ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ ମୃତ୍ୟୁ ଘଟିଥିବା ବେଳେ ମନୋଜ ପ୍ରଧାନ ଆହତ ହୋଇଛନ୍ତି। ଗ୍ରାମରେ ମେଢ଼ ଭସାଣି ସମୟରେ ବ୍ୟବହୃତ ଡିଜେଟି ରାସ୍ତା ପାର୍ଶ୍ୱରେ ଥିବା ଇଲେକ୍ଟ୍ରି ତାର ଲାଗି ଛିଡିଯାଇଥିଲା। ଫଳରେ ପବିତ୍ର ଓ ମନୋଜ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ମାତ୍ର ଅବସ୍ଥା ଗୁରୁତର ଥିବାରୁ ସେଠାରୁ ବ୍ରହ୍ମପୁର ବଡ଼ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ପବିତ୍ରଙ୍କ ମୃତ୍ୟୁ ଘଟିଛି।ଖବରପାଇ ପୁରୁଷୋତ୍ତମପୁର ଆଇଆଇସି ବିପିନ ବିହାରୀ ହୋତା ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ସରିବାକୁ ଆଉ ଥିଲା ଅଢେଇ ମିନିଟ୍‌: କବାଡି କୋର୍ଟରେ ଟଳି ପଡ଼ିଲେ ଖେଳାଳୀ।

ନୂଆପଡ଼ା,୧୦।୧୪( ମକାରୁ ବେମାଲ): ଖେଳ ସରିବାକୁ ଅଢ଼େଇ ମିନିଟ୍‌ ଥିଲା। କେଇଟା ମୁହୁତ୍ତର୍ତ୍ତ ପରେ ବିଜୟ ସ୍ୱାଦ ଚାଖି ଥାଆନ୍ତେ। ଆଉ ପୁରସ୍କୃତ ହୋଇଥାଆନ୍ତେ। ହେଲେ...

ଜିଲାପାଳଙ୍କ ନିର୍ଦ୍ଦେଶକୁ ମାନିଲେନି ଶିକ୍ଷା କମିଟି: ଫେରିଗଲେ ପ୍ରଧାନ ଶିକ୍ଷକ

କେସିଙ୍ଗା,୧୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ସ୍ଥିତ ଜବାହାର ଉଚ୍ଚ ବିଦ୍ୟାପୀଠ ବାଲସି (କ) ର ପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ରାଉତଙ୍କୁ...

ଗର୍ଜିଲେ ଆଶାକର୍ମୀ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଛତ୍ରପୁର,୧୪।୧୦(ଦିଲ୍ଲୀପ ସାମଲ): ଆଶା କର୍ମଚାରୀ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସର୍ବେକ୍ଷଣ, ଟୀକାକରଣ, ପରିମଳ, ମାତୃ ଓ ଶିଶୁ ଯତ୍ନ, ଔଷଧ...

ବିଧାୟକଙ୍କ ମହାନତା: କୋଡି, ଶାବଳ ଧରି ନିର୍ମାଣ କଲେ ଅସ୍ଥାୟୀ ଚେକ୍‌ଡେମ

ପୁରୁଷୋତ୍ତମପୁର,୧୪।୧୦(ସିମାଞ୍ଚଳ ମିଶ୍ର): ସରକାର ଚାଷୀଙ୍କ ଜମିକୁ ଜଳସେଚନର ସୁବିଧା ଲାଗି ଯୋଜନା ପରେ ଯୋଜନା କରୁଥିବା ବେଳେ ଲିପ୍ଟ ଇରିଗେସନ ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଓ...

ଜଙ୍ଗଲକୁ ହାତୀ ଦେଖିବାକୁ ଯାଇଥିଲେ: ହଠାତ୍‌ ହାତୀ ପଛରୁ ଆସି…  

ପାଟଣା,୧୪।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଡେଣୁଆ କାଜୁଜଙ୍ଗଲରେ ସୋମବାର ଏକ ଦନ୍ତା ଆକ୍ରମଣରେ ଜଣେ ୨୫ ବର୍ଷୀୟ  ଯୁବକ ଗୁରୁତର ହୋଇଛନ୍ତି। ଗୁରୁତୋର...

ତୁମୁଡିବନ୍ଧରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ତୁମୁଡିବନ୍ଧ,୧୩।୧୦(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ କାର୍ଯ୍ୟାଳୟର ସଭା ଗୃହରେ ଆଜି ସୋମବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ...

ବଢୁଛି ଚୋରା ମଦ ବ୍ୟବସାୟ, ନାକେଦମ୍‌ ହେଲେଣି ଅଞ୍ଚଳବାସୀ

ଦାରିଙ୍ଗବାଡ଼ି,୧୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ିରେ ଚୋରା ମଦ କାରବାର ବେଧଡ଼କ ଚାଲିଛି। ଦିନରାତି ଏହି ବ୍ୟବସାୟ ଚାଲିଥିବା ବେଳେ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ...

ବୁଦାମୂଳରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ପାଖରେ ପଡ଼ିଥିଲା ମଦ ବୋତଲ

ବୌଦ୍ଧ,୧୪ା୧୦(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ମଣିପୁର ନର୍ସରୀ ନିକଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମିଳିଥିବା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri