ଗଞ୍ଜାମ

ରକ୍ତ ଭଣ୍ଡାରରେ ରକ୍ତର ଅଭାବ: ଜନ୍ମ ଦିନରେ ମହାନତା ଦେଖାଇଲେ ସରପଞ୍ଚ ପ୍ରତିନିଧି

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ବିଶିଷ୍ଟ ସାମାଜିକକର୍ମୀ ଚିତ୍ରସେନ ଗୌଡ଼ଙ୍କ ୩୯ ତମ ଜନ୍ମଦିନ ପାଳନ ଅବସରରେ ଶୁକ୍ରବାର ତାଙ୍କ ପୈତୃକ ଗ୍ରାମ ଗୋଲଣ୍ଡା ବହୁମୂଖୀ ବାତ୍ୟାଆଶ୍ରୟସ୍ଥଳୀରେ ଏକ…

ସ୍ବାସ୍ଥ୍ୟ କାର୍ଡ ଦାବି କଲେ ହସ୍ପିଟାଲ କର୍ମଚାରୀ

ଛତ୍ରପୁର,୧୧ା୪(ସନ୍ତୋଷ ପାଢ଼ୀ): ସରକାରୀ କର୍ମଚାରୀଙ୍କୁ କ୍ୟାଶଲେସ୍‌ ସ୍ବାସ୍ଥ୍ୟ ବୀମାରେ ସାମିଲ ସହ ପୁରୁଣା ହାରରେ ପେନସନ ପ୍ରଦାନ କରିବାକୁ ଛତ୍ରପୁର ହସ୍ପିଟାଲର କର୍ମଚାରୀମାନେ ଦାବି କରିଛନ୍ତି। ଶୁକ୍ରବାର ହସ୍ପିଟାଲର ସରକାରୀ କର୍ମଚାରୀମାନେ ପ୍ଲାକାର୍ଡ ଧରି ଦାବି ଉପସ୍ଥାପନ କରିଥିଲେ। ସରକାର ଓଡ଼ିଶାରେ…

କାର୍ଡ ବଦଳାଇ ମହିଳାଙ୍କ ଆକାଉଣ୍ଟରୁ ନେଇଗଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଖଲ୍ଲିକୋଟ,୧୧ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏଟିଏମରୁ ଟଙ୍କା ଉଠାଇବା ବେଳେ ଜଣେ ମହିଳାଙ୍କ ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ ଜଣେ ଦୁର୍ବତ୍ତ ଲକ୍ଷାଧିକ ଟଙ୍କା ଉଠାଇ ନେଇଛନ୍ତି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଧିନୁଆଁପଲ୍ଲୀ ଗ୍ରାମର ସଞ୍ଜିତ ବିଶ୍ୱାଳଙ୍କ ସ୍ତ୍ରୀ…

ବାପ, ପୁଅଙ୍କ ଆକ୍ରମଣରେ ବୃଦ୍ଧ ଆହତ: ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ନରସିଂହ ଦୋରା ନାମକ ଜଣେ ବୃଦ୍ଧଙ୍କୁ ତାଙ୍କ ପଡୋଶୀ ଏସ.କାମୁ ଦୋରା ଏବଂ ତାଙ୍କ ପୁଅ ଟୁନା ଦୋରା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ନରସିଂହଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା…

ପାରିବାରିକ କଳହରୁ ଡିନାମାଇଟ ଲଗାଇ ଘର ଉଡାଇ ଦେଇଥିଲେ ସ୍ୱାମୀ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ କାଳିଞ୍ଜୀ ସାହିରେ ବୁଧବାର ଅପରାହ୍ନରେ ଡିନାମାଇଟ ଦ୍ଵାରା ଘର ବିସ୍ଫୋରଣ ଘଟଣାରେ ଅଭିଯୁକ୍ତଙ୍କୁ ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଗିରଫ କରି ଶୁକ୍ରବାର…

ଅଣ୍ଡାରୁ ବାହାରିବା ପରେ ସମୁଦ୍ର ମୁହାଁ ହେଉଛନ୍ତି ଅଲିଭ୍‌ ରିଡ୍‌ଲେ ଶାବକ

ଗଞ୍ଜାମ,୧୧ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ସମୁଦ୍ର ବେଳାଭୂମିରେ ଅଲିଭ ରିଡ୍‌ଲେ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି। ଦୈନିକ ଏବେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ର ମୁହାଁ ହେଉଛନ୍ତି। ଗତ ନଭେମ୍ବରରୁ ଜାନୁଆରୀରେ ସମୁଦ୍ରରେ ମିଳନ…

