ଗଞ୍ଜାମ

ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ କାର୍ଯ୍ୟନିର୍ବାହୀ ଅଧିକାରୀ

ଗଞ୍ଜାମ,୮।୬(ଡିଏନଏ )ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୯ ବରପଲି ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ବୋଲି ଗ୍ରାମବାସୀ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର…

କନ୍ଧମାଳରୁ ଅନୁଗୋଳ ଗଞ୍ଜେଇ ଚାଲାଣ: କାର ସହ ୬୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୭।୬: ଅବକାରୀ ଗୁଇନ୍ଦା ଯାଞ୍ଚ ବେଳେ ଜବତ ହୋଇଛି ୬୦କେଜିର ଗଞ୍ଜେଇ। ଅବକାରୀ ଗୁଇନ୍ଦା ଡେପୁଟି କମିଶନର ଡ଼ମ୍ବୁରଧର ଖଣ୍ଡାଙ୍କ ନିର୍ଦେଶରେ ଏକ ଟିମ ଅଙ୍କୁଶପୁର ଛକରେ ଗାଡ଼ି ଚେକିଂ କରିଥିଲା। ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ କାର ନମ୍ବର…

ପେନ୍‌ସିଲ ଆର୍ଟ ଓ ସ୍କ୍ରିବଲିଂ ଆର୍ଟରେ ନିପୁଣ ୨ ଭାଇ

ବେଗୁନିଆପଡ଼ା,୭।୬: ଅମ୍ଳାନ ଗୌରବ କୁମାର ଓ ଆୟୁଷ ଅଂଶୁମାନ ଦୁଇ ଭାଇ। ଅମ୍ଳାନ +୩ ବିଜ୍ଞାନ ପଢା ସରିଥିବା ବେଳେ ଆୟୁଷ ଦ୍ୱାଦଶ ବିଜ୍ଞାନ ପଢ଼ା ସରିଛି। ଉଭୟଙ୍କ ପଢା ସହିତ ଲୁକ୍କାୟିତ ଭାବରେ ଚିତ୍ର ପ୍ରତି ଥିଲା ଅହେତୁକ ଦୁର୍ବଳତା।…

ଭଗବାନଙ୍କ କୃପାରୁ ସୁରକ୍ଷିତ ଫେରିଲୁ

ବ୍ରହ୍ମପୁର ଅଫିସ,୬ା୬: ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା କଥା ଭାବିବା ବେଳକୁ ଲୁହ ଆସିଯାଉଛି। ମୁ ଓ ମୋ ପରିବାର ଭଗବାନଙ୍କ କୃପାରୁ ସେଠାରୁ ସୁରକ୍ଷିତ ଫେରିଛୁ ବୋଲି ଦୁର୍ଘଟଣାରୁ ବର୍ତ୍ତିଥିତ୍ବା ବ୍ରହ୍ମପୁର ଗୋସାଇଁ ନୂଆଗାଁ ଅଞ୍ଚଳର ଇଜିକେୟଲ ଦାସ କହିଛନ୍ତି।…

ଡିଭାଇଡର ଉପରେ ଚଢିଗଲା ଟ୍ରକ୍‌

ହିଞ୍ଜିଳିକାଟୁ,୫।୬(ଡି.ଏନ.ଏ.): ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭାରସାମ୍ୟ ହରାଇ ଏକ ଟ୍ରକ୍‌ ରାସ୍ତା ମଧ୍ୟସ୍ଥ ଡିଭାଇଡର ଉପରେ ଚଢିଯାଇଛି । ଦୁର୍ଘଟଣାରେ ଟ୍ରକ୍‌ ଚାଳକ ଆହତ ହୋଇଥିବା ବେଳେ…

ପରିବେଶର ସୁରକ୍ଷା ପାଇ ପ୍ରାଚୀନ ପଦ୍ଧତିର ଅନୁସରଣ

ଛତ୍ରପୁର,୫ା୬(ଡି.ଏନ୍‌.ଏ.): ଛତ୍ରପୁର ନିକଟସ୍ଥ ତାମ୍ପରା ଆଦ୍ରଭୂମି ଠାରେ ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ…

