲେ ଗାଧୋଇ, ଆଉ ତା’ପରେ…

ଛତ୍ରପୁର,୧୫।୯(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ମୁନିସିପେଣ୍ଠ ନିକଟ ଋଷିକୂଲ୍ୟା ନଦୀର କଂସାରୀଗଣ୍ଡରେ ରବିବାର ଗାଧୋଇବାକୁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବୃଦ୍ଧ ଜଣକ ହେଲେ ମୁନିସିପେଣ୍ଠ ଗ୍ରାମର ଭଗବାନ ହାତୀ । ଘଟଣାର ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?