ଗାଁକୁ ଚାଲ ଅଭିଯାନରେ ସାମିଲ ହେଲେ ଯୁବଗୋଷ୍ଠୀ, ପଚାରି ବୁଝିବେ ଲୋକଙ୍କ ସୁଖଦୁଃଖ

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଭାଜପା ପକ୍ଷରୁ ବର୍ତ୍ତମାନ ଗାଁକୁ ଚାଲ ଅଭିଯାନ ଚାଲିଛି। ଏହି ଅବସରରେ କର୍ମକର୍ତ୍ତାମାନେ ସାଧାରଣ ଲୋକଙ୍କ ସହ ମିଶି ସେମାନଙ୍କ ଭଲମନ୍ଦ କଥା ପଚାରି ବୁଝିବେ। ଗ୍ରାମରେ ସଫେଇ କାର୍ଯ୍ୟକ୍ରମ କରିବେ। ଏଥିସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଅଛି।…

ସଟସର୍କିଟରୁ ଅଗ୍ନିକାଣ୍ଡ: ସବୁକିଛି ଜଳିପୋଡ଼ି ପାଉଁଶ, ଜଣେ ଆହତ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ):ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଜଡାହାଟୁଣିର ବିଜୟ ଚନ୍ଦ୍ର ପାଢ଼ୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡରେ ଆସବାପତ୍ର, ସୁନା ଅଳଙ୍କାର, ଟଙ୍କା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ…

ଅନ୍ଧାରରେ ଗଞ୍ଜାମ ସହର

ଗଞ୍ଜାମ,୧୦।୪,(ବିଦ୍ୟାଧର ସାହୁ ): ଦୀର୍ଘ ବର୍ଷ ହେବ ବିଭିନ୍ନ ସମସ୍ୟାରେ ଜର୍ଜରିତ ଗଞ୍ଜାମ ସହର l ବିଭିନ୍ନ ସମସ୍ୟାଠାରୁ ବଳିଯାଇଛି ସହରର ଆଲୋକିକରଣ l ଅଧିକାଂଶ ବିଦ୍ୟୁତ ଖୁଣ୍ଟରେ ଲାଇଟ ନାହିଁ l ବିଶେଷ କରି ବଡ଼ବଜାର ଜନସେବା କେନ୍ଦ୍ରଠାରୁ ଜୟଶ୍ରୀ…

ସାନଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ଚନ୍ଦ୍ରଧ୍ୱଜ-ସଭାପତି, କିଶୋର-ସମ୍ପାଦକ ମନୋନୀତ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ଚନ୍ଦ୍ରଧ୍ୱଜ ସିଂହଙ୍କୁ ସଂଘର ସଭାପତି ଭାବେ ମନୋନୀତ କରାଯାଇଥିବାବେଳେ ମନୋଜ କୁମାର ମହାପାତ୍ରଙ୍କୁ ଉପସଭାପତି, କିଶୋର ଚନ୍ଦ୍ର ଗୌଡ଼ଙ୍କୁ…

ଗହଣା ଦୋକାନରୁ ୧୨ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମ ମୁଖ୍ୟ ରାସ୍ତାକଡ଼ରେ ଥିବା ପବିତ୍ର କୁମାର ବିଷୋୟୀଙ୍କ ଗହଣା ଦୋକାନରୁ ୧୨୦ ଗ୍ରାମ ଓଜନର ୧୨ଟି ସୁନା ଚେନକୁ ୨ ଦୁର୍ବୃତ୍ତ କୌଶଳକ୍ରମେ ଲୁଟି ନେଇଛନ୍ତି। ପୁର୍ବାହ୍ନ ପ୍ରାୟ…

ରାଜପଥରେ ଓଲଟିଲା ପତ୍ରକୋବି ବୋଝଇ ଟ୍ରକ: ଯାତାୟତ ବାଧାପ୍ରାପ୍ତ

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଜୟଶ୍ରୀ ଛକ ଷୋହଳ ନ ଜାତୟ ରାଜପଥରେ ଗୁରୁବାର ଅପରାହ୍ନରେ ଏକ ପତ୍ରକୋବି ବୋଝେଇ ଟ୍ରକ ଓଲଟି ପଡିଥିଲା। ଟ୍ରକଟି ସମ୍ପୂର୍ଣ ରାସ୍ତାରେ ଓଲଟି ପଡ଼ିଥିବା ଯୋଗୁ ଟ୍ରକ ବସ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?