ଖୋଲିଲା ବର୍ଜ୍ୟବସ୍ତୁ ପୁନଃ ବ୍ୟବହାର କେନ୍ଦ୍ର

ସୋରଡା,୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ଏନ୍‌ଏସି ପକ୍ଷରୁ ସୋମବାର ବର୍ଜ୍ୟବସ୍ତୁ ପୁନଃ ବ୍ୟବହାର ଏବଂ ପ୍ରକ୍ରିୟାକରଣ ପାଇଁ ଏକ ଯୋଗାଯୋଗ କେନ୍ଦ୍ର ସୋରଡା ଥାନା ନିକଟରେ ଶୁଭାରମ୍ଭ କରାଯାଇଛି। ସହରବାସୀ ନିଜ ଅବ୍ୟବହୃତ୍‌ ପୋଷାକ, ବହି, ପ୍ଲାଷ୍ଟିକ ସାମଗ୍ରୀ ଆଦି କେନ୍ଦ୍ରକୁ…

ବାଲିସାହି ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୫ା୬(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ. ୭ ବାଲିସାହିରେ ଥିବା ପୋଖରୀ ଦୀର୍ଘ ବର୍ଷ ହେବ ଶୁଖି ଫାଟି ପଡିରହିଥିଲା। ଉକ୍ତ ପୋଖରୀର ପୁନରୁଦ୍ଧାର ପାଇଁ ସାହି ବାସିନ୍ଦା ପ୍ରଶାସନକୁ ବାରମ୍ବାର ଅବଗତ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିଲା।…

ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ ଇଓ

ଗଞ୍ଜାମ,୪ା୬(ଡି.ଏନ୍‌.ଏ.): ଗତକିଛି ମାସ ହେବ ଦ୍ରୁତଗତିରେ ଚାଲିଛି ସହରର ଉନ୍ନୟନ କାର୍ଯ୍ୟ। ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଓ୍ବାର୍ଡରେ ପ୍ରକଳ୍ପ ନିର୍ମାଣ ତଥା ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଥିବା ଜଣାପଡ଼ିଛ। ୪ ନଂ ଓ୍ବାର୍ଡରେ ଚାଲିଥିବା ରାସ୍ତା ମରାମତି କାର୍ଯ୍ୟ…

ଉଦ୍‌ଘାଟନ ହୋଇନି, ଓହରହେଡ୍‌ ଟାଙ୍କିରୁ ପାଣି ଲିକ୍‌

ଭଞ୍ଜନଗର, ୪।୬(ଡି.ଏନ.ଏ): ବେଲଗୁଣ୍ଠା ବ୍ଲକ ଗୋବରା ଏବଂ ବାସୁଦେବପୁର ଗ୍ରାମବାସୀଙ୍କୁ ପାଇପ ଯୋଗେ ପାଣି ଯୋଗାଇ ଦେବାପାଇଁ ବାସୁଦେବପୁରଠାରେ ୨ଲକ୍ଷ ଲିଟର କ୍ଷମତା ବିଶିଷ୍ଠ ଓଭରହେଡ୍‌ ପାଣି ଟାଙ୍କି (ଉତଳ ଜଳଭଣ୍ଡାର) ନିର୍ମାଣ କରାଯାଇଛି। ଆଉ କିଛିଦିନ ପରେ ଉକ୍ତ ପ୍ରକଳ୍ପ…

ଚାଷୀଙ୍କ ଜୀବନ ନେଲା ବଜ୍ରପାତ

ପୁରୁଷୋତ୍ତମପୁର,୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ପଞ୍ଚାୟତ ଅଲାଡ଼ି ଗାଁରେ ଶନିବାର ଅପରାହ୍ନରେ ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅଭିରାମ ସେଠୀ(୫୪)। ଅଭିରାମ ଗ୍ରାମ ନିକଟସ୍ଥ ବାଲିଚିରା ଜମିକୁ ଧାନ ତଳି ଦେଖିବା ଲାଗି…

ପାର୍କରୁ ଚୋରି ହେଉଛି ବ୍ୟାୟାମ ଉପକରଣ

ବ୍ରହ୍ମପୁର ଅଫିସ,୩ା୬: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ସହରବାସୀଙ୍କ ଆମୋଦ ପ୍ରମୋଦ ଓ ବ୍ୟାୟାମ ନିମନ୍ତେ ମିନି ପାର୍କ ନିର୍ମାଣ କରାଯାଇଛି। ନିଗମ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୪କୋଟି ୯ ଲକ୍ଷ ୮ ହଜାର ଟଙ୍କା ବ୍ୟୟରେ ୪୬ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri